Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ୱଚ୍ଛତା ହିଁ ସେବା-୨୦୨୩ ଉଦଘାଟିତ
ଜାତୀୟ ଖବର

ସ୍ୱଚ୍ଛତା ହିଁ ସେବା-୨୦୨୩ ଉଦଘାଟିତ

September 16, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ଅଭିଯାନ ‘ଅନ୍ତୋଦୟ ସେ ସର୍ବୋଦୟ’ଦର୍ଶନର ଏକ ଜ୍ୱଳନ୍ତ ଉଦାହରଣ। ଏହା ବଞ୍ଚିତ ଓ ଅବହେଳିତ ବର୍ଗଙ୍କୁ ସହରରେ ପ୍ରାଥମିକତା ଦେଇଛି ଓ ସହରୀ ଗରୀବଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଉନ୍ନୀତ କରିଛି ବୋଲି କେନ୍ଦ୍ର ପୂର୍ତ୍ତ ଓ ସହରୀ ବ୍ୟାପାର ଓ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ପ୍ରକାଶ କରିଛନ୍ତି । ଆଜି (୧୫-୦୯-୨୦୨୩) ସ୍ୱଚ୍ଛତାର ସେବା-୨୦୨୩ କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ସେ ଏହା ପ୍ରକାଶ କରିଛନ୍ତି ।

ସ୍ୱଚ୍ଛ ଭାରତ ଦିବସ ଅବ୍ୟବହିତ ପୂର୍ବରୁ ବାର୍ଷିକ ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ପକ୍ଷ ମିଳିତ ଭାବେ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ଓ ଗ୍ରାମୀଣ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨, ୨୦୨୩ ମଧ୍ୟରେ ପାଳନ କରାଯାଉଛି । ଏହି ପକ୍ଷର ଲକ୍ଷ୍ୟ ହେଉଛି ଦେଶବ୍ୟାପୀ କୋଟି କୋଟି ନାଗରିକ ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକଳାପ ତଥା ଭାରତୀୟ ସ୍ୱଚ୍ଛତା ଲିଗ୍ ୨.୦, ସଫାଇ ମିତ୍ର ସୁରକ୍ଷା ଶିବିର ଓ ଗଣ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ଇତ୍ୟାଦି ।

ଏସଏଚଏସ-୨୦୨୩ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିକ୍ଷାୱତ, ପୂର୍ତ୍ତ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଓ ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଉଦଘାଟନ କରିଥିବା ବେଳେ, ପୂର୍ତ୍ତ ଓ ନଗର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୁଶଲ କିଶୋର, ପାନୀୟ ଜଳ ଓ ପରିମଳ ବିଭାଗ ସଚିବ ଶ୍ରୀମତୀ ବିନୀ ମହାଜନ ଓ ପୂର୍ତ୍ତ ଓ ନଗର ବ୍ୟାପାର ବିଭାଗ ସଚିବ ମନୋଜ ଯୋଶୀ ଏଥିରେ ଆଭାସୀ ଜରିଆରେ ଯୋଗ ଦେଇଥିଲେ । ଏଥିରେ ଲଦାଖର ଲେହ, ମହାରାଷ୍ଟ୍ରର ଫିମ୍ପ୍ରିଂ, ଉତ୍ତର ପ୍ରଦେଶର ମିରଟ ଓ ଆସାମର ଲକ୍ଷ୍ମୀପୁର ନଗରୀର ବରିଷ୍ଠ ଅଧିକାରୀଗଣ ସେମାନଙ୍କ ନଗରୀର ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ।

କାର୍ଯ୍ୟକ୍ରମରେ ଏସଏଚଏସ-୨୦୨୩ ଉପରେ ଏକ ଭିଡିଓ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏଥି ସହିତ କାର୍ଯ୍ୟକ୍ରମରେ ଲୋଗୋ, ୱେବସାଇଟ ଓ ଏସଏଚଏସ-୨୦୨୩ ପୋର୍ଟାଲ ମଧ୍ୟ ଉନ୍ମୋଚିତ ହୋଇଥିଲା । ଇଣ୍ଡିଆନ ସ୍ୱଚ୍ଛତା ଲିଗ ୨.୦, ସଫାଇ ମିତ୍ର ସୁରକ୍ଷା ଶିବିର ଲୋଗୋ ଓ ନାଗରିକ ପୋର୍ଟାଲ ମଧ୍ୟ ଏହି ଅବସରରେ ଆୟୋଜିତ ହୋଇଥିଲା ।

ଏସବିଏମ ଓ ଏସଏଚଏସ ୨୦୨୩ ଉନ୍ମୋଚନ କାଳରେ ଶ୍ରୀ ହରଦୀପ ସିଂ ପୁରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନର ନବମ ବାର୍ଷିକୀ ଓ ସ୍ୱଚ୍ଛତା ହିଁ ସେବା-୨୦୨୩ ହେଉଛି ଏକ ଉତ୍ସବ ପାଳନର କ୍ଷଣ ସଦୃଶ । ଆମ ନିଜ ସହରକୁ ପରିସ୍କାର ରଖିବା ପାଇଁ ବଦ୍ଧ ପରିକର ହେବା ପାଇଁ ଏବେ ସମୟ ଉପନୀତ । ସ୍ୱଚ୍ଛତା ହିଁ ସେବା ପକ୍ଷ ଆରମ୍ଭ ହୋଇ ଯାଇଥିବା ବେଳେ ଆମେ ସ୍ୱଚ୍ଛତା ନିମନ୍ତେ ନିଜକୁ ଉତ୍ସର୍ଗ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ ।

ଅଂଶଗ୍ରହଣକାରୀଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ପୁରୀ କହିଥିଲେ ଯେ ଯେତେବେଳେ ପ୍ରଧାମନ୍ତ୍ରୀ ଲାଲକିଲାର ପ୍ରାଚୀର ଉପରେ ଅଗଷ୍ଟ ୧୫, ୨୦୧୪ ଜନ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଘୋଷଣା କରିଥିଲେ ସେତେବେଳେ ଏତେ ବଡ଼ ଅବସ୍ଥାନ୍ତର ଆସିବ ବୋଲି କେହି ମଧ୍ୟ କଳ୍ପନା କରି ନ ଥିଲେ । ସେତେବେଳ ପର୍ଯ୍ୟନ୍ତ ପରିମଳ କ୍ଷେତ୍ରରେ ଅତ୍ୟନ୍ତ ନିମ୍ନମାନ ପ୍ରଦର୍ଶନ ଥିବା ସତ୍ତ୍ୱେ ପରବର୍ତ୍ତୀ ପାଞ୍ଚବର୍ଷ ମଧ୍ୟରେ ବାହ୍ୟ ମଳମୂତ୍ର ତ୍ୟାଗ ବର୍ଜନ ଲକ୍ଷ୍ୟ ହାସଲ ହୋଇ ପାରିଲା । ଦେଶର ସମସ୍ତ ୪,୮୮୪ ସହରାଞ୍ଚଳ (ଶତକଡ଼ା ଶତ ପ୍ରତିଶତ) ବର୍ତ୍ତମାନ ବାହ୍ୟ ମଳମୂତ୍ର ତ୍ୟାଗ (ଓଡିଏଫ)ରୁ ମୁକ୍ତ ହୋଇଛି ।

ଏସବିଏମ ଦ୍ୱାରା ଆସିଥିବା ଅବସ୍ଥାନ୍ତର ନେଇ ଶ୍ରୀ ପୁରୀ କହିଥିଲେ ଯେ ୭୩.୬୨ ଲକ୍ଷ ଶୌଚାଳୟ (୬୭.୧ ଲକ୍ଷ) ଘରୱାରୀ ଓ ୬.୫୨ ଲକ୍ଷ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରି ଆମେ ଲକ୍ଷ ଲକ୍ଷ ସହରାଞ୍ଚଳ ଗରୀବ ଲୋକଙ୍କୁ ମର୍ଯ୍ୟାଦା ଓ ସ୍ୱାସ୍ଥ୍ୟ ସୁବିଧା ଦେଇପାରିଛୁ । ସ୍ୱଚ୍ଛତା ପ୍ରତ୍ୟେକ ସରକାରୀ ଯୋଜନାର ମୂଳ ସିଦ୍ଧାନ୍ତ ଭାବେ ନ ରହି, ଏହା ନାଗରିକଙ୍କ ଜୀବନଧାରା ପାଲଟି ଯାଇଛି ବୋଲି ଶ୍ରୀ ହରଦୀପ ସିଂ ପୁରୀ ଗୁରୁତ୍ୱ ଆରୋପ କରି କହିଥିଲେ ।

ଏ ପର୍ଯ୍ୟନ୍ତ ଏସବିଏମର ସଫଳତା ସମ୍ପର୍କରେ ତାଙ୍କୁ ପଚରାଯିବାରେ ଶ୍ରୀ ପୁରୀ କହିଥିଲେ ଯେ ଗତ ନଅ ବର୍ଷ ମଧ୍ୟରେ ୧୨ କୋଟି ଶୌଚାଳୟ ତିଆରି ହୋଇଛି । ଏହା ଫଳରେ ଦେଶକୁ ବାହ୍ୟ ମଳମୂତ୍ର ତ୍ୟାଗ ଭଳି ବିପତ୍ତିରୁ ରକ୍ଷା କରାଯାଇ ପାରିଛି । ଅଭିଯାନ ଆରମ୍ଭ ବେଳେ ମୂଳରୁ ନ ଥିବା ଭଳି କଠିନ ବର୍ଜ୍ୟବସ୍ତୁ ପରିଚାଳନା ବର୍ତ୍ତମାନ ଶତକଡ଼ା ୭୬ ଭାଗ ସଫଳ ହୋଇଥିବା ବେଳେ ଖୁବଶୀଘ୍ର ଆମେ ଶତ ପ୍ରତିଶତ ସଫଳତା ହାସଲ କରିବୁ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଯେ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ (ଏସବିଏମ-ୟୁ ୨.୦) ଜରିଆରେ ବର୍ତ୍ତମାନ ସହରାଞ୍ଚଳରେ ଏହି ଅଭିଯାନ ଅବଧି ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆମର ନଗରୀଗୁଡ଼ିକୁ ଆବର୍ଜନାମୁକ୍ତ ଲକ୍ଷ୍ୟ ରହିଛି । ଏବିଏମ- ୟୁ ୨.୦ର ମୁଖ୍ୟ କାର୍ଯ୍ୟକ୍ଷେତ୍ର ଅନେକ ରହିଛି । ପ୍ଲାଣ୍ଟ, ବର୍ଜ୍ୟ ପରିଚାଳନାର ନିର୍ମାଣ ଓ ଭଙ୍ଗାଭଙ୍ଗି, ଆରଡିଏଫ ପ୍ଲାଣ୍ଟ ବର୍ଜନ, ବୈଜ୍ଞାନିକ ଉପାୟରେ ବାଲି ଗର୍ତ୍ତ ଇତ୍ୟାଦି ଅନ୍ତର୍ଭୁକ୍ତ ।

ପରିସମାପ୍ତି ମନ୍ତବ୍ୟରେ ମନ୍ତ୍ରୀ ପ୍ରତ୍ୟେକ ନଗର, ଗ୍ରାମ, ୱାର୍ଡ ଓ ପଡ଼ୋଶୀ ସ୍ୱେଚ୍ଛାକୃତ ଶ୍ରମଦାନ କରି କରି ସ୍ୱଚ୍ଛତା ଅଭିଯାନ ଲକ୍ଷ୍ୟ ହାସଲ ପାଇଁ ନିବେଦନ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ଆମ ସହରକୁ ଆବର୍ଜନାମୁକ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛତାକୁ ବାସ୍ତବ ରୂପ ଦେବା ପାଇଁ କାର୍ଯ୍ୟ କରିବାକୁ ନିବଦେନ କରିଥିଲେ ।

ସ୍ୱଚ୍ଛତା ହିଁ ସେବା ସର୍ମ୍ପରେ ପଦେ ଅଧେ

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ୨ ତାରିଖ, ୨୦୨୩ ସ୍ୱଚ୍ଛ ଭାରତ ଦିବସ ପକ୍ଷର ପରିସମାପ୍ତି ଘଟୁଥିବା ବେଳେ, ପୂର୍ତ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଓ ପାନୀୟଜଳ ଓ ପରିମଳ ବିଭାଗ, ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ପକ୍ଷ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨, ୨୦୨୩ ମଧ୍ୟରେ ପାଳନ କରାଯାଉଛି ।

ସ୍ୱଚ୍ଛତା ପାଇଁ ଜନ ଆନେ୍ଦାଳନ ହେଉଛି ମିଶନର ମେରୁଦଣ୍ଡ । ଏସଏଚଏସ ୨୦୨୩ର ବାର୍ତ୍ତା ହେଉଛି “ଆବର୍ଜନାମୁକ୍ତ ଭାରତ” । ଏହି ପକ୍ଷ ନିମନ୍ତେ ଯୋଜନା କରାଯାଇଥିବା କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛତା ଦିବସ ୨୦୨୩ ପାଳନ କରି ଭାରତକୁ ସ୍ୱଚ୍ଛ ଓ ଆବର୍ଜନାମୁକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦେହାରାଇବା ।

ଏସଏଚଏସ-୨୦୨୩ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ଅଧିକ ସ୍ୱଚ୍ଛତା ସ୍ୱେଚ୍ଛାକୃତ ଶ୍ରମଦାନ ଓ ସଫାଇ ମିତ୍ରଙ୍କ କଲ୍ୟାଣ ଜରିଆରେ କରିବା ଉପରେ ଗୁରୁତ୍ୱ ଦେବ । ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ କାର୍ଯ୍ୟାଳୟ, ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବେଳାଭୂମି, ପର୍ଯ୍ୟଟନସ୍ଥଳୀ, ଚିଡ଼ିଆଖାନା, ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ, ଐତିହାସିକ କୀର୍ତ୍ତିରାଜି ସ୍ଥଳ, ନଦୀକୂଳ, ଘାଟ, ଉଭୟ ଗ୍ରାମାଞ୍ଚଳ ଓ ସହରରେ ଥିବା ନାଳ ନର୍ଦମା ସ୍ଥାନଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରିବେ ।

କାର୍ଯ୍ୟକଳାପ ଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରୁ ଆବର୍ଜନା ନିଷ୍କାସନ, ପରିବେଶ ପ୍ରତି ପ୍ରତିକୂଳ ପ୍ରଭାବ ପକାଉଥିବା ଅଳିଆ ଆବର୍ଜନା, ମରାମତି, ସଫା, ରଙ୍ଗ କାର୍ଯ୍ୟ ଓ ସମସ୍ତ ପରିମଳ ସଂଶ୍ଳିଷ୍ଟ ଉପକରଣ ଗୁଡ଼ିକର ଲେଖା ରଖିବା ସହ ସ୍ୱଚ୍ଛତା କୁଇଜ୍ ପ୍ରତିଯୋଗିତା ଆୟୋଜନ, ବୃକ୍ଷରୋପଣ ଅଭିଯାନ, ସ୍ୱଚ୍ଛତା ଶପଥ ଓ ସ୍ୱଚ୍ଛତା ଦୌଡ଼ ଇତ୍ୟାଦି ଅନ୍ତର୍ଭୁକ୍ତ ।

ନିମ୍ନଲିଖିତ ମୁଖ୍ୟ କାର୍ଯ୍ୟକ୍ରମଗୁଡ଼ିକ ଏସଏଚଏସ-୨୦୨୩ରେ ଆୟୋଜିତ ହେବ ।

୧. ସ୍ୱଚ୍ଛତା ହିଁ ସେବା ପକ୍ଷବ୍ୟାପୀ ସ୍ୱଚ୍ଛତା ଅଭିଯାନ

ଏହି ପକ୍ଷରେ ସ୍ୱଚ୍ଛତା ରକ୍ଷା ନେଇ ପ୍ରତ୍ୟେକ ଆବର୍ଜନା ଓ ବ୍ୟାପକ ସଫାସଫି କାର୍ଯ୍ୟକ୍ରମରେ ସାମିଲ ହେବା ସହ ଅନ୍ୟାନ୍ୟ ଓ ନବୋନ୍ମେଷ ପଦ୍ଧତି ଜରିଆରେ ସଚେତତନତା ସୃଷ୍ଟି କରାଯିବ । ଏସଏଚଏସ-୨୦୨୩ର ଅଂଶବିଶେଷ ଭାବେ ଭାରତ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରଣାଳୟ, ପିଏସୟୁ, ରାଜ୍ୟ ସରକାର ଓ ସ୍ୱାୟତ୍ତଶାସନ ସଂସ୍ଥା ବ୍ୟାପକ ସଚେତନତା ଅଭିଯାନ ମାନ ଆୟୋଜନ କରିବେ । ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନସ୍ଥ ତୀର୍ଥ ଯାତ୍ରା ସ୍ଥଳ, ହର ପଥରୀ ସାଫ ସତୁରୀ, ରେଳ ପ୍ଲାଟଫର୍ମ ସ୍ୱଚ୍ଛତା, ଗଣଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ବିଶ୍ୱବିଦ୍ୟାଳୟ ଓ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଏଥିରେ ସାମିଲ କରିବେ ।

୨. ଭାରତୀୟ ସ୍ୱଚ୍ଛତା ଲିଗ ୨.୦

ଭାରତୀୟ ସ୍ୱଚ୍ଛତା ଲିଗ ଭାରତର ସ୍ୱଚ୍ଛତା ଦିଗରେ ଝଡ଼ ସୃଷ୍ଟି କରିବାକୁ ପ୍ରସ୍ତୁତ । ଯୁବାଗୋଷ୍ଠୀ ଏହାର ନେତୃତ୍ୱ ନେଉଥିବା ବେଳେ, ସେପ୍ଟେମ୍ବର ୧୭ ତାରିଖ ଦିନ ୪୦୦୦ରୁ ଅଧିକ ସହରୀ ଦଳ ଆବର୍ଜନାମୁକ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି । ଆଇଏସଏଲ ୨.୦ ଯୁବାଗୋଷ୍ଠୀଙ୍କୁ ଚଳିତ ପକ୍ଷରେ ନିରନ୍ତର ସ୍ୱଚ୍ଛତା ଅଭିଯାନ ନେଇ ସଚେତନ କରିବେ । ସ୍ୱଚ୍ଛତା ଲିଗ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଯୁବାଗୋଷ୍ଠୀ ନିମନ୍ତେ ଉତପ୍ରେରକ ଭାବେ କାର୍ଯ୍ୟ କରିବ ।

୩. ସଫାଇ ମିତ୍ର ସୁରକ୍ଷା ଶିବିର

ଆମେ ସ୍ୱଚ୍ଛ ଭାରତ ମିଶନର ଅର୍ବାନ ଓ ଏସବିଏମ-ୟୁ ୨.୦କୁ ମିଶାଇ ନଅ ବର୍ଷ ଶେଷ କରିଥିବା ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ଏକକ ଗବାକ୍ଷ ଶିବିର (ସଫାଇ ମିତ୍ର ସୁରକ୍ଷା ଶିବିର) ସେପ୍ଟେମ୍ବର ୧୭, ୨୦୨୩ ପରଠାରୁ ଦେଶବ୍ୟାପୀ ଆୟୋଜିତ ହେବ । ଏହା ପରିମଳ କର୍ମଚାରୀ ଓ ସେମାନଙ୍କ ପରିବାରଙ୍କ ନିମନ୍ତେ କଲ୍ୟାଣକାରୀ ଯୋଜନା ଓ ସେମାନଙ୍କ ଜୀବନଧାରଣ ମାନ ଉନ୍ନତ କରିବା ପାଇଁ ଏହା ଉଦ୍ଦିଷ୍ଟ । ଏହି ଶିବିରର ଲକ୍ଷ୍ୟ ହେଉଛି କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଥିବା ସମସ୍ତ ପରିମଳ କର୍ମଚାରୀ ଓ ବ୍ୟବହୃତ ଜଳ ପରିଚାଳନା କର୍ମଚାରୀଙ୍କ କଲ୍ୟାଣ । ଏଥିପାଇଁ ମୁଖ୍ୟ କାର୍ଯ୍ୟକଳାପ ଗୁଡ଼ିକ ମଧ୍ୟରେ ସମୂହ ସଚେତନତା, ଯୋଗ ଶିବିର, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ଯାଞ୍ଚ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସେମାନଙ୍କୁ ସାମିଲ କରିବା ଅନ୍ତର୍ଭୁକ୍ତ ।

ସ୍ୱଚ୍ଛ ଭାରତ ଅଭିଯାନ ହରଦୀପ ସିଂ ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.