Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ୮୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ
ଜାତୀୟ ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ୮୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

September 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
startupyatra
ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ୮୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୪ଟି ପ୍ରମୁଖ ଜିଲ୍ଲା ଭଦ୍ରକ, ବୌଧ, ଗଜପତି ଏବଂ ବାଲେଶ୍ୱର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୦ଟି କଲେଜ ଏବଂ ୧ଟି ସ୍କୁଲ ଗସ୍ତ କରି ୧୧୨୩ ଛାତ୍ରଙ୍କ ଠାରୁ ୭୪ଟି ଆଇଡିଆ ସଂଗ୍ରହ କରିଛି।

ଏହି ଯାତ୍ରା ଆଜି ୪ଟି ଜିଲ୍ଲା ଯେପରି ଭଦ୍ରକର ଭଦ୍ରକ ଇଂଜିନିୟରିଂ ସ୍କୁଲ ଏବଂ ଟେକ୍ନୋଲୋଜି, ଭଦ୍ରକ ଅଟୋନୋମସ କଲେଜ, ସରକାରୀ ୟୁଜି ହାଇସ୍କୁଲ, ବୌଧ ଜିଲ୍ଲାର ମଡେଲ ଡିଗ୍ରୀ କଲେଜ, ସରକାରୀ ଆଇଟିଆଇ ଏବଂ ଭୈରବୀ ଡିଗ୍ରୀ କଲେଜ, ଗଜପତି ଜିଲ୍ଲାର ହିଲଟପ୍ ଡିଗ୍ରୀ କଲେଜ, ଇନ୍ଦିରା ମେମୋରିଆଲ ଡିଗ୍ରୀ କଲେଜ ଏବଂ ଡଃ ବି.ଆର. ଆମ୍ବେଦକର ନ୍ୟାସନାଲ ଡିଗ୍ରୀ କଲେଜ, ବାଲେଶ୍ୱର ଜିଲ୍ଲାର ଏସଏସଭିଏମ୍ ଏବଂ ବିଆଇଟି ପଲିଟେକନିକ୍ କଲେଜ ଗସ୍ତ କରିି ଛାତ୍ର ଛାତ୍ରୀ ମାନଙ୍କ ମନରେ ଭବିଷ୍ୟତରେ କିଭଳି ସେମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବେ ସେଥିପ୍ରତି ସଚେତନତା ସୃଷ୍ଟି କରାଯାଇଥିଲା।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍  ୭୬ଟି କଲେଜ୍ ଏବଂ ୧୬ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୯୪୯୭ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ  ୮୬୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଆସନ୍ତା ସୋମବାର ଦିନ ଏହି ଯାତ୍ରା ବାଲେଶ୍ୱର ଗଜପତି ର ଆଉ କିଛି ଅନୁଷ୍ଠାନ ଗସ୍ତ କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଗସ୍ତ କରିବ। ବାଲେଶ୍ୱର ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଠାରୁ ବହୁଳ ଉସ୍‌ôାହ ପାଇବା ପରେ ଆସନ୍ତା ସୋମବାର ଦିନ ଏହି ଯାତ୍ରା ୬ଟି କଲେଜ ଯଥା ଆରଜେ ସ୍କୁଲ ଅଫ ମ୍ୟାନେଜମେଂଟ ଷ୍ଟଡିଜ୍‌, ସାଗର କଲେଜ୍ ଅଫ୍ ସାଇନ୍ସ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ରେମୁଣା ଡିଗ୍ରୀ କଲେଜ, ବାଲେଶ୍ୱର ଆଇନ୍ କଲେଜ୍ ଏବଂ ବାଲେଶ୍ୱର ସରକାରୀ ଆଇଟିଆଇ ଗସ୍ତ କରିବ।

ଏହା ସହ ଗଜପତି ଜିଲ୍ଲାର ୪ଟି କଲେଜ ପର୍ଶୁରାମ ଗୁରୁକୁଳ ଡିଗ୍ରୀ କଲେଜ, ସେନ୍‌ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜ୍‌ମେଂଟ , ଏସକେସିଜି ଅଟୋନୋମସ୍ କଲେଜ ଏବଂ ସରକାରୀ ଆଇଟିଆଇ(ଗୁମ୍ମା)। ଏହା ବ୍ୟତିତ ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରିୟ ବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ସୋନପୁର କଲେଜ ଏବଂ ବିଶ୍ୱପ୍ରଭା କଲେଜ ଆଦି ଗସ୍ତ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

startupyatra ଷ୍ଟାର୍ଟଅପ୍ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025
Latest News

ନମାଜ ପାଠ ବେଳେ ଆଖିବୁଜା ଗୁଳି ଚାଳନା: ୨୭ ମୃତ, ଅନେକ ଆହତ

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.