Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାଣପୁରର ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ; ମୁଖ୍ୟ ସଚିବ, ଡିଜିଙ୍କୁ ଏନଏଚଆରସି ର ନୋଟିସ
ଜାତୀୟ ଖବର

ବାଣପୁରର ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ; ମୁଖ୍ୟ ସଚିବ, ଡିଜିଙ୍କୁ ଏନଏଚଆରସି ର ନୋଟିସ

May 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁରର ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ; ମୁଖ୍ୟ ସଚିବ,ଡିଜିଙ୍କୁ ଏନଏଚଆରସି ର ନୋଟିସ

ସୀତାରାମ ଅଗ୍ରୱାଲ

ବାଣପୁର : ଜଣେ ଯୁବକଙ୍କୁ ପିଟି ହତ୍ୟା କରିଥିବା ଜାତୀୟ ମାନବାଧିକାର କମିଶନ ବା ଏନଏଚଆରସି ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ଶୁଣାଣି କରି ଜାତୀୟ ମାନବାଧିକାର କମିଶନ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆସନ୍ତା ଜୁନ୍ ୨୪ ସୁଦ୍ଧା କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷେ କମିଶନ ଖୋର୍ଦ୍ଧା ଜିଲାପାଳ, ଏସ୍‌ପି ଏବଂ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୪ସପ୍ତାହ ମଧ୍ଯରେ ସବିଶେଷ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବେ। ରିପୋର୍ଟ ପ୍ରଦାନ ରେ ବିଳମ୍ବ ହେଲେ ମାନବାଧିକାର ସୁରକ୍ଷା ଆଇନ ୧୯୯୩ ଅନୁସାରେ କମିଶନଙ୍କ ନିକଟରେ ବ୍ୟକ୍ତିଗତ ହାଜର ଲାଗି ନିର୍ଦ୍ଦେଶ ଦିଆଯିବ ବୋଲି ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାରକୁ ଉପଯୁକ୍ତ ସୁରକ୍ଷା, ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାଶ।

ପ୍ରକାଶ ଯେ, ୨୦୨୦ ଅକ୍ଟୋବର ୧୩ ସନ୍ଧ୍ୟାରେ ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ଟାମଣା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ମଇଁଷିଗୋଠ ନିକଟରେ ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ ଗୋଳଗାଁର ବଳଭଦ୍ର ବେହେରା ଓରଫ୍ ଟିକିଙ୍କ ସହ କେତେଜଣ ବ୍ୟକ୍ତି ଗଛ କାଟୁଥିବା ନେଇ ସ୍ଥାନୀୟ ବନ କର୍ମଚାରୀ ସୂଚନା ପାଇଥିଲେ।

ଧୂଆଁନଳି ଫରେଷ୍ଟ ବିଟ୍ ହାଉସ୍‌ର କର୍ମଚାରୀମାନେ ପହଞ୍ଚି ଚଢ଼ାଉ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ଅନ୍ଯମାନେ ସେଠାରୁ ଦୌଡ଼ି ପଳାଇଥିଲେ। ତେବେ ବଳଭଦ୍ର ଗଛ ଉପରେ ଚଢ଼ି ଗଛ କାଟୁଥ‌ିବା ବେଳେ ବନ କର୍ମଚାରୀ ତାଙ୍କୁ କାବୁକରି କାର୍ଯ୍ୟାଳୟକୁ ନେଇଥିଲେ। ବିଳମ୍ବିତ ରାତିରେ ବଳଭଦ୍ର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନିକଟ ନୀଳାଦ୍ରିପ୍ରସାଦ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଣପୁର ପୋଲିସ ମେଡ଼ିକାଲରେ ପହଞ୍ଚି ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲା। ପରଦିନ ଅପରାହ୍ନରେ ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିଥିଲେ।

ମୃତ ବଳଭଦ୍ରଙ୍କ ଶରୀରରେ କ୍ଷତଚିହ୍ନ ଥ‌ିବା ଦେଖ୍ ବନ କର୍ମଚାରୀମାନେ ତାଙ୍କୁ ମାଡ଼ମାରି ହତ୍ୟା କରିଥିବା ସ୍ତ୍ରୀ ପ୍ରତିମା ବାଣପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପ୍ରତିମାଙ୍କ ଅଭିଯୋଗ କ୍ରମେ ଦଫା ୩୦୨/୩୪ ଆଇପିସିରେ ଏକ ମାମଲା (ନଂ.୩୧୯/୨୦) ରୁଜୁ ହୋଇଥିଲା ବାଣପୁର ଥାନାରେ।

ଏ ନେଇ ମାନବାଧିକାର କର୍ମୀ ଜୟନ୍ତ ଦାଶ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ତଦନ୍ତ ଆଳରେ ଯୁବକଙ୍କୁ ବନ କାର୍ଯ୍ଯାଳୟ ପରିସରରେ ଅକଥନୀୟ ମାଡ ମାରିଥିଲେ। ଫଳରେ ତାଙ୍କ ମୃତ୍ଯ ଘଟିଛି। ଏହା ଏକ ହାଜତ ଜନିତ ମୃତ୍ଯୁ ବୋଲି ସେ ଉଲ୍ଲେଖ କରିଥିଲେ। ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଏନଏଚଆରସି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ, ଆଦୌ କରନ୍ତୁ ନାହିଁ ଅଣଦେଖା

September 9, 2025

ଲିକ୍ ହେଲା ଏସିଆ କପ୍ ପାଇଁ ଭାରତର ପ୍ଲେଇଂ-୧୧: ଜାଣନ୍ତୁ କାହାକୁ ମିଳିବ ସୁଯୋଗ

September 9, 2025

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025
Latest News

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ, ଆଦୌ କରନ୍ତୁ ନାହିଁ ଅଣଦେଖା

September 9, 2025

ଲିକ୍ ହେଲା ଏସିଆ କପ୍ ପାଇଁ ଭାରତର ପ୍ଲେଇଂ-୧୧: ଜାଣନ୍ତୁ କାହାକୁ ମିଳିବ ସୁଯୋଗ

September 9, 2025

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.