
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସାହାରନପୁର ଦେଓବନ୍ଦରେ ଆଜାଦ ସମାଜ ପାର୍ଟି (ଭୀମ ସେନା) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଅଜଣାବ୍ୟକ୍ତିଙ୍କ ଦ୍ଵାରା ତାଙ୍କୁ ଗୁଳି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବୁଲେଟ୍ ତାଙ୍କ ଅଣ୍ଟାରେ ଛୁଇଁ ବାହାରକୁ ଚାଲିଯାଇଛି। ଏହା ସହିତ ଗାଡିର ଗ୍ଲାସ ମଧ୍ୟ ଭାଙ୍ଗି ଯାଇଥିବାର ଦେଖାଯାଉଛି।
ଏହି ଆକ୍ରମଣ ପରେ ଚନ୍ଦ୍ରଶେଖର ଆଜାଦଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡିଜିପି ବିଜୟ କୁମାରଙ୍କୁ ଫୋନ ଯୋଗେ ଏସଏସପି ଡକ୍ଟର ବିପିନ ତାଡା ସାହାରନପୁର ପୁରା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଅବସ୍ଥା ଭଲ ଅଛି ବୋଲି ସେ କହିଛନ୍ତି।