
କଟକ, ଅନୁଭବ ବର୍ଷା ଦମ୍ପତିଙ୍କ ବିବାଦ ଥମି ନଥିବା ବେଳେ ବର୍ତ୍ତମାନ ଆଉ ଏକ ବିବାଦ ସାମନାକୁ ଆସିଛି। ତାହା ହେଉଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ସେ ଅନୁଭବଙ୍କ ନାମରେ ନୁହେଁ। ବରଂ ଅନୁଭବଙ୍କ ନାମରେ ଥିବା ଫେସବୁକ ଫ୍ୟାନ କ୍ଲବ ବିରୋଧରେ ଏତଲା ଦେଇଛନ୍ତି।
ବର୍ଷା ଏତଲାରେ ଦର୍ଶାଇଛନ୍ତି ଯେ, ସେ ଫେସବୁକ ଦେଖିଲା ବେଳେ ଅନୁଭବ ଫ୍ୟାନ କ୍ଲବ ନାମରେ ଏକ ପେଜ ରହିଛି। ସେଥିରେ ଅନୁଭବଙ୍କୁ ବହୁ ଲୋକ ପ୍ରଶଂସା କରି ଲେଖିଛନ୍ତି। ହେଲେ କେତେକ ମୋ ସଂପର୍କରେ ସମ୍ମାନ ହାନୀ ହେବା ପରି ଟିପ୍ପଣୀ ଦେଇଛନ୍ତି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବର୍ଷା ଏତଲାରେ ଉଲ୍ଲେଖ କରିଛନ୍ତି।