ପୁଣି ଥରେ ପ୍ରେମରେ ପଡିଲେ ପ୍ରଭୁଦେବା, ଖୁବ୍‌ଶୀଘ୍ର କରିବେ ବିବାହ

Published: Nov 13, 2020, 12:42 pm IST

ମୁମ୍ବାଇ : ଲୋକପ୍ରିୟ ଅଭିନେତା ତଥା କୋରିଓଗ୍ରାଫର, ନିର୍ଦ୍ଦେଶକ ପ୍ରଭୁଦେବା ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ଏବେ ରିଲେସନସିପ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ । ପୁଣି ଥରେ ତାଙ୍କୁ ପ୍ରେମ ହୋଇଯାଇଛି । ଏବଂ ସେ ବହୁତ ଶୀଘ୍ର ଦ୍ବିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି ।

ଗ୍ରୁଫ୍‌ ଡ୍ୟାନ୍ସର ରୂପେ କ୍ୟାରିଅର୍‌ ଆରମ୍ଭ କରିଥିବା ପ୍ରଭୁଦେବା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଚର୍ଚ୍ଚିତ ନାମ । ଦକ୍ଷିଣ ଭାରତୀୟ ଫିଲ୍ମ ହେଉ ଅଥବା ବଲିଉଡ୍‌ ସେ ସବୁଠୁ ଜଣେ ଟପ୍‌ କୋରିଓଗ୍ରାଫର୍‌ ତଥା ନିର୍ଦ୍ଦେଶକ ରୂପେ ଉଭା ହୋଇଛନ୍ତି । ତାଙ୍କ ଡ୍ୟାନ୍ସକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥା’ନ୍ତି, ତା’ଠୁ ଅଧିକ ତାଙ୍କ ରିଲେସନ୍‌ସିପ୍‌କୁ ନେଇ ।

ଔପଚାରିକ ଭାବେ 2011 ମସିହାରେ ସ୍ତ୍ରୀ ରାମଲତାଙ୍କଠାରୁ ଅଲଗା ହୋଇଥିଲା ପ୍ରଭୁ ଦେବା । ଏହାପରେ ସେ ଦକ୍ଷିଣଭାରତୀୟ ଅଭିନେତ୍ରୀ ନୟନ ତାରାଙ୍କ ପ୍ରେମରେ ପଡିଥିଲେ । ଦୁହିଁଙ୍କ ପ୍ରେମ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲା । ତେବେ ଏବେ ଏହି ଲୋକପ୍ରିୟ ଅଭିନେତା ଜଣକ ଆଉ ଜଣଙ୍କ ପ୍ରେମରେ ପଡିଛନ୍ତି । ଶୁଣିବାକୁ ମିଳିଛି ଯେ, ଅଭିନେତା ଜଣକ ନିଜ ଭାଣିଜୀଙ୍କୁ ଡେଟ୍‌ କରୁଛନ୍ତି । ସେ ଖୁବ ଶୀଘ୍ର ବିବାହ ମଧ୍ୟ କରିବେ ବୋଲି ଜଣାପଡିଛି । ତେବେ ଏନେଇ ପ୍ରଭୁଦେବାଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ପତ୍ନୀ ରାମଲତାଙ୍କ ସହ ବିବାହ ପରେ ଅଭିନେତ୍ରୀ ନୟନତାରାଙ୍କ ପ୍ରେମରେ ପଡିଥିଲେ ପ୍ରଭୁଦେବା । ରାମଲତା ଓ ତାଙ୍କ ଔରସୁରୁ ତିନୋଟି ସନ୍ତାନ ରହିଛନ୍ତି । ଅଭିନେତ୍ରୀ ନୟନତାରାଙ୍କ ସହିତ ପ୍ରଭୁ ଦେବାଙ୍କ ସଂପର୍କ ବଢ଼ିବା ପରେ ତାଙ୍କ ପତ୍ନୀ ଅସନ୍ତୁଷ୍ଟ ହୋଇଥିଲେ। ଏହା ପରେ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖାଯାଇଥିଲା। ଶେଷରେ ଏହା ଛାଡ଼ପତ୍ରରେ ଶେଷ ହୋଇଥିଲା। କିନ୍ତୁ ନୟନତାରାଙ୍କ ସହିତ ବି ପ୍ରଭୁଙ୍କ ସଂପର୍କ ବି ତିଷ୍ଠି ପାରିଲା ନାହିଁ। 2012 ରେ ନୟନତାରା ବି ପ୍ରଭୁଙ୍କଠାରୁ ଦୂରେଇ ଯାଇଥିଲେ। ତେବେ ଦେଖାଯାଉ ପ୍ରଭୁ ଏବେ ପ୍ରେମରେ କେତେ ଦୂର ସଫଳ ହେଉଛନ୍ତି ।

ସୂଚନାଯୋଗ୍ୟ, ପ୍ରଭୁ ଦେବା ଏବେ ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘ରାଧେ’ରେ କାମ କରୁଛନ୍ତି। ସେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। (ଏଜେନ୍ସି)

Related posts