Categories
ଆଜିର ଖବର ଜାତୀୟ ଖବର

ଆଇନ୍ ମନ୍ତ୍ରୀପଦ ଯିବା ପରେ ନିଜ ଟୁଇଟର ପ୍ରୋଫାଇଲକୁ ପରିବର୍ତ୍ତନ କଲେ କିରଣ ରିଜିଜୁ

ନୂଆଦିଲ୍ଲୀ: ଆଜି ମନ୍ତ୍ରୀ କିରଣ ରିଜିଜୁଙ୍କ ଆଇନ ବିଭାଗ ଯିବା ପରେ ସେ ନିଜର ଟୁଇଟର ପ୍ରୋଫାଇଲକୁ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ଏହି ପ୍ରୋଫାଇଲରେ ଆଇନ ଓ ବିଚାର ବିଭାଗ ମନ୍ତ୍ରୀ ଭାବେ ଉଲ୍ଲେଖ କରିଥିଲେ। ତେବେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ବାହାରିବା ପରେ ସେ ଏହାକୁ ପରିବର୍ତ୍ତନ କରି ଆର୍ଥ ସାଇନସ ମନ୍ତ୍ରୀ ବୋଲି ଉଲ୍ଲେଖ କରିଛନ୍ତି।

ଆଜି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଛୋଟ ଧରଣ ଅଦଳ ବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କଠାରୁ ଆଇନ ବିଭାଗ କାଢି ନିଆଯାଇଛି। ବର୍ତ୍ତମାନ ଆଇନ ବିଭାଗକୁ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ ପ୍ରଦାନ କରାଯାଇଛି। ସେ ନିଜ ବିଭାଗ ସହିତ ଆଇନ ବିଭାଗକୁ ସ୍ବାଧୀନ ଭାବେ ତୁଲାଇବେ ବୋଲି କୁହାଯାଇଛି।

ସେହିପରି କିରଣ ରିଜିଜୁଙ୍କୁ କେବଳ ଆର୍ଥ ସାଇନସ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ଏହି ବିଭାଗର ଦାୟିତ୍ବରେ ଥିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ହଠାତ ପ୍ରଧାନମନ୍ତ୍ରୀ ମୋଦୀ ଏପରି କାହିଁକି କଲେ ସେ ନେଇ କିଛି ଜଣାପଡି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ବର୍ଷରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ !! ଓଡିଶାରୁ କିଏ ??

ନୂଆଦିଲ୍ଲୀ: ନୂଆ ବର୍ଷ ଆସିବା ପରେ ଜାତୀୟ ରାଜନୀତିରେ ସେହିପରି ନୂଆ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ସବୁଠାରୁ ଯେଉଁ ଗୁରୁତ୍ବ ପୂର୍ଣ୍ଣ ଚର୍ଚ୍ଚା ଚାଲିଛି ତାହା ହେଲା କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ। ଏଇ ଜାନୁୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶିଘ୍ର ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବେ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ବର୍ତ୍ତମାନ ଏହି ନୂଆ ବର୍ଷରେ ନଅଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ସେମି ଫାଇନାଲ ବୋଲି କୁହାଯାଉଛି। ସେଥିପାଇଁ ଏହି ବିଧାନସଭା ନିର୍ବାଚନରେ କିପରି ଦଳ ସଫଳତା ହାସଲ କରିବ ତାହାକୁ ଦୃଷ୍ଟିରେ ରଖି ମୋଦୀ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବାକୁ ଯାଉଛନ୍ତି।

ଅନ୍ୟପକ୍ଷରେ ଗୁଜୁରାଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବହୁ ସାଂସଦଙ୍କ ଭୂମିକା ବେଶ ଗୁରୁତ୍ବ ପୂର୍ଣ୍ଣ ରହିଥିଲା। ସେମାନଙ୍କୁ ମଧ୍ୟ ମୋଦୀ ମନ୍ତ୍ରୀପଦ ଦେଇ ପୁରସ୍କୃତ କରିବେ ବୋଲି ଜଣାପଡିଛି। ସେଥିପାଇଁ ଏହି ମନ୍ତ୍ରୀ ମଣ୍ଡଳ ଆସନ୍ତା ବଜେଟ ପୂର୍ବରୁ ଅର୍ଥାତ ଏଇ ଜାନୁୟାରୀରେ ହେବ ବୋଲି ଚର୍ଚ୍ଚା ଚାଲିଛି।

ତେବେ ଏହି ମନ୍ତ୍ରୀ ମଣ୍ଡଳରେ ଓଡିଶା ଭାଗରେ କଣ ହେବ ସେ ନେଇ ମଧ୍ୟ ବେଶ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଓଡିଶାର ବର୍ତ୍ତମାନ ତିନିଜଣ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଜେପି ଯେପରି ସଫଳତା  ହାସଲ କରିବା କଥା ତାହା କରିପାରୁ ନାହିଁ। ସେଥିପାଇଁ ଓଡିଶାରୁ ତିନି ମନ୍ତ୍ରୀଙ୍କ ମଧ୍ୟରୁ କେବଳ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କୁ ଛାଡିଦେଲେ ଅନ୍ୟ ଦୁଇ ଜଣଙ୍କ ସ୍ଥିତି ଭଲ ନାହିଁ।

ତେବେ ଜାତୀୟ ରାଜନୀତିରେ ଯାହାଙ୍କର ନାମ ବେଶୀ ଚର୍ଚ୍ଚାରେ ରହିଛି ସେ ହେଉଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ସେ ଏଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। କାରଣ ରାଷ୍ଟ୍ରୀୟ ନେତାଙ୍କ ସହିତ ତାଙ୍କର ଯେପରି ସଂପର୍କ ରହିଛି ସେଥିରୁ ସେ ଏଥର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ସମ୍ଭାବନା ଅଧିକ ଅଛି। ଏପରିକି ସେ କ୍ୟାବିନେଟ ମନ୍ତ୍ରୀ ହେବେ ବୋଲି କୁହାଯାଉଛି।

ସୁତ୍ର ଅନୁସାରେ ଏହି ମନ୍ତ୍ରୀ ମଣ୍ଡଳର ଅଦଳବଦଳ ଜାନୁୟାରୀ ୨୬ ପୂର୍ବରୁ କରାଯିବ। ସେଥିପାଇଁ ମୋଦୀ ସାହା ଏବେଠାରୁ ଅଙ୍କ କଷା ଆରମ୍ଭ କରିଛନ୍ତି ବୋଲି ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ ସହ ସଂପ୍ରସାରଣ, ହେଲେ କାହିଁକି ? ଜାଣନ୍ତୁ ଏହାର 7ଟି କାରଣ

ନୂଆଦିଲ୍ଲୀ, କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସହିତ ଅଦଳବଦଳ ହେବ ବୋଲି ବର୍ତ୍ତମାନ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି। ତେବେ ଏହି ଚର୍ଚ୍ଚା କିଛି ମାତ୍ରାରେ ସତ ବୋଲି ଅନୁମାନ କରି ହେଉଛି। ସେଗୁଡିକ ମଧ୍ୟରେ ରହିଛି

1-ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ 12ଟି ମନ୍ତ୍ରୀ ପଦଖାଲି ରହିଛି। ଏଥିସହିତ 6 ଜଣ ମନ୍ତ୍ରୀଙ୍କ ହାତରେ ଏକାଧିକ ବିଭାଗ ରହିଛି। ତାହାକୁ ଦୃଷ୍ଟିରେ ରଖିଲେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣର ଆବଶ୍ୟକତା ରହିଛି।

2- ଅନ୍ୟ ଏକ କାରଣ ହେଲା ଆସନ୍ତା ବର୍ଷ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ। ସେଗୁଡିକ ହେଲା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସେହି ରାଜ୍ୟର ପ୍ରତିନିଧିତ୍ବକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାର ସମ୍ଭାବନା ମଧ୍ୟ ରହିଛି।

3-ପଶ୍ଚିମବଂଗ ନିର୍ବାଚନରେ ବିଜେପିକୁ ଏକ ଧକ୍କା ଲାଗିଛି। ସେହିପରି ଅବସ୍ଥା ଯେପରି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ନ ହୁଏ ସେଥିପାଇଁ ମୋଦିସାହାଙ୍କ ଆଗୁଆ ପ୍ରସ୍ତୁତି। ବର୍ତ୍ତମାନଠାରୁ ସେହି ରାଜ୍ୟର ନେତାଙ୍କୁ ପ୍ରାଧାନ୍ୟ ଦେଇ ଦଳକୁ ସୁଦୃଢ କରିବାକୁ ଆଶା ରଖିଛି ବିଜେପି।

4- ଶୁକ୍ରବାର ଦିନ ମୋଦିସାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତାହା କୁଆଡେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅଦଳବଦଳ ଆଲୋଚନା ଥିଲା ବୋଲି କୁହାଯାଉଛି।

5-ମୋଦି ସରକାରର ଦ୍ବିତୀୟ ପାଳିର ଦ୍ବିତୀୟ ବର୍ଷ ହୋଇଗଲାଣି। ଏଥିରେ ମନ୍ତ୍ରୀ ହେବା ପାଇଁ ଯେଉଁମାନେ ଆଗଭର ଅଛନ୍ତି ସେମାନଙ୍କୁ ସନ୍ତୁଷ୍ଠୀକରଣର ଅବଶ୍ୟକତା ରହିଛି।

6-ଏଥିସହିତ ମେଣ୍ଟ ସରକାରରେ କେତେକ ଦଳର ପ୍ରତିନିଧିଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇ ନାହିଁ। ମୁଖ୍ୟତଃ ଜେଡିୟୁ ଏବଂ ଉତ୍ତରପ୍ରଦେଶର ଆପନା ଦଳକୁ ସନ୍ତୁଷ୍ଠ କରିବା ପାଇଁ ସେମାନଙ୍କ ସଦସ୍ୟହଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ।

7-ପ୍ରଧାନମନ୍ତ୍ରୀ ସବୁ ବିଭାଗର ମନ୍ତ୍ରୀମାନଙ୍କର ପରୀକ୍ଷା ନେବା ଆରମ୍ଭ କରିଛନ୍ତି। ଏହି ଦୁଇ ବର୍ଷରେ କେଉଁ ବିଭାଗ କିପରି ଦକ୍ଷତା ପ୍ରତିପାଦନ କରିଛନ୍ତି ତାହାର ହିସାବ କରୁଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଯେଉଁମାନଙ୍କର ଭଲ କାର୍ଯ୍ୟଦକ୍ଷତା ନାହିଁ ସେମାନଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯିବ। ଫଳରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନା ନିଶ୍ଚିତ ରହିବ।