Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରୋହିତଙ୍କ ବହିସ୍କାର ନେଇ ବିଜେପିର ସମାଲୋଚନା, କହିଲେ ଏହା କେବଳ ଆଇ ୱାସ
ଜାତୀୟ ଖବର

ରୋହିତଙ୍କ ବହିସ୍କାର ନେଇ ବିଜେପିର ସମାଲୋଚନା, କହିଲେ ଏହା କେବଳ ଆଇ ୱାସ

June 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରୋହିତଙ୍କ ବହିସ୍କାର ନେଇ ବିଜେପିର ସମାଲୋଚନା, କହିଲେ ଏହା କେବଳ ଆଇ ୱାସ

ଭୁବନେଶ୍ୱର: ଦୁର୍ନିତୀକୁ ପଶ୍ରୟ ଦେଉଥିବା ଏକ ଜନବିରୋଧି ସରକାର ଓଡିଶାରେ ଚାଲିଛି। ତଥାକଥିତ “୫-ଟି ଏଠାରେ ଏକ ଧୂଆଁବାଣ ସଦୃଶ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ କାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କୁ ବହିଷ୍କାର କଲେ।

ଶ୍ରୀ ପୁଜାରୀଙ୍କୁ ବହିଷ୍କାର ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସଚିବ ଓ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କୁ ଅପସାରଣ କରାଯାଇଥିଲା। ଶ୍ରୀ ପୁାଜରୀଙ୍କୁ ବହିଷ୍କାର କରାଯିବାର କିଛି ଘଂଟା ଭିତରେ ବିଭାଗୀୟ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ଅପସରଣ କରିଦିଆଗଲା। କାହାକୁ ମନ୍ତ୍ରୀ ରଖିବେ କିମ୍ବା ବହିଷ୍କାର କରିବେ ତାହା ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛାଧିନ ବ୍ୟାପାର କିନ୍ତୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କରିବା ପଛରେ କାରଣ କ’ଣ? ଉଚ୍ଚ ଶିକ୍ଷା ବିଭାଗରେ ବିଭିନ୍ନ ଅନିୟମିତତା ଓ କେଳେଙ୍କାରୀ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରିଛି।

ଏହା ସହିତ ମନ୍ତ୍ରୀ ଶ୍ରୀ ପୂଜାରୀ ଏକ ବିଭାଗର ସମୀକ୍ଷା ବେଳେ ମନ୍ତ୍ରୀ ତଥା ବିଭାଗର ଅପାରଗତା ବିଷୟରେ କୁହାଯାଇଛି । ଅପାରଗତା, ଅଯୋଗ୍ୟତା ଓ ଜନବିରୋଧି କାର୍ଯ୍ୟ ପାଇଁ ମନ୍ତ୍ରୀଙ୍କୁ ବିଦା କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଅତୀତରେ ଦେଖାଯାଇଛି ମୁଖ୍ୟମନ୍ତ୍ରୀ ଜନବିରୋଧି ତଥା ଦୁର୍ନିତୀଗ୍ରସ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିଛନ୍ତି ଓ ପରେ ମନ୍ତ୍ରୀମଣ୍ଡଳରେ ପୁନଃ ଥଇଥାନ କରିଛନ୍ତି।

ଯଦି ଉଚ୍ଚ ଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନିତୀ ଓ କେଳେଙ୍କାରୀ ହୋଇଛି, ଯଦି ଦୁର୍ନିତୀ ପ୍ରତି “ଜିରୋ ଟଲେରାନ୍ସ” ରେ ବିଶ୍ୱାସ ରଖିଛନ୍ତି ତାହାଲେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ରୋହିତ ପୂଜାରୀଙ୍କୁ କାହିଁକି ବାଦ୍ ଦେଲେ ତାର କାରଣ ଓଡିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ । ଯଦି ଦୁର୍ନିତୀ କାରଣ ଅଛି କିମ୍ବା ଦୁର୍ନିତୀ ହୋଇଛି ତାହେଲେ ତାର ଭିଜିଲାନ୍ସ ତଦନ୍ତ ଦେବେ କି ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଅତୀତରେ ମହିଳା ଓ ଶିଶୁ ବିଭାଗରେ ବ୍ୟାପକ ଦୁର୍ନିତୀ ଓ ଜନବିରୋଧୀ କାର୍ଯ୍ୟ ପାଇଁ ସେତେବେଳର ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଇ ୱାସ୍ ପାଇଁ ମୁଖ୍ୟମନ୍ତ୍ରୀ ବିଦା କରିଥିଲେ । ଏବେ ତାଙ୍କୁ ପୁନଃ ମନ୍ତ୍ରୀ ଭାବେ ଥଇଥାନ କରିଛନ୍ତି । ତାଙ୍କର କାର୍ଯ୍ୟଦକ୍ଷତା କ’ଣ? ବହିଷ୍କୃତ ମନ୍ତ୍ରୀ ରୋହିତ ପୂଜାରୀଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଦିଆଯାଇଛି । ରୋହିତଙ୍କୁ ବହିଷ୍କାର କେବଳ ଆଇ ୱାସ୍ ନୁହେଁ ତ ? କ’ଣ ପାଇଁ ପୂର୍ବରୁ ଅତନୁ ସବ୍ୟସାଚୀ ନାୟକଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରିଥିଲେ ଓ ବର୍ତମାନ ତାଙ୍କୁ କେଉଁ ଯୋଗ୍ୟତା ଆଧାରରେ ଉଚ୍ଚଶିକ୍ଷା ବିଭାଗ ଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ପ୍ରକୃତରେ ଯଦି ମୁଖ୍ୟମନ୍ତ୍ରୀ ସବୁ ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରୁଥାନ୍ତି, ତାହାଲେ ସବୁ ମନ୍ତ୍ରୀଙ୍କର କାର୍ଯ୍ୟଦକ୍ଷତା କ’ଣ ତାହା ସାର୍ବଜନୀନ କରାନ୍ତୁ ଓ ଜିରୋ ଟଲେରାନ୍ସ, ୫-ଟିର ଆଧାରରେ ଉଚ୍ଚଶିକ୍ଷା ବିଭାଗରେ ହୋଇଥିବା ବ୍ୟାପକ କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।

ବିଜେପି ମନୋଜ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ୨୩ ଲସ୍କର ସଦସ୍ୟଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

July 4, 2026

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026
Latest News

ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ୨୩ ଲସ୍କର ସଦସ୍ୟଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

July 4, 2026

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତିଙ୍କ ବିୟୋଗ

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.