Categories
ଆଜିର ଖବର ଜାତୀୟ ଖବର

୨୦୨୨ – ୨୩ରେ ଓଡିଶାରେ ଦୁଇଟି ଇକୋ – ପାର୍କ ସ୍ଥାପନ କରିଛି ଏମ୍‌ସିଏଲ୍

ନୂଆଦିଲ୍ଲୀ: କୋଇଲା / ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଗତ ୫ ବର୍ଷ ମଧ୍ୟରେ ୧୫ଟି ଇକୋ- ପାର୍କ ସ୍ଥାପନ କରିଛନ୍ତି । ଇକୋ ପାର୍କ ପାଇଁ ସରକାର କୌଣସି ପାଣ୍ଠି ଆବଣ୍ଟନ କରି ନାହାନ୍ତି। ଇକୋ- ପାର୍କର ପ୍ରତିଷ୍ଠା, ରକ୍ଷଣାବେକ୍ଷଣ ଏବଂ ଯତ୍ନ ବାବଦରେ ସମ୍ପୃକ୍ତ କୋଇଲା / ଲିଗ୍‌ନାଇଟ୍ ପିଏସ୍‌ୟୁ ଗୁଡ଼ିକ ଅର୍ଥ ଯୋଗାଉଛନ୍ତି।

୨୦୨୨-୨୩ରେ ଓଡ଼ିଶା ଏମସିଏଲ୍ ପକ୍ଷରୁ ଦୁଇଟି ଇକୋ ପାର୍କକୁ ସମ୍ପୂର୍ଣ୍ଣ କରାଯାଇଥିଲା। ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କକୁ  ୩୮୭ ଦିନରେ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ସେଥି ପାଇଁ ୨୭୮ ଲକ୍ଷ ଟଙ୍କା ଆବଂଟିତ ହୋଇଥିଲା।  ଉତ୍କଳ ଉପବନ ଇକୋ – ପାର୍କ ପାଇଁ  ଏମସିଏଲ ୧୬୮ ଲକ୍ଷ ଟଙ୍କା ଆବଂଟିତ କରିଥିବା ବେଳେ ଏହାକୁ  ୨୭୦ ଦିନରେ ସମ୍ପୂର୍ଣ୍ଣ କରିଥିଲା।  ଆଗକୁ ୬୦୦ ଲକ୍ଷ ଟଙ୍କାର ଆନୁମାନିକ ପାଣ୍ଠି ସହିତ ଏମ୍‌ସିଏଲ୍ ଜଗନ୍ନାଥ ବାଟିକା ଇକୋ – ପାର୍କ ସ୍ଥାପନ କରିବା ପାଇଁ ସ୍ଥିର କରିଛି।

ଇକୋ- ପାର୍କ ଗୁଡ଼ିକର ରାଜ୍ୟଭିତ୍ତିକ ଏବଂ ବର୍ଷ ଅନୁଯାୟୀ ବିବରଣୀ, ସମ୍ପୂର୍ଣ୍ଣ ସମୟର ବିବରଣୀ, କୋଇଲା / ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଦ୍ୱାରା ଆବଣ୍ଟିତ ପାଣ୍ଠିର ପ୍ରାରମ୍ଭିକ ପରିମାଣ ଏବଂ ଆବଶ୍ୟକ ଅତିରିକ୍ତ ପାଣ୍ଠି ସଂଲଗ୍ନ ପତ୍ର -୧ରେ ପ୍ରଦାନ କରାଯାଇଛି।

କୋଇଲା/ ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଦ୍ୱାରା ନୂତନ ଇକୋ- ପାର୍କ ପାଇଁ ଆନୁମାନିକ ପାଣ୍ଠିର ବିବରଣୀ ସଂଲଗ୍ନ ପତ୍ର -୨ରେ ପ୍ରଦାନ କରାଯାଇଛି।

ନିକଟସ୍ଥ ଅଞ୍ଚଳର ମନୋରଞ୍ଜନ ଉଦ୍ଦେଶ୍ୟରେ କୋଇଲା/ ଲିଗ୍‌ନାଇଟ୍ ପିଏସ୍‌ୟୁଗୁଡ଼ିକ ଦ୍ୱାରା ଇକୋ-ପାର୍କ ବିକଶିତ କରା ଯାଇଥିଲା ଏବଂ ଏହି ଇକୋ – ପାର୍କରୁ ଆୟ ହୋଇଥିବା କୌଣସି ରାଜସ୍ୱ ଖଣି ଅଞ୍ଚଳର ବିକାଶରେ ଖର୍ଚ୍ଚ କରାଯାଏ ନାହିଁ। ତେବେ ଖଣି ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଛତିଶଗଡ଼ର ଏସଇସିଏଲର କେନାପଡ଼ା ଇକୋ ପାର୍କ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଓ ରକ୍ଷଣାବେକ୍ଷଣ କରାଯାଏ। ଏହି ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କ ଜୀବିକା ପାଇଁ କେନାପଡ଼ା ଇକୋ ପାର୍କର ଭାସମାନ ରେଷ୍ଟୁରାଣ୍ଟ,  ମତ୍ସ୍ୟ ଚାଷ  ଓ ବୋଟିଂ ସୁବିଧାରୁ ମଧ୍ୟ ଅର୍ଥ ରୋଜଗାର କରୁଛନ୍ତି।

କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୁଧବାର ଦିନ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କରି କହିଛନ୍ତି ଯେ, ‘ଦେଶର ମହାନ ସୁପୁତ୍ର ଚନ୍ଦ୍ରଶେଖର ଆଜାଦଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ। ମାତୃଭୂମିର ରକ୍ଷା ପାଇଁ ତାଙ୍କ ବଳିଦାନର କାହାଣୀ ସର୍ବଦା ଦେଶବାସୀଙ୍କୁ ପ୍ରେରିତ କରିବ।’

Categories
ଆଜିର ଖବର ଜାତୀୟ ଖବର

ଆରଏଲଡି ଟିକେଟରୁ ଲଢିବେ କି ଚନ୍ଦ୍ରଶେଖର?, ଜୟନ୍ତ ଚୌଧୁରୀଙ୍କ ବୟାନ ପରେ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ସଭାପତି ତଥା ସାଂସଦ ଜୟନ୍ତ ଚୌଧୁରୀଙ୍କ ବିବୃତ୍ତି ୟୁପି ରାଜନୀତିରେ ହଲଚଲ ସୃଷ୍ଟି କରିଛି। ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ କହିଛନ୍ତି ଯେ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଖୁବ ଶୀଘ୍ର ସଂସଦ ଭିତରେ ରହିବେ। ବର୍ତ୍ତମାନ ତାଙ୍କ ବିବୃତ୍ତିରୁ କଳ୍ପନାଜଳ୍ପନା କରାଯାଉଛି ଯେ, ଚନ୍ଦ୍ରଶେଖର ଆଜାଦ ଏସପି-ଆରଏଲଡି ମିଳିତ ମେଣ୍ଟରେ ଆରଏଲଡି ଟିକଟରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଚନ୍ଦ୍ରଶେଖର ଆଜାଦ ସହାରନପୁର ଆସନରୁ ଆରଏଲଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

ପଶ୍ଚିମ ୟୁପିର ଅନେକ ଆସନ ଉପରେ ଆରଏଲଡିର ପ୍ରଭାବ ରହିଛି ଏବଂ ଆରଏଲଡି ମଧ୍ୟ ଏହି ଆସନରେ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇପାରେ। ତେବେ ଏପର୍ଯ୍ୟନ୍ତ ଏସପି-ଆରଏଲଡି ମିଳିତ ମେଣ୍ଟ ମଧ୍ୟରେ ସିଟ୍ ବଣ୍ଟନ ହୋଇନାହିଁ। ଏବେ ଦେଖିବାକୁ ପଡ଼ିବ ଲୋକସଭା ନିର୍ବାଚନରେ ​​ଆରଏଲଡି କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ନିକଟରେ ଜୟନ୍ତ ଚୌଧୁରୀଙ୍କ ବିଷୟରେ ଆଲୋଚନା ହୋଇଥିଲା ଯେ ସେ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଝଟକା ଦେଇ ଏନଡିଏରେ ଯୋଗ ଦେଇ ପାରନ୍ତି। ତେବେ ବିରୋଧୀ ଦଳର ବୈଠକରେ ଯୋଗ ଦେଇ ସେ ଏହି ସମସ୍ତ ଖବର ଉପରେ ବିରାମ ଲଗାଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଅଣ୍ଟାରେ ବାଜିଲା ଗୁଳି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସାହାରନପୁର ଦେଓବନ୍ଦରେ ଆଜାଦ ସମାଜ ପାର୍ଟି (ଭୀମ ସେନା) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଅଜଣାବ୍ୟକ୍ତିଙ୍କ ଦ୍ଵାରା ତାଙ୍କୁ ଗୁଳି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବୁଲେଟ୍ ତାଙ୍କ ଅଣ୍ଟାରେ ଛୁଇଁ ବାହାରକୁ ଚାଲିଯାଇଛି। ଏହା ସହିତ ଗାଡିର ଗ୍ଲାସ ମଧ୍ୟ ଭାଙ୍ଗି ଯାଇଥିବାର ଦେଖାଯାଉଛି।

ଏହି ଆକ୍ରମଣ ପରେ ଚନ୍ଦ୍ରଶେଖର ଆଜାଦଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡିଜିପି ବିଜୟ କୁମାରଙ୍କୁ ଫୋନ ଯୋଗେ ଏସଏସପି ଡକ୍ଟର ବିପିନ ତାଡା ସାହାରନପୁର ପୁରା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଅବସ୍ଥା ଭଲ ଅଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧରେ ନିର୍ବାଚନ ଲଢିବେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ବିଜେପି ବିରୋଧରେ ଏକ ଫ୍ରଣ୍ଟ ଖୋଲିଛନ୍ତି। ସେ ଗୋରଖପୁର ସଦର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଏହି ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାର୍ଥୀ ହୋଇଛନ୍ତି।

ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ସେ ୨୦୧୭ ରେ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ। ଯୋଗୀ ୧୯୯୮ ରେ ପ୍ରଥମ ଥର ପାଇଁ ଗୋରଖପୁରରୁ ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ ଲଗାତାର ୫ ଥର ଗୋରଖପୁରରୁ ଲୋକସଭା ନିର୍ବାଚନରେ ​​ଜିତିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ସେ ବିଧାନ ପରିଷଦର ରାସ୍ତା ବାଛିଲେ।

ଆଜାଦ କହିଛନ୍ତି ଯେ, ତାଙ୍କ ଦଳ କିଛି ଲୋକଙ୍କ ବିରୋଧରେ ପ୍ରାର୍ଥୀ ଦେବା ନାହିଁ। ପ୍ରଗତିଶୀଳ ସମାଜବାଦୀପାର୍ଟି (ପିଏସପି) ର ରାଷ୍ଟ୍ରୀୟ ସଭାପତି ଶିବପାଲ ସିଂ ଯାଦବ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭାର, ରାଷ୍ଟ୍ରିୟ ଲୋକସଭା ମୁଖ୍ୟ ଜୟନ୍ତ ଚୌଧୁରୀ ଏବଂ ସ୍ଵାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ କିଛି ଲୋକଙ୍କ ବିରୋଧରେ ପ୍ରାର୍ଥୀ କରିବେ ନାହିଁ। ସେ କହିଛନ୍ତି ଯେ ଯଦି ଅଖିଳେଶ ଯାଦବ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ଦଳ ତାଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀ ଦେବେ ନାହିଁ।

ଆଜାଦ ସମାଜ ପାର୍ଟିର ସଭାପତି ଚନ୍ଦ୍ରଶେଖର ଆଜାଦ ମଙ୍ଗଳବାର ଦିନ କହିଛନ୍ତି ଯେ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ଏହାକୁ ୧୦୦ ଟି ଆସନ ଦେଲେ ମଧ୍ୟ ସେ ଏହା ସହ ମେଣ୍ଟ କରିବେ ନାହିଁ। ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗ୍ରେଟର ନୋଏଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ତାଙ୍କ ଦଳ ଉତ୍ତରପ୍ରଦେଶରେ ଏକାକୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ସମାଜବାଦୀ ପାର୍ଟି ସହ ଆଲୋଚନା ବିଫଳ ହେବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଲଢିବି ନିର୍ବାଚନ: ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବି। ଯାହା ହେଉନା କାହିଁକି ମୁଁ ଯୋଗୀଙ୍କୁ ଜିତିବାକୁ ଦେବି ନାହିଁ। ଯୋଗୀଙ୍କ ବିରୋଧରେ ମୋତେ ସମର୍ଥନ କରିବାକୁ ମୁଁ ଅନ୍ୟ ବିରୋଧୀ ଦଳମାନଙ୍କୁ ମଧ୍ୟ ନିବେଦନ କରିବି। ସାଢେ ଚାରି ବର୍ଷ ମଧ୍ୟରେ ଜନସାଧାରଣଙ୍କୁ ଯୋଗୀ ଅସୁବିଧାରେ ପକାଇଛନ୍ତି। ମୁଁ ଚାହୁଁଛି ଆମର ସହଯୋଗୀ ମାୟାବତୀଙ୍କ ବିଏସପି ଆମ ସହିତ ରହୁ। ଆମେ ଚାହୁଁନାହୁଁ ଭୋଟ୍ ଭାଗ ହେଉ। ମୁଁ ଲୋକସଭାରେ କହିଥିଲି ଯେ, ମୁଁ ମୋଦୀ ଜିଙ୍କ ବିରୋଧରେ ଲଢିବି, କିନ୍ତୁ ସେତେବେଳେ ମୋ ଦଳ ସେଠାରେ ନଥିଲା। ମୁଁ ଜାଣେ ମୋ ଭଉଣୀ ମୋତେ ପସନ୍ଦ କରନ୍ତି ନାହିଁ। ଆମକୁ ସବୁ ଉପାୟରେ ୟୁପିରେ ବିଜେପିକୁ ରୋକିବାକୁ ପଡିବ।