
ନୂଆଦିଲ୍ଲୀ: ଆଜି ମନ୍ତ୍ରୀ କିରଣ ରିଜିଜୁଙ୍କ ଆଇନ ବିଭାଗ ଯିବା ପରେ ସେ ନିଜର ଟୁଇଟର ପ୍ରୋଫାଇଲକୁ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ଏହି ପ୍ରୋଫାଇଲରେ ଆଇନ ଓ ବିଚାର ବିଭାଗ ମନ୍ତ୍ରୀ ଭାବେ ଉଲ୍ଲେଖ କରିଥିଲେ। ତେବେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ବାହାରିବା ପରେ ସେ ଏହାକୁ ପରିବର୍ତ୍ତନ କରି ଆର୍ଥ ସାଇନସ ମନ୍ତ୍ରୀ ବୋଲି ଉଲ୍ଲେଖ କରିଛନ୍ତି।
ଆଜି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଛୋଟ ଧରଣ ଅଦଳ ବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କଠାରୁ ଆଇନ ବିଭାଗ କାଢି ନିଆଯାଇଛି। ବର୍ତ୍ତମାନ ଆଇନ ବିଭାଗକୁ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ ପ୍ରଦାନ କରାଯାଇଛି। ସେ ନିଜ ବିଭାଗ ସହିତ ଆଇନ ବିଭାଗକୁ ସ୍ବାଧୀନ ଭାବେ ତୁଲାଇବେ ବୋଲି କୁହାଯାଇଛି।
ସେହିପରି କିରଣ ରିଜିଜୁଙ୍କୁ କେବଳ ଆର୍ଥ ସାଇନସ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ଏହି ବିଭାଗର ଦାୟିତ୍ବରେ ଥିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ହଠାତ ପ୍ରଧାନମନ୍ତ୍ରୀ ମୋଦୀ ଏପରି କାହିଁକି କଲେ ସେ ନେଇ କିଛି ଜଣାପଡି ନାହିଁ।