ଗମ୍ଭୀର ରୋଗର ଶିକାର ହେଲେ ଅଭିନେତ୍ରୀ ସୀମା ଦେଓ : ଅମିତାଭ-ରାଜେଶ ଖାନ୍ନାଙ୍କ ସହ କରିଛନ୍ତି କାମ

Published: Oct 15, 2020, 6:34 pm IST

ମୁମ୍ବାଇ : ମରାଠୀ ଓ ବଲିଉଡର  ଲୋକପ୍ରିୟ ଅଭିନେତ୍ରୀ ସୀମା ଦେଓ ଏବେ ଗମ୍ଭୀର ରୋଗର ଶିକାର ହୋଇଛନ୍ତି । ସେ ଅଲ୍‌ଜାଇମର୍ସ ରୋଗରେ ପୀଡ଼ିତ ଥିବାର ଜଣାଯାଇଛି । ତାଙ୍କ ପୁତ୍ର ତଥା ଆଜିଙ୍କ୍ୟ ଆର୍‌ ଦେଓ ଟୁଇଟରରେ ଏହି ସମ୍ପର୍କରେ ସୂଚନା ଦେବା ସହିତ ସୀମା ଶୀଘ୍ର ଆରୋଗ୍ୟ ହେବା ନିମେନ୍ତ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବାକୁ ଅପିଲ୍‌ କରିଛନ୍ତି ।

ସୂଚନାଯୋଗ୍ୟ, ସୀମା ବଲିଉଡ୍‌ରେ ମଧ୍ୟ ବହୁ ବଡ ବଡ ହସ୍ତୀଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି । 1971 ମସିହାରେ ରିଲିଜ୍‌ ହୋଇଥିବା ଲୋକପ୍ରିୟ ଫିଲ୍ମ ‘ଆନନ୍ଦ’ରେ ଅଭିନେତା ରାଜେଶ ଖାନ୍ନା ଓ ଅମିତାଭଙ୍କ ସହ ନଜର ଆସିଥିଲେ ।  ଏହି ଫିଲ୍ମରେ ସୀମା ମିସେସ୍‌ ସୁମନ୍‌ କୁଲକର୍ଣ୍ଣୀ ଚରିତ୍ରରେ ନଜର ଆସିଥିଲେ । ଏହା ବ୍ୟତୀତ ‘ସରସ୍ବତୀଚନ୍ଦ୍ର’ ଫିଲ୍ମରେ ମଧ୍ୟ କାମ କରିଛନ୍ତି ସୀମା ।  (ଏଜେନ୍ସି)

Related posts