Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋର୍ଟରେ ଅଚେତ ହେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ, ଗିରଫ କଲା ଇଡି
ଜାତୀୟ ଖବର

କୋର୍ଟରେ ଅଚେତ ହେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ, ଗିରଫ କଲା ଇଡି

October 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଅନେକ କୋଟି ଟଙ୍କାର ରାସନ ବଣ୍ଟନ ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଆଜି କୋର୍ଟରେ ଶୁଣାଣି ସମୟରେ ଅଚେତ ହୋଇଯାଇଥିଲେ।

ଏହା ପରେ ମଲିକଙ୍କୁ ବାଲକୋନୀକୁ ନିଆଯାଇ ପାଣି ଦିଆଯାଇଥିଲା। ଇଡି ହେପାଜତରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଗୁରୁବାର ଦିନ ମଲିକଙ୍କ ଘରେ ସର୍ଚ୍ଚ କରିଥିଲା। ଇଡି ଏମହର୍ଷ୍ଟ ଛକରେ ଥିବା ତାଙ୍କ ପୈତୃକ ବାସଭବନରେ ମଧ୍ୟ ଚଢାଉ କରିଥିଲା। ତା’ପରେ ଅନେକ ଘଣ୍ଟା ପଚରାଉଚରା ପରେ ଜ୍ୟୋତିପ୍ରିୟ ମଲିକଙ୍କୁ ଗିରଫ କରାଯାଇଥିଲା।

ଗିରଫ ହେବା ପରେ ଟିଏମସି ନେତା ଜ୍ୟୋତିପ୍ରିୟ ମଲିକ କହିଥିଲେ ଯେ, ମୁଁ ଏକ ବଡ଼ ଷଡଯନ୍ତ୍ରର ଶିକାର ହୋଇଛି। ଏହି ଷଡଯନ୍ତ୍ରକୁ ବିଜେପି ତଥା ଏହାର ନେତା ସୁଭେନ୍ଦୁ ଅଧିକାରୀ ରଚିଛନ୍ତି। ସେପଟେ ବିଜେପି ମୁଖପାତ୍ର ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଟିଏମସି ଦୁର୍ନୀତିରେ ବୁଡି ରହିଛି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ କହିଥିଲେ ଯେ, ପୋଲିସ ଅଭିଯୋଗ ଦାଖଲ କରାଯିବ, କାରଣ ମଲିକଙ୍କ ଅସୁସ୍ଥ ଥିବାବେଳେ ତାଙ୍କୁ ଗିରଫ କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଥିଲା। ସେ ଏହି ଘଟଣାକୁ ବିଜେପିର ମଇଳା ରାଜନୀତି ବୋଲି କହିଛନ୍ତି।

ନିର୍ବାଚନକୁ ଦୃଷ୍ଟିରେ ରଖି ଏସବୁ କରାଯାଉଛି ବୋଲି ବାନାର୍ଜୀ ଦାବି କରିଛନ୍ତି। ବାସ୍ତବରେ ନଭେମ୍ବରରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେଉଛି। ଏହା ବ୍ୟତୀତ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ରେ ଲୋକସଭା ନିର୍ବାଚନ ହେବ।

ଗିରଫ କଲା ଇଡି ପଶ୍ଚିମବଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୮ ଆଇପିଏଲ୍‌ରେ ବଢ଼ିବ ଟିମ୍ ସଂଖ୍ୟା: ୧୨ ଟିମ୍‌କୁ ନେଇ ହୋଇପାରେ ଟୁର୍ଣ୍ଣାମେଣ୍ଟ୍

November 11, 2026

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026

ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ ଲାଗି ଜାତୀୟ ରୂପରେଖ ଉପସ୍ଥାପନ କଲା ଓଡ଼ିଶା

November 11, 2026

Bank Sweeper Becomes Manager: ସେ ଥିଲେ ସୁଇପର, ପରେ ହୋଇଗଲେ ସେହି ବ୍ୟାଙ୍କର ମ୍ୟାନେଜର; ଆଶ୍ଚର୍ଯ୍ୟ..

November 11, 2026
Latest News

୨୦୨୮ ଆଇପିଏଲ୍‌ରେ ବଢ଼ିବ ଟିମ୍ ସଂଖ୍ୟା: ୧୨ ଟିମ୍‌କୁ ନେଇ ହୋଇପାରେ ଟୁର୍ଣ୍ଣାମେଣ୍ଟ୍

November 11, 2026

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026

ଓଡ଼ିଶା-ଜାପାନ ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ: ‘ଓ-ହବ୍’ ପରିଦର୍ଶନ କଲା ଜାପାନୀ ପ୍ରତିନିଧି ଦଳ

November 11, 2026

ରାଜ୍ୟ ସରକାର ଏବଂ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

November 11, 2026

ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ ଲାଗି ଜାତୀୟ ରୂପରେଖ ଉପସ୍ଥାପନ କଲା ଓଡ଼ିଶା

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.