Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ୍ ଯାତ୍ରା: ୧୫ ବର୍ଷର ବିଶ୍ୱସ୍ତରୀୟ ପ୍ରଭାବ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ୍ ଯାତ୍ରା: ୧୫ ବର୍ଷର ବିଶ୍ୱସ୍ତରୀୟ ପ୍ରଭାବ

September 28, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମୋର ସାଥୀ ୟୁଟ୍ୟୁବରମାନେ, ମୁଁ ଆଜି ଜଣେ  ୟୁଟ୍ୟୁବର ଭାବରେ ଆପଣଙ୍କ ମଧ୍ୟରେ ରହି ବହୁତ ଖୁସି। ମୁଁ ଆପଣମାନଙ୍କ  ଠାରୁ ଆଦୌ  ଅଲଗା ନୁହେଁ। ୧୫ ବର୍ଷ ହେବ ମୁଁ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ଦେଶ ସହ ଯୋଡ଼ି ହୋଇ ରହୁଛି  ଓ ବିଶ୍ୱଭ୍ରମଣ କରିଛି। ମୋର ଅନେକ ସବ୍‌ସ୍କ୍ରାଇବର (ଅନୁଗାମୀ) ମଧ୍ୟ  ଅଛନ୍ତି।

ମୁଁ ଜାଣିବାକୁ ପାଇଛି ଯେ ପାଖାପାଖି ୫,୦୦୦ କ୍ରିଏଟର୍ସ (ଭିଡିଓ ପ୍ରସ୍ତୁତକାରୀ), ଉଦୀୟମାନ କ୍ରିଏଟର୍ସଙ୍କ ଏକ ବିଶାଳ ସମୁଦାୟ ଆଜି ଏଠାରେ ଉପସ୍ଥିତ ଅଛନ୍ତି। କେହି ଗେମିଂ ଉପରେ କାମ କରନ୍ତି, କେହି ଟେକ୍ନୋଲୋଜି ବିଷୟରେ ଶିକ୍ଷା ଦିଅନ୍ତି, କେହି ଫୁଡ୍ ବ୍ଲଗିଂ କରନ୍ତି, ଆଉ କିଛି ଟ୍ରାଭେଲ ବ୍ଲଗର କିମ୍ବା ଜୀବନଶୈଳୀ ପ୍ରଭାବଶାଳୀ ଅଟନ୍ତି।

ବନ୍ଧୁଗଣ, ବର୍ଷ ବର୍ଷ ଧରି ମୁଁ ଦେଖୁଛି ଯେ ଆପଣଙ୍କ ବିଷୟବସ୍ତୁ ବା କଣ୍ଟେଣ୍ଟ ସବୁ ଆମ ଦେଶର ଲୋକଙ୍କୁ କିପରି ପ୍ରଭାବିତ କରିପାରୁଛି। ଆଉ ଏହି ପ୍ରଭାବକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆମ ପାଖରେ ଏକ ସୁଯୋଗ ଅଛି। ଆମେ ମିଳିମିଶି ଆମ ଦେଶର ଏକ ବିଶାଳ ଜନସଂଖ୍ୟାଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବା। ମିଳିମିଶି ଆମେ ଆହୁରି ଅନେକ ବ୍ୟକ୍ତିଙ୍କୁ ସଶକ୍ତ ଓ ସୁଦୃଢ଼ କରିପାରିବା। ଏକାଠି ହୋଇ ଆମେ ସହଜରେ କୋଟି କୋଟି ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଦେଇପାରିବା ଏବଂ ବୁଝାଇ ପାରିବା। ଆମେ ସେମାନଙ୍କୁ ଆମ ସହ ଯୋଡ଼ିପାରିବା।

ବନ୍ଧୁଗଣ, ଯଦିଓ ମୋ ଚ୍ୟାନେଲରେ ହଜାର ହଜାର ଭିଡିଓ ଅଛି, ତଥାପି ମୋ ପାଇଁ ସବୁଠାରୁ ସନ୍ତୋଷଜନକ ହେଉଛି ଯେତେବେଳେ ମୁଁ ଆମ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ଚାପ, ସେମାନଙ୍କ ପ୍ରତି ରହିଥିବା ପ୍ରତ୍ୟାଶାର ପରିଚାଳନା, ଉତ୍ପାଦକତା ଭଳି ବିଷୟରେ ୟୁଟ୍ୟୁବ୍ ମାଧ୍ୟମରେ କଥା ହୋଇଥିଲି।

ଯେତେବେଳେ ମୁଁ ଦେଶର ଏତେ ବଡ଼ ସୃଜନଶୀଳ ସମୁଦାୟ ମଧ୍ୟରେ ଥାଏ, ମୁଁ ଆପଣଙ୍କ ସହ କିଛି ବିଷୟରେ କଥା ହେବାକୁ ମନେ କରେ। ଏହି ପ୍ରସଙ୍ଗଗୁଡ଼ିକ ଜନ ଆନ୍ଦୋଳନ ସହ ଜଡ଼ିତ, ଦେଶର ଜନସାଧାରଣଙ୍କ ଶକ୍ତି ହିଁ ସେମାନଙ୍କ ସଫଳତାର ଆଧାର।

ପ୍ରଥମ ପ୍ରସଙ୍ଗ ହେଉଛି ସ୍ୱଚ୍ଛତା – ସ୍ୱଚ୍ଛ ଭାରତ ଗତ ୯ ବର୍ଷ ମଧ୍ୟରେ ଏକ ବଡ଼ ଅଭିଯାନ ପାଲଟିଛି। ଏଥିରେ ସମସ୍ତେ ଯୋଗଦାନ ଦେଇଥିଲେ, ପିଲାମାନେ ଏଥିରେ ଏକ ଭାବନାତ୍ମକ ଶକ୍ତି ଆଣିଥିଲେ। ସେଲିବ୍ରିଟିମାନେ ଏହାକୁ ଶୀର୍ଷରେ ପହଞ୍ଚାଇଥିଲେ, ଦେଶର କୋଣ ଅନୁକୋଣରେ ଲୋକମାନେ ଏହାକୁ ଏକ ମିଶନରେ ପରିଣତ କରିଥିଲେ ଏବଂ ଆପଣଙ୍କ ଭଳି ୟୁଟ୍ୟୁବରମାନେ ସ୍ୱଚ୍ଛତାକୁ ଅଧିକ ଆକର୍ଷଣୀୟ କରିଥିଲେ।

କିନ୍ତୁ ଆମେ ଅଟକିବା  ଉଚିତ ନୁହେଁ। ଯେପର୍ଯ୍ୟନ୍ତ ସ୍ୱଚ୍ଛତା ଭାରତର ପରିଚୟ ପାଲଟିବ ନାହିଁ, ସେ ପର୍ଯ୍ୟନ୍ତ ଆମେ ଅଟକିବୁ ନାହିଁ। ତେଣୁ ସ୍ୱଚ୍ଛତା ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଦରକାର।

ଦ୍ୱିତୀୟ ବିଷୟ ହେଉଛି- ଡିଜିଟାଲ ପେମେଣ୍ଟ। ୟୁପିଆଇର ସଫଳତା ଯୋଗୁଁ ଆଜି ବିଶ୍ୱର ଡିଜିଟାଲ ପେମେଣ୍ଟରେ ଭାରତର ୪୬ ପ୍ରତିଶତ ଅଂଶ ରହିଛି। ଆପଣ ଦେଶର ଅଧିକରୁ ଅଧିକ ଲୋକଙ୍କୁ ଡିଜିଟାଲ ପେମେଣ୍ଟ କରିବାକୁ ଅନୁପ୍ରାଣିତ କରନ୍ତୁ, ଆପଣଙ୍କ ଭିଡିଓ ମାଧ୍ୟମରେ ସରଳ ଭାଷାରେ ଡିଜିଟାଲ ଅର୍ଥ ପଇଠ କରିବା ଶିଖାନ୍ତୁ।

ଆଉ ଏକ ବିଷୟ ହେଉଛି ଭୋକାଲ ଫର ଲୋକାଲ। ଆମ ଦେଶରେ ସ୍ଥାନୀୟ ସ୍ତରରେ ଅନେକ ଉତ୍ପାଦ ପ୍ରସ୍ତୁତ ହୋଇଥାଏ। ଆମର ସ୍ଥାନୀୟ କାରିଗରଙ୍କ ଦକ୍ଷତା ଆଶ୍ଚର୍ଯ୍ୟଜନକ। ଆପଣ ନିଜ କାମ ମାଧ୍ୟମରେ ସେମାନଙ୍କୁ ପ୍ରୋତ୍ସାହିତ କରିପାରିବେ ଏବଂ ଭାରତର ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ କରିବାରେ ସାହାଯ୍ୟ କରିପାରିବେ।

ମୋର ଆଉ ଏକ ଅନୁରୋଧ ଅଛି। ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦିଅନ୍ତୁ, ଭାବପ୍ରବଣ ନିବେଦନ କରନ୍ତୁ ଯେ ଆମେ ସେହି ଉତ୍ପାଦ କିଣିବୁ ଯେଉଁଥିରେ ଆମ ମାଟିର ସୁଗନ୍ଧ ଅଛି, ଯେଉଁଥିରେ ଆମ ଦେଶର ଜଣେ ଶ୍ରମିକ କିମ୍ବା କାରିଗରଙ୍କ ଝାଳ ଅଛି। ଖଦୀ ହେଉ, ହସ୍ତତନ୍ତ ହେଉ, ହସ୍ତଶିଳ୍ପ ହେଉ କିମ୍ବା ଅନ୍ୟ କିଛି। ଦେଶକୁ ଜାଗ୍ରତ କରନ୍ତୁ, ଆନ୍ଦୋଳନ ଆରମ୍ଭ କରନ୍ତୁ।

ଆଉ ଏକ କଥା ମୁଁ ମୋ ତରଫରୁ ପରାମର୍ଶ ଦେବାକୁ ଚାହେଁ। ୟୁଟ୍ୟୁବର ଭାବରେ ଆପଣଙ୍କର ପରିଚୟ ସହିତ, ଆପଣ ଏକ କାର୍ଯ୍ୟକଳାପ ଯୋଡିପାରିବେ କି? ପ୍ରତ୍ୟେକ ଅଧ୍ୟାୟ ଶେଷରେ ଏକ ପ୍ରଶ୍ନ ରଖିବାକୁ ବିଚାର କରନ୍ତୁ କିମ୍ବା କିଛି କରିବା ପାଇଁ ଆକ୍ସନ ପଏଣ୍ଟ ପ୍ରଦାନ କରନ୍ତୁ। ଲୋକମାନେ ଏହି କାର୍ଯ୍ୟକଳାପ କରିପାରିବେ ଏବଂ ଏହାକୁ ଆପଣଙ୍କ ସହ ଶେୟାର କରିପାରିବେ। ଏହାଦ୍ୱାରା ଆପଣଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବ ଏବଂ ଲୋକମାନେ କେବଳ ଶୁଣିବେ ନାହିଁ ବରଂ କିଛି କରିବାରେ ନିୟୋଜିତ ହେବେ।

ମୁଁ ଆପଣ ସମସ୍ତଙ୍କ ସହ କଥାବାର୍ତ୍ତାକୁ ପ୍ରକୃତରେ ଉପଭୋଗ କଲି। ଭିଡିଓ ଶେଷରେ ଆପଣମାନେ କ’ଣ କୁହନ୍ତି… ମୁଁ ମଧ୍ୟ ତାହାର ପୁନରାବୃତ୍ତି କରିବି: ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ମୋର ସମସ୍ତ ଅପଡେଟ୍ ପାଇବାକୁ ବେଲ୍ ଆଇକନ୍ ହିଟ୍ କରନ୍ତୁ।

ଆପଣଙ୍କୁ ଶୁଭେଚ୍ଛା।

ନରେନ୍ଦ୍ର ମୋଦୀ ୟୁଟ୍ୟୁବ୍
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.