ପ୍ରଥମ ଥର ପାଇଁ ପ୍ରତିରକ୍ଷା ଉତ୍ପାଦନ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି

Published: May 20, 2023, 7:45 am IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟର ନିରନ୍ତର ପ୍ରୟାସର ପରିଣାମ ସ୍ୱରୂପ, ୨୦୨୨ -୨୩ ଆର୍ଥିକ ବର୍ଷରେ ପ୍ରତିରକ୍ଷା ଉତ୍ପାଦର ମୂଲ୍ୟ ପ୍ରଥମ ଥର ପାଇଁ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।

ବର୍ତ୍ତମାନ ପ୍ରତିରକ୍ଷା ମୂଲ୍ୟ ୧,୦୬,୮୦୦ କୋଟି ଟଙ୍କା ରହିଛି ଏବଂ ଅବଶିଷ୍ଟ ଘରୋଇ ପ୍ରତିରକ୍ଷା ଶିଳ୍ପରୁ ତଥ୍ୟ ଆସିବା ପରେ ଏହାର ପରିମାଣ ଆହୁରି ବୃଦ୍ଧି ପାଇବ । ୨୦୨୧ -୨୨ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯୫,୦୦୦ କୋଟି ଟଙ୍କା ଥିବାବେଳେ ୨୦୨୨ – ୨୩ ଆର୍ଥିକ ବର୍ଷରେ ବର୍ତ୍ତମାନର ପ୍ରତିରକ୍ଷା ଉତ୍ପାଦନର ମୂଲ୍ୟରେ ୧୨ % ଅଭିବୃଦ୍ଧି ଘଟିଛି।

ସରକାର କ୍ରମାଗତ ଭାବରେ ପ୍ରତିରକ୍ଷା ଶିଳ୍ପ ଏବଂ ସେମାନଙ୍କ ସଙ୍ଗଠନ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡିକୁ ଦୂର କରିବା ଏବଂ ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ସହିତ କାର୍ଯ୍ୟ କରୁଛନ୍ତି। ଯୋଗାଣ ଶୃଙ୍ଖଳରେ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟ ଅପର ଏକୀକରଣ ସମେତ ବ୍ୟବସାୟ କରିବାର ସହଜ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଅନେକ ନୀତିଗତ ସଂସ୍କାର ଗ୍ରହଣ କରାଯାଇଛି।

ଏହି ନୀତି ଯୋଗୁଁ, ପ୍ରତିରକ୍ଷା ଡିଜାଇନ୍‌, ବିକାଶ ଏବଂ ଉତ୍ପାଦନ କ୍ଷେତ୍ରକୁ ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟ ଅପ୍ ସହିତ ଅନେକ ଉଦ୍ୟୋଗ ଆଗେଇ ଆସୁଛନ୍ତି ଏବଂ ଗତ ୭ – ୮ ବର୍ଷ ମଧ୍ୟରେ ଉଦ୍ୟୋଗ ଗୁଡିକୁ ପ୍ରଦାନ କରା ଯାଇଥିବା ପ୍ରତିରକ୍ଷା ଲାଇସେନ୍ସ ସଂଖ୍ୟାରେ ପ୍ରାୟ ୨୦୦ ପ୍ରତିଶତ ବୃଦ୍ଧି ଘଟିଛି। ସରକାରଙ୍କ ଦ୍ୱାରା ନିଆ ଯାଇଥିବା ଏହି ପଦକ୍ଷେପ ଗୁଡିକ ଦେଶରେ ପ୍ରତିରକ୍ଷା ଶିଳ୍ପ ଉତ୍ପାଦନ କ୍ଷେତ୍ରର ପାରିବେଶିକ ବ୍ୟବସ୍ଥାକୁ ବୃଦ୍ଧି କରିଛି ଏବଂ ବହୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

Related posts