Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଓ ଏୟାରଫାଇବରର ଶୁଭାରମ୍ଭ, ବିନା କେବୁଲରେ ମିଳିବ ଅଲ୍‌ଟ୍ରା ହାଇସ୍ପିଡ୍ ଇଣ୍ଟରନେଟ ସେବା
ଜାତୀୟ ଖବର

ଜିଓ ଏୟାରଫାଇବରର ଶୁଭାରମ୍ଭ, ବିନା କେବୁଲରେ ମିଳିବ ଅଲ୍‌ଟ୍ରା ହାଇସ୍ପିଡ୍ ଇଣ୍ଟରନେଟ ସେବା

September 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ଦେଶର ୮ଟି ବଡ଼ ମେଟ୍ରୋ ସହରରେ ଜିଓ ଏୟାରଫାଇର୍ବର ଶୁଭାରମ୍ଭ କରାଯାଇଛି। ଜିଓ ଏୟାରଫାଇବର ହେଉଛି ଏକ ସମନ୍ୱିତ ଏଣ୍ଡ୍‌-ଟୁ-ଏଣ୍ଡ୍ (ଆରମ୍ଭରୁ ଶେଷ ପର୍ଯ୍ୟନ୍ତ) ସମାଧାନ ଯାହା ଗୃହ ମନୋରଞ୍ଜନ, ସ୍ମାର୍ଟ ଗୃହ ସେବା ଏବଂ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଭଳି ସୁବିଧା ପ୍ରଦାନ କରିବ। କମ୍ପାନୀ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଓ ପୁଣେରେ ଜିଓ ଏୟାରଫାଇବର ସେବାର ଶୁଭାରମ୍ଭ କରାଯାଇଛି।

ଜିଓ ପକ୍ଷରୁ ଏୟାରଫାଇବର ଓ ଏୟାରଫାଇବର୍ ମ୍ୟାକ୍ସ ଭଳି ଦୁଇଟି ବର୍ଗରେ ପ୍ଲାନ୍ ଘୋଷଣା କରାଯାଇଛି। ଏୟାରଫାଇବର୍ ପ୍ଲାନ୍‌ରେ ଗ୍ରାହକଙ୍କୁ ୩୦ ଏମ୍‌ବିପିଏସ୍ ଓ ୧୦୦ ଏମ୍‌ବିପିଏସ୍ ଭଳି ଦୁଇ ପ୍ରକାର ସ୍ପିଡ୍‌ର ପ୍ଲାନ୍ ମିଳିବ। ପ୍ରାରମ୍ଭିକ ୩୦ ଏମ୍‌ବିପିଏସ୍ ପ୍ଲାନ୍‌ର ମୂଲ୍ୟ ୫୯୯ ଟଙ୍କା ରହିଛି। ସେହିପରି ୧୦୦ ଏମ୍‌ବିପିଏସ୍ ପ୍ଲାନ୍‌ର ଦାମ୍ ୮୯୯ ଟଙ୍କା ରହିଛି । ଉଭୟ ପ୍ଲାନ୍‌ରେ ଗ୍ରାହକଙ୍କୁ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଓ ୧୪ ଟି ମନୋରଞ୍ଜନ ଆପ୍ ମିଳିବ।

ଏୟାରଫାଇବର୍ ପ୍ଲାନ୍‌ରେ କମ୍ପାନୀ ୧୦୦ ଏମ୍‌ବିପିଏସ୍ ସ୍ପିଡ୍ ରହିଥିବା ଏକ ୧୧୯୯ ଟଙ୍କିଆ ପ୍ଲାନ୍ ମଧ୍ୟ ଆଣିଛି। ଯେଉଁଥିରେ ଡିଜିଟାଲ୍ ଚ୍ୟାନେଲ୍ ଓ ମନୋରଞ୍ଜନ ଆପ୍ ସହିତ ନେଟ୍‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ ଆପ୍ ମଧ୍ୟ ଉପଲବ୍ଧ ହେବ।

ଅଧିକ ଇଣ୍ଟରନେଟ ସ୍ପିଡ୍ ଆବଶ୍ୟକ କରୁଥିବା ଗ୍ରାହକମାନେ ଏୟାରଫାଇବର ମ୍ୟାକ୍ସ ପ୍ଲାନ୍ ଭିତରୁ ଯେକୌଣସି ଗୋଟିଏ ଚୟନ କରିପାରିବେ। କମ୍ପାନୀ ପକ୍ଷରୁ ୩୦୦ ଏମ୍‌ବିପିଏସ୍‌ଠାରୁ ଆରମ୍ଭ କରି ୧ ଜିବିପିଏସ୍ (୧୦୦୦ ଏମ୍‌ବିପିଏସ୍‌) ପର୍ଯ୍ୟନ୍ତ ତିନି ପ୍ରକାର ପ୍ଲାନ୍ ଘୋଷଣା କରାଯାଇଛି। ୧୪୯୯ ଟଙ୍କିଆ ପ୍ଲାନ୍‌ରେ ୩୦୦ ଏମ୍‌ବିପିଏସ୍ ସ୍ପିଡ୍ ମିଳୁଥିବା ବେଳେ ୨୪୯୯ ଟଙ୍କିଆ ପ୍ଲାନ୍‌ରେ ୫୦୦ ଏମ୍‌ବିପିଏସ୍ ଏବଂ ୩୯୯୯ ଟଙ୍କିଆ ପ୍ଲାନ୍‌ରେ ୧ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ମିଳିବ। ସବୁ ପ୍ଲାନ୍‌ରେ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍‌, ୧୪ ଟି ମନୋରଞ୍ଜନ ଆପ୍ ଏବଂ ନେଟ୍‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ୍ ଆପ୍ ମଧ୍ୟ ମିଳିବ।

ଜିଓର ଅପ୍ଟିକାଲ୍ ଫାଇବର ଭିତିଭୂମି ସାରା ଭାରତରେ ୧୫ ଲକ୍ଷ କିମିରୁ ଅଧିକ ସ୍ଥାନରେ ବ୍ୟାପ୍ତ ରହିଛି। କମ୍ପାନୀ ଏହାର ଜିଓ ଫାଇବର ସେବା ଜରିଆରେ ଏବେ ଯାଏଁ ୧ କୋଟିରୁ ଅଧିକ ପରିସରକୁ ସଂଯୋଗ ପ୍ରଦାନ କରିସାରିଲାଣି। ମାତ୍ର ଏବେବି କୋଟି କୋଟି ଏଭଳି ପରିସର ଓ ଘର ରହିଛି ଯେଉଁଠାରେ କେବୁଲ ଜରିଆରେ ଅର୍ଥାତ ଫାଇବର କନେକ୍ଟିଭିଟି ପ୍ରଦାନ କରିବା ବହୁତ କଷ୍ଟକର ରହିଛି। ଜିଓ ଏୟାରଫାଇବର ସେହିଭଳି ପରିସରଗୁଡିକରେ ସଂଯୋଗ ପ୍ରଦାନ କରିବାରେ ରହିଥିବା ସମସ୍ୟାକୁ ସହଜ କରିବ। ଜିଓ ଏୟାରଫାଇବର ଜରିଆରେ କଂପାନି ୨୦ କୋଟି ଘର ଓ ପରିସରକୁ ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ଜିଓ ଏୟାରଫାଇବର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଆମର ଫାଇବର-ଟୁ-ଦି-ହୋମ୍ ସେବା ଜିଓ ଫାଇବର ୧ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ପ୍ରତିଦିନ ହଜାର ହଜାର ଲୋକ ସେଥିରେ ଯୋଡ଼ି ହେଉଛନ୍ତି। କିନ୍ତୁ ଏବେବି ଲକ୍ଷ ଲକ୍ଷ ଘର ଓ ଛୋଟ ବ୍ୟବସାୟୀଙ୍କୁ ଯୋଡ଼ିବା ବାକି ରହିଛି।

ଜିଓ ଏୟାରଫାଇବର ସହିତ ଦେଶର ସବୁ ଘରକୁ ସମାନ ଗୁଣବତ୍ତାର ସେବା ସହିତ ଆମେ ଶୀଘ୍ର ଯୋଡ଼ିବୁ। ଜିଓ ଏୟାରଫାଇବର ଶିକ୍ଷା, ସ୍ୱାସ୍ଥ୍ୟ, ନିରୀକ୍ଷଣ ଓ ସ୍ମାର୍ଟ ହୋମ୍ କ୍ଷେତ୍ରରେ ନିଜସ୍ୱ ସମାଧାନ ଜରିଆରେ ଲକ୍ଷ ଲକ୍ଷ ଘରକୁ ବିଶ୍ୱସ୍ତରୀୟ ଡିଜିଟାଲ୍ ମନୋରଞ୍ଜନ, ସ୍ମାର୍ଟ ହୋମ୍ ସେବା ଏବଂ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ।’’

ଜିଓ ଏୟାରଫାଇବରକୁ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ବୁକିଂ କରାଯାଇପାରିବ। ୬୦୦୦୮ ୬୦୦୦୮ ନମ୍ବର ରେ ମିସଡ୍ କଲ୍ ଦେଇ କିମ୍ବା www.jio.com ୱେବସାଇଟ୍ ପରିଦର୍ଶନ କରି ବୁକିଂ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ଜିଓ ଷ୍ଟୋରରୁ ମଧ୍ୟ ଜିଓ ଏୟାରଫାଇବର୍ କ୍ରୟ କରାଯାଇପାରିବ।

ଜିଓ ଏୟାରଫାଇବର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026
Latest News

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.