
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ପତ୍ନୀ ସୀତା ଦହଲଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ସମବେଦନା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଶ୍ରୀମତୀ ସୀତା ଦହଲଙ୍କ ବିୟୋଗ ସମ୍ପର୍କରେ ଜାଣି ଅତ୍ୟନ୍ତ ଦୁଃଖିତ। @cmprachandaଙ୍କୁ ଆନ୍ତରିକ ସମବେଦନା ଜଣାଉଛି ଓ ଦିବଂଗତ ଆତ୍ମା ଚିରଶାନ୍ତି ଲାଭ କରୁ ବୋଲି ପ୍ରାର୍ଥନା କରୁଛି। ଓମ ଶାନ୍ତି।”