କାହିଁକି ଜଣେ ଆଦିବାସୀ ବ୍ୟକ୍ତିଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

Published: Jul 6, 2023, 11:39 am IST
Sivaraj

ନୂଆଦିଲ୍ଲୀ: ଜଣେ ଆଦିବାସୀ ବ୍ୟକ୍ତିଙ୍କ ପାଦ ଧୋଇଲେ ଖୋଦ ମୁଖ୍ୟମନ୍ତ୍ରୀ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଆଜି ନିଜ ବାସଭବନରେ ଏହି କାର୍ଯ୍ୟ କରିଛନ୍ତି। ଏହି ଘଟଣାଟି ଯେତିକି ଆଶ୍ଚର୍ଯ୍ୟ, ଏହାର କାରଣ ଜାଣିଲେ ମଧ୍ୟ ଆପଣ ହେବେ ସେତିକି ଆଶ୍ଚର୍ଯ୍ୟ।

ଘଟଣାଟି ହେଲା ଗତି କିଛିଦିନ ତଳେ ବିଜେପି ନେତା ପ୍ରଭାସ ଶୁକ୍ଲା ଜଣେ ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିଶ୍ରା କରିଥିବାର ଭିଡିଓ ବେଶ ଚହଳ ପକାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ତା ଉପରେ ପୋଲିସ ତରଫରୁ ତନାଘନା କରାଯାଇଥିଲା।

ଜଣାପଡି ଥିଲା ଯେ, ପ୍ରଭାଶ ଆଦିବାସୀ ବ୍ୟକ୍ତି ଦାଶମତ ରାୱାତଙ୍କ ଉପରେ ପରିଶ୍ରା କରୁଛନ୍ତି। ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶରେ ତୁମ୍ବି ତୋଫାନ କରାଗଲା।

ପରେ ଜଣାପଡିଥିଲା ଯେ, ପ୍ରଭାସ ଶୁଲ୍କା ହେଉଛନ୍ତି ସ୍ଥାନୀୟ ବିଜେପି ବିଧାୟକ କେଦାରନାଥ ଶୁକ୍ଲାଙ୍କ ଜଣେ ଘନିଷ୍ଠ ସହଯୋଗୀ। ଏହାପରେ ପ୍ରଭାସଙ୍କୁ ଗିରଫ କରାଯିବା ସହିତ ତାଙ୍କ ଘରକୁ ମଧ୍ୟ ଡ୍ରୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ହେଲେ ରାଜ୍ୟ ରାଜନୀତିରେ ଏହି ଘଟଣାକୁ ନେଇ ବେଶ ସମାଲୋଚନା କରାଗଲା।

ଏହି ଘଟଣା ନେଇ ବିଜେପି ବଦନାମ ହେବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଏହିପଦକ୍ଷେପ ଗ୍ରହଣ କରିଛନ୍ତି।  ମୁଖ୍ୟମନ୍ତ୍ରୀ ଚୌହାନ ସେହି ଦଳିତ ବ୍ୟକ୍ତି ଦାଶମତ ରାୱାତଙ୍କୁ ଆଜି ଘରକୁ ଡାକି ତାଙ୍କର ଚର୍ଚ୍ଚା କରିଛନ୍ତି। ତାଙ୍କ ବାସଭବନରେ ରାୱାତ ପହଞ୍ଚିବା ପରେ ଖୋଦ ମୁଖ୍ୟମନ୍ତ୍ରୀ ଘରକୁ ପାଛୋଟି ନେଇଥିଲେ।

ଏହାପରେ ତାଙ୍କୁ ଏକ ଚ୍ୟାୟାରରେ ବସାଇ ନିଜେ ତାଙ୍କ ଗୋଡ ତଳେ ବସିଥିଲେ। ଏହାପରେ ଏକ ପିତ୍ତଳ ଥାଳି ଆଣି ତାଙ୍କ ଗୋଡ ରଖି ସେ ପାଦ ଧୋଇଥିଲେ। ତାଙ୍କୁ ଫୁଲ ମାଳ ପିନ୍ଧାଇ ସେହି ଘଟଣାର କ୍ଷମା ପ୍ରାର୍ଥନା କରିଥିଲେ।

Related posts