ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଲଢିବି ନିର୍ବାଚନ: ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

Published: Nov 8, 2021, 1:28 pm IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବି। ଯାହା ହେଉନା କାହିଁକି ମୁଁ ଯୋଗୀଙ୍କୁ ଜିତିବାକୁ ଦେବି ନାହିଁ। ଯୋଗୀଙ୍କ ବିରୋଧରେ ମୋତେ ସମର୍ଥନ କରିବାକୁ ମୁଁ ଅନ୍ୟ ବିରୋଧୀ ଦଳମାନଙ୍କୁ ମଧ୍ୟ ନିବେଦନ କରିବି। ସାଢେ ଚାରି ବର୍ଷ ମଧ୍ୟରେ ଜନସାଧାରଣଙ୍କୁ ଯୋଗୀ ଅସୁବିଧାରେ ପକାଇଛନ୍ତି। ମୁଁ ଚାହୁଁଛି ଆମର ସହଯୋଗୀ ମାୟାବତୀଙ୍କ ବିଏସପି ଆମ ସହିତ ରହୁ। ଆମେ ଚାହୁଁନାହୁଁ ଭୋଟ୍ ଭାଗ ହେଉ। ମୁଁ ଲୋକସଭାରେ କହିଥିଲି ଯେ, ମୁଁ ମୋଦୀ ଜିଙ୍କ ବିରୋଧରେ ଲଢିବି, କିନ୍ତୁ ସେତେବେଳେ ମୋ ଦଳ ସେଠାରେ ନଥିଲା। ମୁଁ ଜାଣେ ମୋ ଭଉଣୀ ମୋତେ ପସନ୍ଦ କରନ୍ତି ନାହିଁ। ଆମକୁ ସବୁ ଉପାୟରେ ୟୁପିରେ ବିଜେପିକୁ ରୋକିବାକୁ ପଡିବ।

Related posts