Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଥରେ ପ୍ରେମରେ ପଡିଲେ ପ୍ରଭୁଦେବା, ଖୁବ୍‌ଶୀଘ୍ର କରିବେ ବିବାହ
ଆଜିର ଖବର

ପୁଣି ଥରେ ପ୍ରେମରେ ପଡିଲେ ପ୍ରଭୁଦେବା, ଖୁବ୍‌ଶୀଘ୍ର କରିବେ ବିବାହ

November 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଲୋକପ୍ରିୟ ଅଭିନେତା ତଥା କୋରିଓଗ୍ରାଫର, ନିର୍ଦ୍ଦେଶକ ପ୍ରଭୁଦେବା ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ଏବେ ରିଲେସନସିପ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ । ପୁଣି ଥରେ ତାଙ୍କୁ ପ୍ରେମ ହୋଇଯାଇଛି । ଏବଂ ସେ ବହୁତ ଶୀଘ୍ର ଦ୍ବିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି ।

ଗ୍ରୁଫ୍‌ ଡ୍ୟାନ୍ସର ରୂପେ କ୍ୟାରିଅର୍‌ ଆରମ୍ଭ କରିଥିବା ପ୍ରଭୁଦେବା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଚର୍ଚ୍ଚିତ ନାମ । ଦକ୍ଷିଣ ଭାରତୀୟ ଫିଲ୍ମ ହେଉ ଅଥବା ବଲିଉଡ୍‌ ସେ ସବୁଠୁ ଜଣେ ଟପ୍‌ କୋରିଓଗ୍ରାଫର୍‌ ତଥା ନିର୍ଦ୍ଦେଶକ ରୂପେ ଉଭା ହୋଇଛନ୍ତି । ତାଙ୍କ ଡ୍ୟାନ୍ସକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥା’ନ୍ତି, ତା’ଠୁ ଅଧିକ ତାଙ୍କ ରିଲେସନ୍‌ସିପ୍‌କୁ ନେଇ ।

ଔପଚାରିକ ଭାବେ 2011 ମସିହାରେ ସ୍ତ୍ରୀ ରାମଲତାଙ୍କଠାରୁ ଅଲଗା ହୋଇଥିଲା ପ୍ରଭୁ ଦେବା । ଏହାପରେ ସେ ଦକ୍ଷିଣଭାରତୀୟ ଅଭିନେତ୍ରୀ ନୟନ ତାରାଙ୍କ ପ୍ରେମରେ ପଡିଥିଲେ । ଦୁହିଁଙ୍କ ପ୍ରେମ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲା । ତେବେ ଏବେ ଏହି ଲୋକପ୍ରିୟ ଅଭିନେତା ଜଣକ ଆଉ ଜଣଙ୍କ ପ୍ରେମରେ ପଡିଛନ୍ତି । ଶୁଣିବାକୁ ମିଳିଛି ଯେ, ଅଭିନେତା ଜଣକ ନିଜ ଭାଣିଜୀଙ୍କୁ ଡେଟ୍‌ କରୁଛନ୍ତି । ସେ ଖୁବ ଶୀଘ୍ର ବିବାହ ମଧ୍ୟ କରିବେ ବୋଲି ଜଣାପଡିଛି । ତେବେ ଏନେଇ ପ୍ରଭୁଦେବାଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ପତ୍ନୀ ରାମଲତାଙ୍କ ସହ ବିବାହ ପରେ ଅଭିନେତ୍ରୀ ନୟନତାରାଙ୍କ ପ୍ରେମରେ ପଡିଥିଲେ ପ୍ରଭୁଦେବା । ରାମଲତା ଓ ତାଙ୍କ ଔରସୁରୁ ତିନୋଟି ସନ୍ତାନ ରହିଛନ୍ତି । ଅଭିନେତ୍ରୀ ନୟନତାରାଙ୍କ ସହିତ ପ୍ରଭୁ ଦେବାଙ୍କ ସଂପର୍କ ବଢ଼ିବା ପରେ ତାଙ୍କ ପତ୍ନୀ ଅସନ୍ତୁଷ୍ଟ ହୋଇଥିଲେ। ଏହା ପରେ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖାଯାଇଥିଲା। ଶେଷରେ ଏହା ଛାଡ଼ପତ୍ରରେ ଶେଷ ହୋଇଥିଲା। କିନ୍ତୁ ନୟନତାରାଙ୍କ ସହିତ ବି ପ୍ରଭୁଙ୍କ ସଂପର୍କ ବି ତିଷ୍ଠି ପାରିଲା ନାହିଁ। 2012 ରେ ନୟନତାରା ବି ପ୍ରଭୁଙ୍କଠାରୁ ଦୂରେଇ ଯାଇଥିଲେ। ତେବେ ଦେଖାଯାଉ ପ୍ରଭୁ ଏବେ ପ୍ରେମରେ କେତେ ଦୂର ସଫଳ ହେଉଛନ୍ତି ।

ସୂଚନାଯୋଗ୍ୟ, ପ୍ରଭୁ ଦେବା ଏବେ ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ରାଧେ’ରେ କାମ କରୁଛନ୍ତି। ସେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ଅଙ୍ଗ ପ୍ରତିରୋପଣ ଏବଂ ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

March 28, 2026

ଦୁଇ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ ପ୍ରଚଳନ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.