ମୁମ୍ବାଇ : ମରାଠୀ ଓ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୀମା ଦେଓ ଏବେ ଗମ୍ଭୀର ରୋଗର ଶିକାର ହୋଇଛନ୍ତି । ସେ ଅଲ୍ଜାଇମର୍ସ ରୋଗରେ ପୀଡ଼ିତ ଥିବାର ଜଣାଯାଇଛି । ତାଙ୍କ ପୁତ୍ର ତଥା ଆଜିଙ୍କ୍ୟ ଆର୍ ଦେଓ ଟୁଇଟରରେ ଏହି ସମ୍ପର୍କରେ ସୂଚନା ଦେବା ସହିତ ସୀମା ଶୀଘ୍ର ଆରୋଗ୍ୟ ହେବା ନିମେନ୍ତ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବାକୁ ଅପିଲ୍ କରିଛନ୍ତି ।
My mother Shrimati. Seema Deo doyen of marathi film industry is suffering from Alzheimer’s we the entire Deo family have been praying for her well being wish whole of Maharashtra who loved her so much also pray for her well being ?@mataonline @lokmanthannews @LoksattaLive
— Ajinkkya R Deo (@Ajinkyad) October 14, 2020
ସୂଚନାଯୋଗ୍ୟ, ସୀମା ବଲିଉଡ୍ରେ ମଧ୍ୟ ବହୁ ବଡ ବଡ ହସ୍ତୀଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି । 1971 ମସିହାରେ ରିଲିଜ୍ ହୋଇଥିବା ଲୋକପ୍ରିୟ ଫିଲ୍ମ ‘ଆନନ୍ଦ’ରେ ଅଭିନେତା ରାଜେଶ ଖାନ୍ନା ଓ ଅମିତାଭଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମରେ ସୀମା ମିସେସ୍ ସୁମନ୍ କୁଲକର୍ଣ୍ଣୀ ଚରିତ୍ରରେ ନଜର ଆସିଥିଲେ । ଏହା ବ୍ୟତୀତ ‘ସରସ୍ବତୀଚନ୍ଦ୍ର’ ଫିଲ୍ମରେ ମଧ୍ୟ କାମ କରିଛନ୍ତି ସୀମା । (ଏଜେନ୍ସି)