ଭାରତରେ ମୁସଲମାନମାନଙ୍କ ଅବସ୍ଥା ଯୋଗୁଁ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି: ମୌଲାନା ମହମୁଦ ମଦାନୀ

Published: Sep 24, 2023, 5:05 pm IST

ନୂଆଦିଲ୍ଲୀ: ଜମିୟତ ଉଲେମା-ଇ-ହିନ୍ଦ୍ ର ମୌଲାନା ମହମୁଦ ମଦାନୀ ଦେଶରେ ମୁସଲମାନମାନଙ୍କ ଅବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ସହ ସେ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ମୁସଲମାନମାନେ ଏହା ଦ୍ୱାରା ଅସୁବିଧାରେ ପଡ଼ିଛନ୍ତି ଏବଂ ଗଲ୍ଫ ଦେଶଗୁଡିକ ଆମର ଭୂମିକା ଉପରେ ପ୍ରଶ୍ନ କରୁଛନ୍ତି। ଏହି ଦେଶଗୁଡିକ ଆମକୁ ପଚାରୁଛନ୍ତି ଯେ, ଏତେ ବଡ ସଂଗଠନର ବ୍ୟବହାର କ’ଣ, ଯେତେବେଳେ କିଛି କରିବାକୁ ସକ୍ଷମ ନୁହଁ? ସେ କହିଛନ୍ତି ଯେ, ମୁସଲମାନମାନଙ୍କ ପ୍ରତି ଘୃଣାଭାବ ବିସ୍ତାର କରି ଦେଶର ବହୁସଂଖ୍ୟକ ସମ୍ପ୍ରଦାୟକୁ ବୋକା ବନାଉଛନ୍ତି। ଦେଶର ସାମ୍ପ୍ରତିକ ପରିସ୍ଥିତି, ଆହ୍ୱାନ ଏବଂ ସମାଧାନ ଉପରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୌଲାନା ମହମୁଦ ମଦାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ଦେଶର ମୁସଲମାନମାନଙ୍କ ଅବସ୍ଥା ବିଷୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଦଳମାନେ ସେମାନଙ୍କର ଦାୟିତ୍ୱ ତୁଲାଉନାହାଁନ୍ତି, ଏହା କେବଳ ଗୋଟିଏ ସମ୍ପ୍ରଦାୟର ସମସ୍ୟା ନୁହେଁ ବରଂ ସମଗ୍ର ଦେଶର ଏକ ସମସ୍ୟା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି ଦେଶରେ ମୁସଲମାନମାନଙ୍କ ସହ ଘଟୁଥିବା ଘଟଣାରେ ରାଜନୈତିକ ଦଳମାନେ କିପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହା ଉପରେ ତାଙ୍କ ମତ କ’ଣ ବୋଲି ତାଙ୍କୁ ପଚରାଯାଇଥିଲା। ଏହାର ଜବାବରେ ମଦାନୀ କହିଛନ୍ତି ଯେ, ଏହା ଦ୍ୱାରା ସେ ବହୁତ ନିରାଶ ହୋଇଛନ୍ତି। ସେ କହିଛନ୍ତି ଯେ, ରାଜନୈତିକ ଦଳଗୁଡିକ ସେମାନଙ୍କର ଦାୟିତ୍ୱ ପୂରଣ କରିବାରେ ବିଫଳ ହୋଇଛନ୍ତି। ମଦାନୀ କହିଛନ୍ତି ଯେ, ଏହା କେବଳ ସଂଖ୍ୟାଲଘୁଙ୍କ ସମସ୍ୟା ନୁହେଁ ବରଂ ଏହା ସମଗ୍ର ଦେଶର ପ୍ରସଙ୍ଗ।

Related posts