Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବୀନଙ୍କୁ ସାକ୍ଷାତ କରିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଜାତୀୟ ରାଜନୀତିରେ ହଲଚଲ୍
ଜାତୀୟ ଖବର

ନବୀନଙ୍କୁ ସାକ୍ଷାତ କରିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଜାତୀୟ ରାଜନୀତିରେ ହଲଚଲ୍

May 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
NaveenP
ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତେବେ କାହିଁକି

ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଆସନ୍ତା  9 ତାରିଖ ଦିନ 12ଟା ବେଳେ ଏହି ସାକ୍ଷାତ ହେବ ବୋଲି ଜଣାପଡିଛି। ତେବେ ଏହାର କାରଣ ସଂପର୍କରେ ଉଭୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବିଜେପି ବିରୋଧରେ ନୀତିଶ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ସେ ନେଇ ସେ ଆଲୋଚନା କରିବେ ବୋଲି ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି।

ତେବେ ଏହା ପୂର୍ବରୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନବୀନଙ୍କୁ ସାକ୍ଷାତ କରିଥିଲେ। ସେତେବେଳେ ସମସ୍ତେ ଆଶା କରିଥିଲେ ଯେ, ମହାମେଣ୍ଟ ନେଇ କିଛି ଆଲୋଚନା ହୋଇପାରେ, ହେଲେ ସେପରି କିଛି ହୋଇ ନ ଥିଲା। ସେହିପରି ନୀତିଶଙ୍କ ସାକ୍ଷାତକୁ ନେଇ ମଧ୍ୟ ସେହି ଆଲୋଚନା ହେଉଥିଲେ ମଧ୍ୟ ତାହାର ପ୍ରକୃତ କାରଣ ଜଣାପଡି ନାହିଁ।

ତେବେ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ କଂଗ୍ରେସ ଏବଂ ବିଜେପିରୁ ସମ ଦୂରତା ବଜାଇ ରଖିବେ ବୋଲି କହି ଆସୁଛନ୍ତି। ଏପରିକି ବିଭିନ୍ନ ସମୟରେ ଦେଶରେ ମହାମେଣ୍ଟ ହୋଇଥିଲେ ମଧ୍ୟ ନବୀନ ସେଥିରେ ଯୋଗ ଦେଇ ନାହାଁନ୍ତି। ଏ ନେଇ ନବୀନଙ୍କ ସହିତ ମହାମେଣ୍ଟର ନେତାମାନେ ଆଲୋଚନା କରିଥିଲେ ମଧ୍ୟ ନବୀନ ତାହାକୁ ପ୍ରତ୍ୟାଖନ କରିଦେଇଛନ୍ତି।

ବିଜେପି କଂଗ୍ରେସରୁ ସମଦୂରତା ବଜାଇ ରଖିବା ନେଇ କହୁଥିବା ନବୀନ କିନ୍ତୁ ବିଜେପିକୁ ଅଘୋଷିତ ସମର୍ଥନ କରୁଛନ୍ତି ବୋଲି ବିରୋଧୀ ସମାଲୋଚନା କରୁଛନ୍ତି। କାରଣ ନବୀନ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିଆସୁଛନ୍ତି। ସଂସଦରେ ବିଭିନ୍ନ ବିଲ୍ ପାଶ କରିବା ନେଇ ହେଉ କିମ୍ବା ଅଶ୍ବନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବା ହେଉ। ନବୀନ ସବୁବେଳେ ସକରାତ୍ମକ ଭୂମିକା ତୂଲାଇ ଆସିଛନ୍ତି। ତେବେ ସେ ରାଜ୍ୟର ସ୍ବାର୍ଥ ପାଇଁ ଏସବୁ କରୁଛନ୍ତି ବୋଲି କୁହାଯାଉଛି।

ତେବେ ବର୍ତ୍ତମାନ ପରିସ୍ଥିତିରେ ନବୀନ ତାଙ୍କର ନିଷ୍ପତିରେ କଣ ପରିବର୍ତ୍ତନ କରିବେ କି ବୋଲି ସାଧାରଣରେ ଏକ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଲାଣି। କାରଣ ରାଜ୍ୟର ବିଭିନ୍ନ ଉପନିର୍ବାଚନରେ ବିଜେପି ଯେପରି ପଦକ୍ଷେପ ଗ୍ରହଣ କରୁଛି ସେଥିରେ ନବୀନ କୁଆଡେ ଅସନ୍ତୁଷ୍ଠ ହୋଇପଡିଲେଣି। ପୂର୍ବରୁ ବିଜେପି ବିରୋଧରେ କିଛି ନ କହୁଥିବା ନବୀନ ବର୍ତ୍ତମାନ ସିଧା ସମାଲୋଚନା କରୁଛନ୍ତି।

ସେଥିପାଇଁ ଅନେକ ସନ୍ଦେହ କରୁଛନ୍ତି ଯେ, ହୁଏତ ନବୀନ ତାଙ୍କର ସମଦୂରତା ନିଷ୍ପତିକୁ ପରିବର୍ତ୍ତନ କରିବେ। ତେବେ ନୀତିଶ କୁମାର ଆସିବା ପରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ।

nitish kumar ନବୀନ ପଟ୍ଟନାୟକ ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025
Latest News

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ରକ୍ଷାବନ୍ଧନ ପୂର୍ବରୁ ମହିଳାମାନଙ୍କୁ ଯୋଗୀ ସରକାରଙ୍କ ବଡ଼ ଉପହାର: କଲେ ଏହି ଘୋଷଣା

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.