Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରେଳବାଇ ବୋର୍ଡ ସଦସ୍ୟ ଭିତ୍ତିଭୂମି ବିକାଶଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟଦକ୍ଷତା ସମୀକ୍ଷା
ଜାତୀୟ ଖବର

ରେଳବାଇ ବୋର୍ଡ ସଦସ୍ୟ ଭିତ୍ତିଭୂମି ବିକାଶଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟଦକ୍ଷତା ସମୀକ୍ଷା

April 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Railway
ରେଳବାଇ ବୋର୍ଡ ସଦସ୍ୟ ଭିତ୍ତିଭୂମି ବିକାଶଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟଦକ୍ଷତା ସମୀକ୍ଷା

ଭୁବନେଶ୍ବର: ରେଳ ବୋର୍ଡ ସଦସ୍ୟ (ଇନଫ୍ରାସ୍ଟ୍ରକ୍ଚର ଡେଭଲପମେଣ୍ଟ/ଭିତ୍ତିଭୂମି ବିକାଶ) ଶ୍ରୀ ରୂପ ନାରାୟଣ ସୁନକର ଆଜି ପୂର୍ବତଟ ରେଳପଥ ଅଧିକାରୀମାନଙ୍କ ସହିତ ରେଳପଥର ମୁଖ୍ୟାଳୟ ଭୁବନେଶ୍ବର ଠାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଏବଂ ଏହାର ବିକାଶ ନେଇ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

ଉଭୟ ପଣ୍ୟ ପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଶ୍ରୀ ସୁନକର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସହିତ ଏବଂ ସହଭାଗୀ ଯଥା ଶିଳ୍ପ, ବନ୍ଦର ଏବଂ କର୍ପୋରେଟ୍ ସଂସ୍ଥା ପରି ହିତାଧିକାରୀଙ୍କ ମଧ୍ୟରେ ମିଳିତ ସହଯୋଗ ଏବଂ ପାରସ୍ପରିକ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହାକି ବିଭିନ୍ନ ସହଭାଗୀ ଏବଂ ରେଳବାଇକୁ ଉପକୃତ କରିପାରିବ।

ବିଶ୍ୱ ସ୍ତରର ଭିତ୍ତିଭୂମି ଏବଂ ସୁବିଧା ସହିତ ପୁରୀ ଏବଂ କଟକ ଷ୍ଟେସନର ପୁନଃବିକାଶ ପାଇଁ ଚାଲୁରହିଥିବା କାର୍ଯ୍ୟଗୁଡ଼ିକୁ ଶ୍ରୀ ସୁନକର ସମୀକ୍ଷା କରିଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ଓ ଆକର୍ଷଣୀୟ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସାଧାରଣ ଜନତାଙ୍କ ସହିତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ଆରାମ ପାଇଁ ଏହି ପ୍ରସ୍ତାବିତ ବିଶ୍ଵସ୍ତରୀୟ ଷ୍ଟେସନ ଗୁଡିକରେ ଯାତ୍ରୀ ସୁବିଧା ଓ ପରିସେବା ଯୋଗାଇଦେବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର ଶୀଘ୍ର ସମାପ୍ତି ସହିତ ବିଶେଷକରି ଯାତ୍ରୀ କେନ୍ଦ୍ରିକ ସୁବିଧାଗୁଡ଼ିକ ପାଇଁ ଧ୍ୟାନ ଦେବାକୁ ଶ୍ରୀ ସୁନକର ଅଧିକାରୀମାନଙ୍କୁ କହିଛନ୍ତି।

ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ତେଣୁ, ଧାର୍ଯ୍ୟ ଅବଧିରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତିକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ଶ୍ରୀ ସୁନକର କହିଛନ୍ତି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଏବଂ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଯଥା ମୁଖ୍ୟ ପ୍ରଶାସକ / ନିର୍ମାଣ, ପ୍ରମୁଖ ଯନ୍ତ୍ରି, ପ୍ରମୁଖ ପରିଚାଳନା ପ୍ରବନ୍ଧକ, ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ, ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରି, ପ୍ରମୁଖ ସାଙ୍କେତିକ ଓ ଟେଲିଯୋଗାଯୋଗ ଯନ୍ତ୍ରି ଏବଂ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ ପ୍ରଭୁତି ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

East Coast Railway ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.