Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖୋର୍ଦ୍ଧାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେପି କର୍ମିଙ୍କ ତୀବ୍ର ବିରୋଧ, ଦେଖନ୍ତୁ ଭିଡିଓ
ଜାତୀୟ ଖବର

ଖୋର୍ଦ୍ଧାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେପି କର୍ମିଙ୍କ ତୀବ୍ର ବିରୋଧ, ଦେଖନ୍ତୁ ଭିଡିଓ

June 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେପି କର୍ମିଙ୍କ ତୀବ୍ର ବିରୋଧ, ହଟହଟା ହୋଇ ଫେରିଲେ

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରବଳ ବିରୋଧ କରାଯାଇଛି। ତାହାପୁଣି ତାଙ୍କର ସଂସଦୀୟ କ୍ଷେତ୍ରରେ ହୋଇଛି ବିରୋଧ। ଆଶ୍ଚର୍ଯ୍ୟର କଥା ଯେଉଁମାନେ ବିରୋଧ କରିଛନ୍ତି ସେମାନେ ସମସ୍ତେ ହେଉଛନ୍ତି ବିଜେପି କର୍ମି। ପରିସ୍ଥିତି ଏପରି ହେଲା ଯେ, ସାଂସଦ ଅପରାଜିତା ସଭା କରି ନ ପାରି ହଟହଟା ହୋଇ ଭୁବନେଶ୍ବର ଫେରିବାକୁ ବାଧ୍ୟ ହୋଇଛନ୍ତି।

ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଓଳସିଂ ଗ୍ରାମରେ ଘଟିଛି। ଶନିବାର ସଂଧ୍ୟାରେ ସାଂସଦ ଅପରାଜିତା ସେଠାରେ ଏକ ଦଳୀୟ ସଭା କରିବାର ଥିଲା। ଏହି ସଭାକୁ ଆୟୋଜନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର। ତେବେ ଏହି ସଭା କରାଇ ନ ଦେବାକୁ ସେଠାକାର ବିଜେପି କର୍ମିମାନେ ଅଡି ବସିଥିଲେ।

https://thesamikhsya.com/odia/wp-content/uploads/2023/06/aparajita33-1.mp4

 

ସାଂସଦ ଅପରାଜିତା ଷଡଙ୍ଗୀ ଯେତେବେଳେ ସଭାସ୍ଥଳକୁ ଆସୁଥିଲେ ସେତେବେଳେ ରାସ୍ତାରେ ତାଙ୍କୁ ହେଲା ପ୍ରବଳ ବିରୋଧ। ବିଜେପି କର୍ମିମାନେ ରାସ୍ତାରେ ପଥର ପକାଇ ସାଂସଦଙ୍କୁ ଅବରୋଧ କଲେ। ଅପରାଜିତା ଗୋ ବ୍ୟାକ୍… ଅପରାଜିତା ଗୋ ବ୍ୟାକ୍ .. କହି ତାଙ୍କୁ ଛାଡି ଦେଲେ ନାହିଁ।

ସେଠାରେ ଅପରାଜିତାଙ୍କ ସମର୍ଥକ ତଥା ଜିଲ୍ଲା ସଭାପତି ଯେତେ ବୁଝାଇଲେ ମଧ୍ୟ କେହି ବୁଝିଲେ ନାହିଁ।  ଖୋଦ ସାଂସଦ ଗାଡିରୁ ଓହ୍ଲାଇ ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟତ ହେବାରୁ କର୍ମିମାନେ ଆହୁରି ଉତ୍ୟେକ୍ତ ହେଲେ। ଏପରିକି ସେଠାରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହେଲା। ଏହାକୁ ଦେଖି ଅପରାଜିତା ସେଠାରୁ ଖସି ଚାଲି ଆସିଲେ।

କର୍ମାମାନଙ୍କର ଅଭିଯୋଗ ହେଲା ଯେ, ଅପରାଜିତ ସାଂସଦ ହେବା ପରଠାରୁ ସେ କେବେ ହେଲେ ସେହି ଅଞ୍ଚଳକୁ ଆସି ନାହାଁନ୍ତି। ଚାରି ବର୍ଷ ହେଲା ସେ କୁଆଡେ ଯାଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଅପରାଜିତାଙ୍କ ପାଇଁ ସେଠାକାର ବିଜେପି କୁଆଡେ ଦୁଇ ଭାଗ ହୋଇଗଲା ବୋଲି ସେମାନେ ଅଭିଯୋଗ କରିଥିଲେ।

ନିଜ ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କ ଏପରି ଅବସ୍ଥା ଦେଖି ଓଡିଶା ରାଜନୀତିରେ ଚର୍ଚ୍ଚା ପାଇଁ ବେଶ୍ ଖୋରାକ ଯୋଗାଇଛି। କାରଣ ଅପରାଜିତା ସାରା ଓଡିଶାରେ ବଡବଡ ସଭା କରି ଲୋକଙ୍କ ସମର୍ଥନ ଯୋଗାଡ କରୁଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ନିଜ କର୍ମିମାନଙ୍କ ଦ୍ବାରା ବିରୋଧର ସମ୍ମୁଖୀନ ହେବା ତାଙ୍କ ଜନସଂପର୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅପରାଜିତା ଷଡଙ୍ଗୀ ସାଂସଦ ଅପରାଜିତା
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026
Latest News

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.