ଭୁବନେଶ୍ୱରରେ ଆୟୋଜିତ ହେଲା ପୂର୍ବାଞ୍ଚଳ ପ୍ରାଣୀପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମୀକ୍ଷା ବୈଠକ

Published: Aug 25, 2023, 2:19 pm IST
Animal

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ସହଯୋଗରେ ଭାରତ ସରକାରଙ୍କ ପ୍ରାଣିପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଦ୍ଵାରା ପାଞ୍ଚଗୋଟି ପୂର୍ବାଞ୍ଚଳ ରାଜ୍ୟ ଯଥା: ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ନେଇ ପ୍ରାଣିପାଳନ ଓ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଏକ ଆଞ୍ଚଳିକ ସମୀକ୍ଷା ବୈଠକ ଭୁବନେଶ୍ଵରର ହୋଟେଲ ତାଜ୍ ଭିଭାନ୍ତା ଠାରେ ଆୟୋଜିତ ହୋଇଯାଇଛି।

ଭାରତ ସରକାରଙ୍କ ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ସଚିବ ଅଳକା ଉପାଧ୍ୟାୟ ଏଥିରେ ସଭାପତିତ୍ୱ କରିଥିଲେ। ପୂର୍ବାଞ୍ଚଳର ଏହି ପାଞ୍ଚଗୋଟି ରାଜ୍ୟରେ ପ୍ରାଣୀ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର‌୍ୟକ୍ରମ(LHDCP), ଜାତୀୟ ପ୍ରାଣୀଧନ ମିଶନ (NLM), ରାଷ୍ଟ୍ରୀୟ ଗୋକୁଳ ମିଶନ୍ (RGM), ପ୍ରାଣୀପାଳନ ଭିତ୍ତିଭୂମି ବିକାଶ ପାଣ୍ଠି (AHIDF) ଏବଂ କିଶାନ କ୍ରେଡିଟ୍ କାର୍ଡ (KCC)ଆଦି କେନ୍ଦ୍ରୀୟ ତଥା କେନ୍ଦ୍ର ପ୍ରାୟୋଜିତ ଯୋଜନାର ଅଗ୍ରଗତି ଉପରେ ସଚିବ ଏକ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ପଶୁମାନଙ୍କୁ ଟୀକାକରଣ, ଦେଶବ୍ୟାପୀ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଅନ୍ତର୍ଗତ କୃତ୍ରିମ ପ୍ରଜନନ, ଜାତୀୟ ପଶୁ ସମ୍ପଦ ମିଶନର ସ୍କିମାଟିକ୍ ପ୍ରଗତି ଯଥା: ଛେଳି ଫାର୍ମ ୟୁନିଟ୍, ଗୋପାଳନ ୟୁନିଟ୍, ଘାସ ଚାଷ ୟୁନିଟ୍ ଏବଂ ତାଲିମ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଏବଂ ଏହି କାର‌୍ୟ୍ୟକ୍ରମଗୁଡିକ କାର୍ଯ୍ୟକାରୀ କରିବାରେ ରାଜ୍ୟମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଧ୍ୟାନ ଦିଆଯାଇଥିଲା। ସଚିବ ସମସ୍ତ ରାଜ୍ୟକୁ କଠିନ ପରିଶ୍ରମର ସହ କାର‌୍ୟ୍ୟ କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ଵାରା ଉପରୋକ୍ତ କେନ୍ଦ୍ରୀୟ ଯୋଜନାରେ ଲକ୍ଷ୍ୟ ହାସଲ ହୋଇପାରିବ।

ଉପରୋକ୍ତ ବିଷୟବ୍ୟତୀତ, ରାଜ୍ୟଗୁଡିକ ଦ୍ୱାରା କାର‌୍ୟ୍ୟକାରୀ ହେଉଥିବା ସମସ୍ତ ଯୋଜନାର ଭୌତିକ ଏବଂ ଆର୍ଥିକ ଅଗ୍ରଗତିର ସମୀକ୍ଷା, PFMS ରେ ପୁରୁଣା ତଥ୍ୟ ଏଣ୍ଟ୍ରି, ରାଜ୍ୟ ଲିଙ୍କ୍ ହୋଇଥିବା ଯୋଜନାଗୁଡିକର ମ୍ୟାପିଂ, ଭାରତ କୋଶ ମାଧ୍ୟମରେ ସୁଧ ଦେୟ, ଟ୍ରେଜେରୀରୁ SNA ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର,ଅସନ୍ତୁଳିତ ବାଲାନ୍ସ ବାତିଲ, ନୂତନ ପ୍ରସ୍ତାବ ଦାଖଲ ଏବଂ ୨୦୨୩-୨୪ ପାଇଁ ନୂତନ ପ୍ରସ୍ତାବର ସମୀକ୍ଷା, ବିଭାଗର ଉଦ୍ୟୋଗ ବିକାଶ କାର‌୍ୟ୍ୟକ୍ରମ, ରାଜ୍ୟଗୁଡିକ ଦ୍ୱାରା ଚଗ ଏବଗ୍ଧସ ଶକ୍ତି କାର୍ଯ୍ୟ ଯୋଜନା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ କାର୍ଯ୍ୟାନ୍ଵୟନରେ ସମସ୍ୟା, ଟିକାକରଣ କାର୍ଯ୍ୟକ୍ରମ ସହ ଜଡିତ ସମସ୍ୟା, AHDF ଓ KCC ର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଛି।

ବୈଠକ ପୂର୍ବରୁ, ପ୍ରାଣିରୋଗ ସମ୍ବନ୍ଧୀୟ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଏବଂ ରୋଗର ପୂର୍ବାନୁମାନ ପାଇଁ ଜିନୋମିକ୍ ସର୍ଭିଲାନ୍ସ ସହିତ ପ୍ରାଣିରୋଗ ଉପରେ ନଜର ରଖିବା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଅଂଶଗ୍ରହଣକାରୀ ରାଜ୍ୟମାନଙ୍କ ସହିତ ଏକ ବ୍ରେନ ଷ୍ଟରମିଂ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ଅଂଶଗ୍ରହଣକାରୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଓଡ଼ିଶାର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Related posts