Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଡବ୍ଲୁଟିସି ଫାଇନାଲରୁ ବାଦ ପଡିଲେ କେ.ଏଲ୍ ରାହୁଲ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ
ଜାତୀୟ ଖବର

ଡବ୍ଲୁଟିସି ଫାଇନାଲରୁ ବାଦ ପଡିଲେ କେ.ଏଲ୍ ରାହୁଲ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

May 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେଏଲ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ଫାଇନାଲ ମ୍ୟାଚ୍ ଖେଳି ପାରିବେ ନାହିଁ। ଏନେଇ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ନିଶ୍ଚିତ କରିଛି। ରାହୁଲଙ୍କ ସ୍ଥାନ ନେବାକୁ ବିସିସିଆଇ ମଧ୍ୟ ଘୋଷଣା କରିଛି।

କେ.ଏଲ୍ ରାହୁଲଙ୍କ ସ୍ଥାନରେ ବିସିସିଆଇ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିଛି। ତେବେ କେ.ଏସ୍ ଭରତ ମଧ୍ୟ ଟିମ୍ ଇଣ୍ଡିଆର ଏକ ଅଂଶ।

କେ.ଏଲ୍ ରାହୁଲଙ୍କ ବଦଳି ସହିତ ବିସିସିଆଇ ତିନି ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରିଛି। ଏଥିରେ ଓପନର୍ ରୁତୁରାଜ ଗାଇକ୍ଵାଡ, ଦ୍ରୁତ ବୋଲର ମୁକେଶ କୁମାର ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଅଛନ୍ତି। ଏହି ତିନି ଖେଳାଳି ଟିମ୍ ଇଣ୍ଡିଆ ସହିତ ଇଂଲଣ୍ଡ ଯିବେ।

NEWS – KL Rahul ruled out of WTC final against Australia.

Ishan Kishan named as his replacement in the squad.

Standby players: Ruturaj Gaikwad, Mukesh Kumar, Suryakumar Yadav.

More details here – https://t.co/D79TDN1p7H #TeamIndia

— BCCI (@BCCI) May 8, 2023

ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ କେ.ଏଲ୍ ରାହୁଲ ଆହତ ହୋଇଥିଲେ। ତାଙ୍କ ଜଙ୍ଘରେ ଏକ ଆଘାତ ଲାଗିଥିଲା। ଏହା ପରେ ରାହୁଲଙ୍କ ଜଙ୍ଘ ସ୍କାନ୍ କରାଯାଇଥିଲା। ତା’ପରେ ରାହୁଲ ଆଇପିଏଲ ୨୦୨୩ ରୁ ବାଦ ପଡିଥିଲେ। ତେବେ କେବଳ ସେତେବେଳେ କଳ୍ପନାଜଳ୍ପନା କରାଯାଉଥିଲା ଯେ, ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚରେ ଭାଗ ନେଇ ପାରିବେ ନାହିଁ।

ଆଇପିଏଲ୍ ୨୦୨୩ ବାଦ ପଡିବା ପରେ କେ.ଏଲ୍ ରାହୁଲ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ତାଙ୍କ ଆଘାତ ବିଷୟରେ ସର୍ବଶେଷ ଅଦ୍ୟତନ ଦେଇଛନ୍ତି। କେ.ଏଲ୍ ରାହୁଲ ଲେଖିଛନ୍ତି ଯେ, ଡାକ୍ତରୀ ଦଳର ପରାମର୍ଶ ଅନୁଯାୟୀ ମୋର ଆଘାତ ପାଇଁ ମୁଁ ଅସ୍ତ୍ରୋପଚାର କରିବି, ଏହି ଅସ୍ତ୍ରୋପଚାର ଶୀଘ୍ର କରାଯାଇପାରେ।

କେଏଲ ରାହୁଲ ବିସିସିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

୮.୨% ଜିଡିପି: ଭାରତର ସୁଦୃଢ ଅଭିବୃଦ୍ଧିର କାହାଣୀ

November 28, 2025

କର୍ଣ୍ଣାଟକରେ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

November 28, 2025

RCB ପରେ ଆଉ ଏକ ପୂର୍ବ IPL ଚାମ୍ପିଅନ୍ ଦଳ ବିକ୍ରୟ ପାଇଁ ପ୍ରସ୍ତୁତ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 28, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ପୂର୍ବ-ପଶ୍ଚିମ ଓଡ଼ିଶା ସଂଯୋଗୀକରଣରେ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ

November 28, 2025
Latest News

୮.୨% ଜିଡିପି: ଭାରତର ସୁଦୃଢ ଅଭିବୃଦ୍ଧିର କାହାଣୀ

November 28, 2025

କର୍ଣ୍ଣାଟକରେ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

November 28, 2025

RCB ପରେ ଆଉ ଏକ ପୂର୍ବ IPL ଚାମ୍ପିଅନ୍ ଦଳ ବିକ୍ରୟ ପାଇଁ ପ୍ରସ୍ତୁତ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 28, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ପୂର୍ବ-ପଶ୍ଚିମ ଓଡ଼ିଶା ସଂଯୋଗୀକରଣରେ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ

November 28, 2025

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

November 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.