Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟ୍ରେନ ଦୁର୍ଘଟଣାରେ ସ୍ବାମୀ ମରିଛନ୍ତି କହି ଟଙ୍କା ହାତେଇବାକୁ ଉଦ୍ୟମ, ମହିଳା ଅଟକ
ଜାତୀୟ ଖବର

ଟ୍ରେନ ଦୁର୍ଘଟଣାରେ ସ୍ବାମୀ ମରିଛନ୍ତି କହି ଟଙ୍କା ହାତେଇବାକୁ ଉଦ୍ୟମ, ମହିଳା ଅଟକ

June 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Train
ଟ୍ରେନ ଦୁର୍ଘଟଣାରେ ସ୍ବାମୀ ମରିଛନ୍ତି କହି ଟଙ୍କା ହାତେଇବାକୁ ଉଦ୍ୟମ, ମହିଳା ଅଟକ

ଭୁବନେଶ୍ବର: ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ସାରା ବିଶ୍ବ ଦୁଃଖ ପ୍ରକାଶ କରୁଥିବା ବେଳେ ସେପଟେ ମୃତକଙ୍କ ଟଙ୍କା ହାତେଇବା ପାଇଁ ହୀନ ଉଦ୍ୟମ ପଦାକୁ ଆସିଛି। ଜଣେ ମହିଳା ନିଜ ସ୍ବାମୀ ଦୁର୍ଘଟଣାରେ ମରିଯାଇଛନ୍ତି କହି ଟଙ୍କା ହାତେଇବାକୁ ଚେଷ୍ଠା କରି ଧରାପଡିଛନ୍ତି।

ମହିଳା ଜଣଙ୍କ ହେଉଛନ୍ତି ବଡମ୍ବା ମାଣିଆବନ୍ଧ ଅଞ୍ଚଳ ଗୀତାଞ୍ଜଳି ଦତ୍ତ। ସେ ବାଲେଶ୍ବର ନୋସି ବିଜେନେସ ପାର୍କରେ ଥିବା ଶବଖାନାକୁ ଆସି କାନ୍ଦବୋବାଳି କରି ସ୍ବାମୀ ମରିଯାଇଛନ୍ତି ବୋଲି କହିିଥିଲା।  ସେଠାରେ ଥିବା ଅଧିକାରୀମାନେ ମହିଳାଙ୍କୁ ଶବ ଚହ୍ନଟ କରିବା ପାଇଁ ଅନୁମତି ଦେଇଥିଲେ। ସେ ଜଣେ ପୁରୁଷଙ୍କ ଶବକୁ ମୋ ସ୍ବାମୀ ବୋଲି କହି ତା ଉପରେ କାନ୍ଦି ଲୋଟିପଡିଥିଲେ।

ଏହାପରେ ସେଠାରେ ଥିବା ଅଧିକାରୀ ତାଙ୍କର ପରିଚୟ ପତ୍ର ସ୍ବାମୀଙ୍କ ପରିଚୟ ପତ୍ର ମାଗିବା ପରେ ମହିଳା ଜଣଙ୍କ ଅସୁବିଧାରେ ପଡିଯାଇଥିଲେ। ହଁ ଆଣୁଛି କହି ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଜିଆରପି ହାବୁଡରେ ପଡିଥିଲେ। ମହିଳାଙ୍କୁ ଅଟକ ରଖାଯାଇଛି।

ସେପଟେ ଆଶ୍ଚର୍ଯ୍ୟର କଥା ମହିଳାଙ୍କ ସ୍ବାମୀ ବିଜୟ ଦତ୍ତ ଏ ଘଟଣା ଜାଣିବା ପରେ ସେ ଥାନାରେ ଏକ ଏଫଆଇର ଦାୟର କରିବାକୁ ଗଲେ। ସେ ମାଣିଆବନ୍ଧ ଥାନାରେ ଅଭିଯୋଗ କରିଛନ୍ତି ଯେ, ମୋ ସ୍ତ୍ରୀ ତିନିଦିନ ହେଲା ନିଖୋଜ ଅଛନ୍ତି। ମୁଁ ଟ୍ରେନ ଦୁର୍ଘଟଣାରେ ମରିଯାଇଛି କହି ଅନୁକମ୍ଫା ରାଶି ହାତେଇବାକୁ ସେ ଚେଷ୍ଠା କରୁଛନ୍ତି। ମୋର ମାନ ସମ୍ମାନ ରକ୍ଷା କରିବା ପାଇଁ ତାକୁ ଏହି କାର୍ଯ୍ୟରୁ ରୋକନ୍ତୁ ବୋଲି ସେ ଅଭିଯୋଗ କରିଛନ୍ତି।

ଟ୍ରେନ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.