ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ଥବାସୀ

Published: Nov 24, 2020, 12:25 pm IST

ଚେନ୍ନାଇ : ଚଳିତ ବର୍ଷ ବହୁ ଅଭିନେତା ଆମଠାରୁ ବିଦାୟ ନେଇଛନ୍ତି । 2020ରେ ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କର ପରଲୋକ ଘଟିଛି । କ୍ୟାନ୍ସରରେ ପ୍ରାଣ ହରାଇଛନ୍ତି ତାମିଲ ଅଭିନେତା ଥବାସୀ । ମଦୁରାଇର ସର୍ବଣା ହସ୍ପିଟାଲରେ ଏହି ତାମିଲ ଚରିତ୍ର ଅଭିନେତାଙ୍କ ପରଲୋକ ଘଟିଛି । ଖାଦ୍ୟନଳୀରେ କ୍ୟାନ୍ସର କାରଣରୁ ନଭେମ୍ବର 11ତାରିଖରେ ଥବାସୀଙ୍କୁ ସର୍ବଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡିଏମକେ ବିଧାୟକ ତଥା ପରିଚାଳନା ନିଦେ୍ର୍ଧଶକ ସର୍ବାନନ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

11 ତାରିଖରୁ ଥବାସୀ ଜେନେରାଲ ୱାର୍ଡରେ ରହିଥିବା ବେଳେ 23 ତାରିଖରେ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରାତି ପ୍ରାୟ 8ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ଥବାସୀଙ୍କ ବିୟୋଗରେ ତାମିଲ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ଥବାସୀ ଏକାଧିକ ଫିଲ୍ମରେ ସହ କଳାକାର ଏବଂ ଚରିତ୍ର ଭୂମିକାରେ ନଜର ଆସିଛନ୍ତି । ଭରୁଥାପଡଥା, ଭଲିବର ସଙ୍ଗମ ଏବଂ କିଝାକ୍କୁ ଚିମାୟିଲେ ପରି ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହିତ ରସାଥି ନାମକ ଡେଲି ସୋପ ଏବଂ ବିଗ ବିସ ତାମିଲରେ ନଜର ଆସିଥିଲେ ଥବାସୀ।

Related posts