ଶତକ କରିବାକୁ ଚାହୁଁନଥିଲେ ବିରାଟ କୋହଲି, କିପରି ମନାଇଲେ କେ.ଏଲ୍ ରାହୁଲ?, ଜାଣନ୍ତୁ ପୁରା କାହାଣୀ

Published: Oct 20, 2023, 9:34 am IST

ପୁଣେ: ବିରାଟ କୋହଲି ବାଂଲାଦେଶ ବିପକ୍ଷରେ ଶତକ ହାସଲ କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ୯୭ ବଲରେ ୧୦୩ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ବିରାଟ କୋହଲି ଶତକ ପାଇଁ ଖେଳୁ ନଥିଲେ! ବାସ୍ତବରେ ବିରାଟ କୋହଲି ଗୋଟିଏ ଲେଖାଏଁ ରନ କରି ଦ୍ୱିତୀୟ ପାର୍ଶ୍ଵକୁ ଯିବାକୁ ଚାହୁଁଥିଲେ, କିନ୍ତୁ କେ.ଏଲ୍ ରାହୁଲ ବିରାଟ କୋହଲିଙ୍କୁ ଏପରି କରିବାକୁ ଅଟକାଇଥିଲେ। ବାଂଲାଦେଶ ବିପକ୍ଷରେ ବିଜୟ ପରେ କେଏଲ ରାହୁଲ କହିଛନ୍ତି ଯେ, ସେ କିପରି ବିରାଟ କୋହଲିଙ୍କୁ ସିଙ୍ଗଲ୍ସ ନେବାକୁ ମନା କରିଥିଲେ। ଏହା ପରେ ବିରାଟ କୋହଲି ତାଙ୍କ ODI କ୍ୟାରିୟରର ୪୮ ତମ ଶତକ ହାସଲ କରିଥିଲେ।

କେ.ଏଲ୍ ରାହୁଲ କହିଛନ୍ତି ଯେ, ମୁଁ ବିରାଟ କୋହଲିଙ୍କୁ କହିଥିଲି ଯେ ସେ ସିଙ୍ଗଲ୍ସ ବି ନେବେ ନାହିଁ, ଏହା ପରେ ବିରାଟ କୋହଲି କହିଥିଲେ ଯେ, ଯଦି ସେ ସିଙ୍ଗଲ୍ସ ନ ନିଅନ୍ତି ତେବେ ଲୋକମାନେ ଖରାପ ଅନୁଭବ କରିବେ। ଏହି କାର୍ଯ୍ୟ କଲେ ଲୋକମାନେ କହିବେ ଯେ ମୁଁ ମୋର ବ୍ୟକ୍ତିଗତ ରେକର୍ଡ ପାଇଁ ଖେଳୁଛି। ଏହା ପରେ କେ.ଏଲ୍ ରାହୁଲ କହିଥିଲେ ଯେ ଆମେ ସହଜରେ ମ୍ୟାଚ୍ ଜିତୁଛେ, ଆପଣ ମଧ୍ୟ ଆପଣଙ୍କର ଶତକ ପୂରଣ କରିପାରିବେ। ତା’ପରେ ବିରାଟ କୋହଲି ରାଜି ହୋଇଥିଲେ। ଏହା ପରେ ବିରାଟ କୋହଲି ଛକା ମାରି ଶତକ ପୂରଣ କରିଥିଲେ। ଏହାପରେ ଭାରତୀୟ ଦଳ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଥିଲା।

Related posts