
କଲିକତା: ପଶ୍ଚିମବଙ୍ଗରେ ପଞ୍ଚାୟତ ଭୋଟ୍ ସମୟରେ ହିଂସାରେ ଆଉ ଏକ ମୃତ୍ୟୁ ଘଟିଛି। କୁଚବିହାରର ଦିନହାଟାରେ ଗୁଳିରେ ଆଘାତ ଲାଗି ବିଜେପି କର୍ମୀଙ୍କର ମୃତ୍ୟୁ ଘଟିଛି। ଗତ ରାତିରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨ ଜଣ ରାଜନୈତିକ କର୍ମୀଙ୍କ ମୃତ୍ୟୁ ଘଟିଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଅପରାହ୍ନ ୧ ଟା ସୁଦ୍ଧା ୩୭ ପ୍ରତିଶତ ମତଦାନ ହୋଇଛି।