ତେଲୁଗୁ ଚଳଚ୍ଚିତ୍ର ‘ବ୍ଲାକ୍ ରୋଜ୍’ ସୁଟିଂରେ ମନ ନିବେଶ କରୁଛନ୍ତି ଅଭିନେତ୍ରୀ ଉର୍ବଶୀ ରାଉତେଲା

Published: Sep 23, 2020, 4:46 pm IST

ମୁମ୍ବାଇ, ରିଲିଜ ଅପେକ୍ଷାରେ ଥିବା ତେଲୁଗୁ ଚଳଚିତ୍ର ବ୍ଲାକ ରୋଜ କୁ ନେଇ ବେଶ୍ ଆଶାବାଦୀ ହୋଇ ପଡିଛନ୍ତି ଅଭିନେତ୍ରୀ ଉର୍ବଶୀ ରାଉତେଲା। ଏହି ଚଳଚିତ୍ରରେ ତାଙ୍କୁ ଏକ ପ୍ରମୁଖ ଭୂମିକା ମିଳିଥିବାରୁ ସେଥିରେ ସେ ମନନିବେଶ କିରଛନ୍ତି। ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ ହୋଇଛି।

ଆଜି ଆମର ନିର୍ମାତାମାନେ ଫିଲ୍ମର ବ୍ଲାକ୍ ରୋଜ୍ ପ୍ରଥମ ଲୁକ୍ ଉନ୍ମୋଚନ କରିଛନ୍ତି। ଆପଣ ଯେପରି ଦେଖିଥିବେ ମୁଁ ଏକ ସୁନ୍ଦର ଶାଢୀ ପିନ୍ଧିଛି ଯାହା ଫିଲ୍ମର ଟାଇଟଲ୍ ର ପ୍ରତୀକ ଅଟେ। ମୁଁ ଏହି ପୋଷ୍ଟରରେ ରନୱେରେ ବୁଲୁଥିବାର ଦେଖାଯାଇଛି ବୋଲି ଉର୍ବଶୀ କହିଛନ୍ତି।

ଏହି ଚଳଚ୍ଚିତ୍ର ତେଲୁଗୁ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି ସାମ୍ପଥ ନନ୍ଦୀ।

Related posts