Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇଣ୍ଟରନାସନାଲ ମିଉଜିୟମ ଏକ୍ସପୋ-୨୦୨୩ ଉଦଘାଟିତ
ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇଣ୍ଟରନାସନାଲ ମିଉଜିୟମ ଏକ୍ସପୋ-୨୦୨୩ ଉଦଘାଟିତ

May 19, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇଣ୍ଟରନାସନାଲ ମିଉଜିୟମ ଏକ୍ସପୋ-୨୦୨୩ ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ-୨୦୨୩କୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ନର୍ଥ ଓ ସାଉଥ ବ୍ଲକରେ ଏକ ଆଭାସୀ ଜାତାୟତକ୍ଷମ ଜାତୀୟ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ବୈଷୟିକ ମେଳା, ସଂରକ୍ଷଣ ଲ୍ୟାବ ଓ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।

ସଂଗ୍ରହାଳୟ, ସ୍ଥାୟୀ ଓ ନିରନ୍ତର ଏବଂ ଜନକଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ୪୭ତମ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପାଳନ କରାଯାଉଛି, ତା’ର ଅଂଶବିଶେଷ ଭାବେ ଏହି ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି।

ସମବେତ ବ୍ୟକ୍ତବିଶେଷଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଇତିହାସର ଅନେକ ଅଧ୍ୟାୟ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଯୋଗୁ ପ୍ରଯୁକ୍ତି ବଳରେ ଜୀବନ୍ୟାସ ପାଇ ଉଠିଛି।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମସ୍ଥଳରେ ପହଂଚିବା ଆଗରୁ ସଂଗ୍ରହାଳୟକୁ ଯାଇ ସେଠାକାର ଯୋଜନା ଓ କାର୍ଯ୍ୟନୋୟନ ପରିଚାଳନାକୁ ନେଇ ସନ୍ତୋଷବ୍ୟକ୍ତ କରିବା ସହ ଉଦ୍ୟମର ପ୍ରଂଶସା କରିଥିଲେ। ଏହା ଦର୍ଶକଙ୍କ ମନରେ ପ୍ରଭାବ ମଧ୍ୟ ପକାଇବ ବୋଲି କହିଥିଲେ। ଆଜିର କାର୍ଯ୍ୟକ୍ରମ ଭାରତର ସଂଗ୍ରହାଳୟଗୁଡ଼ିକ ନିମନ୍ତେ ଏକ ମୋଡ଼ ଆଣିବ ବୋଲି ସେ କହିଥିଲେ।

ସରକାର ସ୍ଥାନୀୟ ଓ ଗ୍ରାମୀଣ ସଂଗ୍ରହାଳୟ ଗୁଡ଼ିକର ସଂରକ୍ଷଣ ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବା ସହ ପ୍ରତ୍ୟେକ ରାଜ୍ୟ ଓ ସମାଜର ସବୁ ଅଂଶର ଐତିହ୍ୟକୁ ବଜାୟ ରଖିବାକୁ ବଦ୍ଧ ପରିକର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ଅବଦାନର ଅମର ସ୍ୱାକ୍ଷରକୁ ଉଜ୍ଜୀବିତ ରଖିବା ପାଇଁ ସରକାର ଦଶଟି ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏହା ଆଦିବାସୀ ବିବିଧତା ନେଇ ବିଶ୍ୱକୁ ଏହାର ଝଲକ ଦେବା ପାଇଁ ଏକ ଅନନ୍ୟ ପଦକ୍ଷେପ।

ଦେଶର ଐତିହ୍ୟ ସଂରକ୍ଷଣ ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାତ୍ମା ଗାନ୍ଧୀ ଲବଣ ସତ୍ୟାଗ୍ରହ ପାଇଁ ଯେଉଁ ଦାଣ୍ଡି ଯାତ୍ରା କରିଥିଲେ ଓ ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରୁ ଆଇନ ଅମାନ୍ୟ କରି ସେ ଲୁଣ ମାରିଥିଲେ ସେଠାରେ ସ୍ମାରକୀ ନିର୍ମିତ ହୋଇଛି। ଦିଲ୍ଲୀର ୫-ଆଲୀପୁର ରୋଡ୍ ଠାରେ ଡକ୍ଟର ବି. ଆର. ଆମ୍ବେଦକରଙ୍କ ମହାପରିନିର୍ବାଣ ସ୍ଥଳର ପୁନର୍ବିନ୍ୟାସ କରାଯାଇ ଏକ ଜାତୀୟ ସ୍ମାରକୀ ନିର୍ମାଣ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଗୋଟିଏ ଦେଶ ଏହାର ଐତିହ୍ୟର ସଂରକ୍ଷଣ କରେ, ସେତେବେଳେ ସେ ଦେଶ ଅନ୍ୟାନ୍ୟ ଦେଶଗୁଡ଼ିକ ସହ ଅନ୍ତରଙ୍ଗ ମଧ୍ୟ ହୋଇଥାଏ। ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଉଦାହରଣ ଦେଇ ସେ କହିଥିଲେ ଯେ ବଂଶାନୁକ୍ରମିକ ଭାବେ ସଂରକ୍ଷିତ ହୋଇ ରହିଥିବା ଏହି ପବିତ୍ର ଦେହାବଶେଷ ସମଗ୍ର ବିଶ୍ୱରେ ଅନେକ ବୁଦ୍ଧ ଅନୁଗାମୀଙ୍କୁ ଏବେ ଏକାଠି କରିଛି।

ଗତ ବୁଦ୍ଧ ପୂର୍ଣ୍ଣମୀରେ ମଙ୍ଗୋଲିଆକୁ ଚାରିଟି ପବିତ୍ର ଅବଶେଷ ପଠାଯାଇଛି ଓ ଶ୍ରୀଲଙ୍କାରୁ ଏହା କୁଶୀନଗର ଆସିବ ବୋଲି ସେ କହିଥିଲେ। ସେହିପରି ଗୋଆର ସେଣ୍ଟ କେତେବାନଙ୍କ ଇଚ୍ଛାପତ୍ର ଭାରତରେ ନିରାପଦରେ ରହିଛି। ଯେତେବେଳେ ଦେହାବଶେଷ ଜର୍ଜିଆକୁ ପଠାଯାଇଥିଲା ସେତେବେଳେ ଯେଉଁ ବିପୁଳ ଉଦ୍ଦୀପନା ସେଠାରେ ଦେଖାଯାଇଥିଲା ତାହା ଅବର୍ଣ୍ଣନୀୟ। “ଆମର ଐତିହ୍ୟ ବିଶ୍ୱ ଐକ୍ୟର ବାର୍ତ୍ତାବହ” ବୋଲି ସେ କହିଥିଲେ।

ସଂଗ୍ରହାଳୟଗୁଡ଼ିକ ଆଗାମୀ ପିଢ଼ି ନିମନ୍ତେ ସମ୍ପଦ ସଂରକ୍ଷଣର ସକ୍ରିୟ ଅଂଶୀଦାର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେଃ ପୃଥିବୀ ସମ୍ମୁଖିନ ହୋଇଥିବା ଅନେକ ବିପର୍ଯ୍ୟୟର ପଦଚିହ୍ନ ସଂଗ୍ରହାଳୟ ଗୁଡ଼ିକ ସଂରକ୍ଷିତ କରି ରଖିବା ଉଚିତ ଓ ପରିବର୍ତ୍ତିତ ପୃଥିବୀର ମୁଖ ମଧ୍ୟ ଉପସ୍ଥାପିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

ସେ ପ୍ରଦର୍ଶନୀର ଖାଦ୍ୟ ସାମଗ୍ରୀ ଅନୁଭାଗ ଉପରେ ଆଲୋକପାତ କରି ଭାରତର ଉଦ୍ୟମ ଯୋଗୁ ଶ୍ରୀଅନ୍ନ, ବଗଡ଼ା ଶସ୍ୟ ଓ ଆୟୁର୍ବେଦର ଚାହିଦା ବୃଦ୍ଧି ହୋଇଛି ବୋଲି କହିଥିଲେ। ନୂତନ ସଂଗ୍ରହାଳୟ ଗୁଡ଼ିକ ଶ୍ରୀଅନ୍ନ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

ଐତିହାସିକ ଗୁରୁତ୍ୱ ବହନ କରୁଥିବା ବିଷୟମାନ ସଂରକ୍ଷଣ କରିବା ମନୋଭାବ ବୃଦ୍ଧି ପାଇଲେ ସବୁ ସମ୍ଭବପର ହୋଇପାରିବ। ଏହା କିପରି କରିହେବ ସେ ତାହାର ବର୍ଣ୍ଣନା କରିଥିଲେ। ପ୍ରତ୍ୟେକ ପରିବାର ନିଜର ଏକ ପାରିବାରିକ ସଂଗ୍ରହାଳୟ ସୃଷ୍ଟି କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

ଆଜିର ଏକ ସାଧାସିଧା ଜିନିଷ ଆଗାମୀ ପିଢ଼ି ପାଇଁ ଏକ ଭାବପ୍ରବଣ ସମ୍ପତ୍ତିର ରୂପ ନେଇପାରେ। ସେ ବିଦ୍ୟାଳୟ ଓ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକ ନିଜସ୍ୱ ସଂଗ୍ରହାଳୟ ଖୋଲିବାକୁ ପରାମର୍ଶ ଦେଇଥିଲେ । ସେ ମଧ୍ୟ ନଗରୀଗୁଡ଼ିକ ନଗର ସଂଗ୍ରହାଳୟ ଖୋଲିବାକୁ କହିଥିଲେ। ଏହା ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ପ୍ରଚୁର ଐତିହାସିକ ସମ୍ପଦରେ ପରିଣତ ହେବ।

ପ୍ରଧାନମନ୍ତ୍ରୀ ଚୋରାଚାଲାଣ ଓ କଳାକୃତି ଗୁଡ଼ିକର ସମୂହ ଆହ୍ୱାନ ଉପରେ କହିଥିଲେ ଯେ ଭାରତ ଭଳି ସମୃଦ୍ଧ ଐତିହ୍ୟର ଦେଶ ଏହି ସମସ୍ୟା ସହ ଶହ ଶହ ବର୍ଷ ଧରି ସଂଗ୍ରାମ କରି ଆସୁଛି। ସେ କହିଥିଲେ ଅନେକ କଳାକୃତି ଅନୈତିକ ଉପାୟରେ ସ୍ୱାଧୀନତା ପୂର୍ବରୁ ଓ ପରେ ଦେଶରୁ ଚାଲାଣ ହୋଇଛି। ଏଭଳି ଅପରାଧର ଅନ୍ତ ଘଟାଇବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ।

ବିଶ୍ୱରେ ଭାରତର ସୁଖ୍ୟାତି ଆଣିବା ପାଇଁ ଅନେକ ଦେଶ ଏସବୁ କଳାକୃତି ଫେରାଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ ବନାରସରୁ ଚୋରି ଯାଇଥିବା ମାଆ ଅନ୍ନପୂର୍ଣ୍ଣା, ଗୁଜରାଟରୁ ଚୋରି ହୋଇଥିବା ମା’ ମହିଷାମର୍ଦ୍ଦିନୀ, ଚୋଳ ସାମ୍ରାଜ୍ୟ କାଳରେ ତିଆରି ହୋଇଥିବା ନଟରାଜ ମୂର୍ତ୍ତି, ଗୁରୁ ହରଗୋବିନ୍ଦ ସିଂହଙ୍କ ଖଣ୍ଡାଧାରୀ ମୂର୍ତ୍ତିର ସେ ଉଦାହରଣ ଦେଇଥିଲେ।

ସ୍ୱାଧୀନତା ପରେ ମାତ୍ର ୨୦ଟି ମୂର୍ତ୍ତି ଦେଶକୁ ଅଣାଯାଇଥିବା ବେଳେ ଗତ ନଅ ବର୍ଷ ମଧ୍ୟରେ ୨୪୦ଟି ଏପରି ବିରଳ କଳାକୃତି ଦେଶକୁ ଫେରାଇ ଅଣାଯାଇଥିବା ଶ୍ରୀ ମୋଦୀ କହିଥିଲେ । ଗତ ନଅ ବର୍ଷ ମଧ୍ୟରେ ସାଂସ୍କୃତିକ କଳାକୃତି ଚୋରାଚାଲାଣ ମଧ୍ୟ ଅନେକ କାଳରେ ହ୍ରାସ ପାଇଛି। ଏ ଦିଗରେ ସଂଗ୍ରହାଳୟ ସହ ଯୋଡ଼ି ହୋଇଥିବା ପ୍ରତିନିଧି ଗଣ ଅଧିକ ସହଯୋଗ କରିବାକୁ ସେ ନିବେଦନ କରିଥିଲେ।

“ଅନୈତିକ ଉପାୟରେ ଆସିଥିବା କୌଣସି ଦେଶର କଳାକୃତି ଓ ସଂଗ୍ରହାଳୟରେ ସ୍ଥାନ ପାଇଥିବା ଅନୁଚିତ। ସମସ୍ତ ସଂଗ୍ରହାଳୟ ନିମନ୍ତେ ଆମେ ଏହାକୁ ନୈତିକ ପ୍ରତିବଦ୍ଧତା ଭାବେ ବିଚେତନା କରିବା ଅନୁଚିତ। ଆମେ ଆମର ଐତିହ୍ୟର ସଂରକ୍ଷଣ କରିବା ସହ ଏକ ନୂତନ ଓ ଏକ ନୂତନ ଇଚ୍ଛାପତ୍ର ସୃଷ୍ଟି କରିବା” କହି ପ୍ରଧାନମନ୍ତ୍ରୀ ତାଙ୍କର ଉଦବୋଧନର ପରିସମାପ୍ତି ଘଟାଇଥିଲେ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଓ ଶ୍ରୀମତୀ ମିନାକ୍ଷୀ ଲେଖି ଓ ଆବୁଧାବି ଲୋଭୁରେର ନିର୍ଦେଶକ ଶ୍ରୀ ମାନୁଏଲ ରାବାଟେ ଏହି ଅବସରରେ ଉପସ୍ଥିତ ଥିଲେ।

ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଇଣ୍ଟରନାସନାଲ ମିଉଜିୟମ ଏକ୍ସପୋ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କାଶ୍ମୀରରେ ୨୫ଟି ପୁସ୍ତକ ଉପରେ ଲାଗିଲା ପ୍ରତିବନ୍ଧକ: ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭଯୋଗ

August 7, 2025

ବିଏମସି ନିର୍ବାଚନ ପୂର୍ବରୁ ଶିବସେନା-ୟୁବିଟିକୁ ବଡ଼ ଝଟକା, ଉଦ୍ଧବ ଠାକରେଙ୍କୁ ଭେଟିବା ପରେ ଇସ୍ତଫା ଦେଲେ ବିଠଲ ମୋରେ

August 7, 2025

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ପରେ ମଜବୁତର ସହ ଗତି କରୁଛି ଭାରତୀୟ ମୁଦ୍ରା: ଆଜି ଡଲାର ତୁଳନାରେ ବୃଦ୍ଧି ପାଇଲା ଟଙ୍କା

August 7, 2025

‘ଆମର କୃଷକଙ୍କ ସ୍ୱାର୍ଥ ସହ ସାଲିସ କରିବୁ ନାହିଁ’: ଟ୍ରମ୍ପଙ୍କ ନାମ ନ ନେଇ ଆମେରିକାକୁ ସିଧାସଳଖ ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

August 7, 2025
Latest News

କାଶ୍ମୀରରେ ୨୫ଟି ପୁସ୍ତକ ଉପରେ ଲାଗିଲା ପ୍ରତିବନ୍ଧକ: ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭଯୋଗ

August 7, 2025

ବିଏମସି ନିର୍ବାଚନ ପୂର୍ବରୁ ଶିବସେନା-ୟୁବିଟିକୁ ବଡ଼ ଝଟକା, ଉଦ୍ଧବ ଠାକରେଙ୍କୁ ଭେଟିବା ପରେ ଇସ୍ତଫା ଦେଲେ ବିଠଲ ମୋରେ

August 7, 2025

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ପରେ ମଜବୁତର ସହ ଗତି କରୁଛି ଭାରତୀୟ ମୁଦ୍ରା: ଆଜି ଡଲାର ତୁଳନାରେ ବୃଦ୍ଧି ପାଇଲା ଟଙ୍କା

August 7, 2025

‘ଆମର କୃଷକଙ୍କ ସ୍ୱାର୍ଥ ସହ ସାଲିସ କରିବୁ ନାହିଁ’: ଟ୍ରମ୍ପଙ୍କ ନାମ ନ ନେଇ ଆମେରିକାକୁ ସିଧାସଳଖ ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଭାରତକୁ ଶୁଳ୍କ ଜାଲରେ ଫସାଇବା ପରେ ମୁନିରଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ, ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ବଢୁଛି ଘନିଷ୍ଠତା?

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.