ଏଥର ରାକ୍ଷୀ ପୂର୍ଣ୍ଣିମା କେବେ? ଅଗଷ୍ଟ ୩୦ ରେ ନା ୩୧ ତାରିଖରେ, ଜାଣନ୍ତୁ ଜ୍ୟୋର୍ତିବିତଙ୍କ ମତ

Published: Aug 19, 2023, 5:53 pm IST

ଭୁବନେଶ୍ବର: ପାଖେଇ ଆସିଲାଣି ରାକ୍ଷୀ ପୂର୍ଣ୍ଣିମା। ଏହି ଶ୍ରାବଣ ମାସର ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପୂର୍ଣ୍ଣିମା ଅଗଷ୍ଟ ୩୦ ତାରିଖରେ ପଡୁଛି। ତେବେ ଏଥର ଦୁଇଦିନ ଧରି ପୂର୍ଣ୍ଣିମା ରହୁଛି। ତେବେ କେତେକ କ୍ୟାଲେଣ୍ଡର ଅନୁସାରେ ଏଥର ଗହ୍ମା ପର୍ବ ୩୦ ତାରିଖରେ ଥିବା ବେଳେ ଗହ୍ମା ପୂର୍ଣ୍ଣିମା ୩୧ ତାରିଖରେ ପଡୁଛି।

ତେବେ ଜ୍ୟୋତିର୍ବିତଙ୍କ ଅନୁସାରେ ଏଥର ପୂର୍ଣ୍ଣିମା ଦୁଇଦିନ ଧରି ରହୁଛି। ଏହା ୩୦ ତାରିଖ ସକାଳ ୧୦ ଟା ୫୮ ମିନିଟରେ ପୂର୍ଣ୍ଣିମା ପ୍ରବେଶ ଆରମ୍ଭ ହେଉଛି। ଏହା ୩୧ ତାରିଖ ସକାଳ ୭ ଟା ୫ ମିନିଟରେ ଶେଷ ହେଉଛି। ସେଥିପାଇଁ ୩୦ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାର ପୁରା ଅବଧୀ ରହିଥିବାରୁ ସେହିଦିନ ପାଳନ କରାଯିବ।

ତେବେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ୩୦ ତାରିଖରେ ସକାଳ ୯ ଟା ପର‌୍ୟ୍ୟନ୍ତ ଭଦ୍ରା ଲଗ୍ନ ମଧ୍ୟ ରହୁଛି। ଫଳରେ ରାକ୍ଷୀ ପୂର୍ଣ୍ଣିମା ପାଳନ ୩୦ ତାରିଖ ସକାଳ ୯ ଟା ପରେ କଲେ ତାହା ଶୁଭ ଦାୟକ।

Related posts