Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫସଲ ଅବଶିଷ୍ଟାଂଶ ପୋଡ଼ି ପରିମାଣକୁ ଶୂନ୍ୟ କରିବା ଦିଗରେ କାର୍ଯ୍ୟ କରୁଛି କେନ୍ଦ୍ର: ନରେନ୍ଦ୍ର ସିଂହ ତୋମାର
ଜାତୀୟ ଖବର

ଫସଲ ଅବଶିଷ୍ଟାଂଶ ପୋଡ଼ି ପରିମାଣକୁ ଶୂନ୍ୟ କରିବା ଦିଗରେ କାର୍ଯ୍ୟ କରୁଛି କେନ୍ଦ୍ର: ନରେନ୍ଦ୍ର ସିଂହ ତୋମାର

August 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଚଳିତ ଋତୁରେ ଧାନ ଫସଲର ଅବଶିଷ୍ଟାଂଶ ପୋଡ଼ିକୁ ରୋକିବା ପାଇଁ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଏନସିଟି ଦିଲ୍ଲୀ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଗତ କାଲି ଏକ ଉଚ୍ଚସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ଉଚ୍ଚସ୍ତରୀୟ ବୈଠକରେ ଉତ୍ତରପ୍ରଦେଶ ସରକାରଙ୍କ କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ, ପଞ୍ଜାବର କୃଷି ମନ୍ତ୍ରୀ ଗୁରମିତ୍ ସିଂ ଖୁଦିଆନ, ହରିୟାଣାର କୃଷି ମନ୍ତ୍ରୀ ଜୟ ପ୍ରକାଶ ଦଲାଲ ଏବଂ ଦିଲ୍ଲୀ ଏନସିଟିର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଉପସ୍ଥିତ ଥିଲେ। ଏହି ବୈଠକରେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ, ପରିବେଶ ମନ୍ତ୍ରଣାଳୟ ଏବଂ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଏନସିଟି ଏବଂ ଆଇସିଏଆରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ବୈଠକରେ ରାଜ୍ୟଗୁଡ଼ିକ ଚଳିତ ଋତୁରେ ଫସଲର ଅବଶେଷ ପୋଡ଼ିକୁ ରୋକିବା ପାଇଁ ସେମାନଙ୍କର କାର୍ଯ୍ୟ ଯୋଜନା ଏବଂ ରଣନୀତି ଉପସ୍ଥାପନ କରିଥିଲେ। ଫସଲର ଅବଶିଷ୍ଟାଂଶ ଗୁଡ଼ିକର ପରିଚାଳନା ପାଇଁ ରାଜ୍ୟ ମାନଙ୍କୁ ପ୍ରଦାନ କରାଯାଇଥିବା ପାଣ୍ଠିର ଉପଯୋଗ କରିବା, ଫସଲର ଅବଶେଷ ପରିଚାଳନା (ସିଆରଏମ) ଯନ୍ତ୍ରପାତିକୁ ଅମଳ ଋତୁ ପୂର୍ବରୁ ଉପଲବ୍ଧ କରାଇବା ଏବଂ ଆଇସିଏଆର ଏବଂ ଅନ୍ୟ ଅଂଶୀଦାରଙ୍କ ସହଯୋଗରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) କାର୍ଯ୍ୟକଳାପ ସମ୍ପନ୍ନ କରିବାକୁ ରାଜ୍ୟ ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା।

ଏହି ଅବସରରେ କେନ୍ଦ୍ର ପରିବେଶ ମନ୍ତ୍ରୀ କହିଥିଲେ ଯେ, ଗତ ୫ ବର୍ଷ ଧରି ଧାନ ଫସଲର ଅବଶିଷ୍ଟାଂଶ ପୋଡ଼ିକୁ ରୋକିବା ପାଇଁ ପ୍ରୟାସ ସଫଳ ହୋଇ ଆସୁଛି । ବାୟୁର ଗୁଣବତ୍ତା ପରିଚାଳନା ଆୟୋଗଙ୍କ ଭଳି ଏଜେନ୍ସି ଗୁଡ଼ିକର ମିଳିତ ପ୍ରୟାସ ଯୋଗୁଁ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦେଶର ରାଜଧାନୀ ଦିଲ୍ଲୀ ଅଂଚଳରେ ଫସଲ ଅବଶେଷ ପୋଡ଼ିବା ଘଟଣା ହ୍ରାସ ପାଇଛି। ଧାନ ନଡ଼ାର ପୂର୍ବ ସ୍ଥିତି ପରିଚାଳନାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି, ଯାହା ଶକ୍ତି, ବାୟୋ ମାସ୍ ଇତ୍ୟାଦି ବ୍ୟବହାର କରୁଥିବା ଶିଳ୍ପକୁ କଞ୍ଚାମାଲ ପ୍ରଦାନ କରିବ।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଧାନ ଫସଲର ଅବଶେଷ ପୋଡ଼ି ସମସ୍ୟାର ସମାଧାନ ଦିଗରେ ଗମ୍ଭୀରତା ଦେଖାଇ ଥିବାରୁ ସମସ୍ତ ଅଂଶୀଦାର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମସ୍ତ ଅଂଶୀଦାର ମାନଙ୍କ ପ୍ରୟାସ ଯୋଗୁଁ ଧାନ ଫସଲର ଅବଶେଷ ପୋଡ଼ିବା ଘଟଣା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ବୋଲି ସେ କହିଛନ୍ତି। ତେବେ ଧାନ ଫସଲ ପୋଡ଼ିବା କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ପ୍ରଦୂଷଣ ସହ ଜଡ଼ିତ ନୁହେଁ। ଏହା ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ଏହାର ଉର୍ବରତା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇ ଚାଷ ଜମି ଉପରେ କ୍ଷତିକାରକ ପ୍ରଭାବ ପକାଉଛି। ତେଣୁ, ଆମର ପ୍ରୟାସ ଉଭୟ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁକାବିଲା ଏବଂ ମୃତ୍ତିକା ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ହେବା ଆବଶ୍ୟକ, ଯାହା ଦ୍ୱାରା କୃଷକ ମାନଙ୍କର ସର୍ବାଧିକ ସ୍ୱାର୍ଥରକ୍ଷା ହୋଇ ପାରିବ।

ଚଳିତ ଋତୁରେ ଲକ୍ଷ୍ୟ ହେଉଛି ଫସଲର ଅବଶିଷ୍ଟାଂଶ ପୋଡ଼ିବା ଦିଗରେ କାର୍ଯ୍ୟ କରିବା। ଭାରତ ସରକାର ୪ଟି ରାଜ୍ୟକୁ ସିଆରଏମ୍ ଯୋଜନାରେ ପର୍ଯ୍ୟାପ୍ତ ପାଣ୍ଠି ପ୍ରଦାନ କରୁଛନ୍ତି ଏବଂ ସେମାନେ ଠିକ୍ ସମୟରେ କୃଷକ ମାନଙ୍କୁ ଯନ୍ତ୍ରପାତି ଯୋଗାଇ ତା’ର ଉପଯୁକ୍ତ ଉପଯୋଗକୁ ସୁନିଶ୍ଚିତ କରାଇବା ଉଚିତ୍। ଯନ୍ତ୍ରପାତି ଗୁଡ଼ିକର ଉପଯୁକ୍ତ ଉପଯୋଗ ଓ ଜୈବ ବିଶୋଧନକାରୀର ବ୍ୟବହାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସ୍ତରରେ ଉପଯୁକ୍ତ ତଦାରଖର ଆବଶ୍ୟକତା ରହିଛି। ପୂର୍ବ – ସ୍ଥିତି ପରିଚାଳନା ମାଧ୍ୟମରେ ଧାନ ନଡ଼ାକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବା ଉଚିତ୍। ବିଭିନ୍ନ ପ୍ରଣାଳୀ ମାଧ୍ୟମରେ ଫସଲର ଅବଶେଷ ପୋଡ଼ିକୁ ରୋକିବା ପାଇଁ ସଚେତନତା ସୃଷ୍ଟିକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। କୃଷି ପ୍ରଯୁକ୍ତି ବିଦ୍ୟା ପରିଚାଳନା ଏଜେନ୍ସି (ଏଟିଏମ୍ଏ) ଭଳି ଏଜେନ୍ସି ଗୁଡ଼ିକୁ ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟ ଅନୁଯାୟୀ ବ୍ୟବହାର କରିବାର ଆବଶ୍ୟକତା ରହିଛି।

ଧାନ ଫସଲ ନରେନ୍ଦ୍ର ସିଂହ ତୋମାର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.