Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୀତୀଶଙ୍କ ଘୋଷଣା : ବିହାରରେ ଏବେ ରହିବ ୭୫ ପ୍ରତିଶତ ସଂରକ୍ଷଣ !
ଜାତୀୟ ଖବର

ନୀତୀଶଙ୍କ ଘୋଷଣା : ବିହାରରେ ଏବେ ରହିବ ୭୫ ପ୍ରତିଶତ ସଂରକ୍ଷଣ !

November 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୀତୀଶ
ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

ନୂଆଦିଲ୍ଲୀ: ବିହାରରେ ସଂରକ୍ଷଣର ପରିସରକୁ ୭୫ ପ୍ରତିଶତକୁ ବୃଦ୍ଧି କରାଯିବ। ଜାତିଗତ ସର୍ବେକ୍ଷଣ ତଥ୍ୟ ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ଜାତି ସର୍ବେକ୍ଷଣର ଅର୍ଥନୈତିକ ତଥ୍ୟ ରିପୋର୍ଟ ପ୍ରକାଶ ପାଇବା ପରେ ନୀତୀଶ କୁମାର ମଧ୍ୟ ସଂରକ୍ଷଣକୁ ନେଇ ବଡ଼ ବୟାନ ଦେଇଛନ୍ତି।

ରାଜ୍ୟରେ ସଂରକ୍ଷଣର ପରିସର ୫୦ରୁ ୭୫ ପ୍ରତିଶତକୁ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ବିହାର ବିଧାନସଭାରେ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସଂରକ୍ଷଣକୁ ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ କୁହାଯାଇଛି। ଇଡବ୍ଲ୍ୟୁଏସର ୧୦ ପ୍ରତିଶତ କୁ ମିଶାଇଲେ ସଂରକ୍ଷଣ ସୀମା ୭୫ ପ୍ରତିଶତକୁ ବୃଦ୍ଧି ପାଇବ।

ନୀତୀଶ କୁମାରଙ୍କ ନୂଆ ବାଜି

ବିହାରରେ କାଷ୍ଟ ସର୍ଭେ ରିପୋର୍ଟ ଏବଂ ଅର୍ଥନୈତିକ ସର୍ଭେ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ନୂଆ ବାଜି ଲଗାଇଛନ୍ତି। ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ସଂରକ୍ଷଣ ଦେବାକୁ ସେ ଗୃହରେ ପ୍ରସ୍ତାବ ଦେଇଥିଲେ। ଏହାର ସୀମାକୁ ୭୫ ପ୍ରତିଶତକୁ ବୃଦ୍ଧି କରିବାକୁ କୁହାଯାଇଛି। ଜନସଂଖ୍ୟା ଅନୁପାତରେ ଓବିସି ବର୍ଗକୁ ସଂରକ୍ଷଣ ମିଳିବା ଦରକାର ବୋଲି ନୀତୀଶ କୁମାର କହିଛନ୍ତି। ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଉପରେ ଲାଗିଥିବା ୫୦ ପ୍ରତିଶତ ସୀମାକୁ ଉଚ୍ଛେଦ କରାଯାଉ। ଏହାକୁ ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ସେ କହିଥିଲେ । ଦୁର୍ବଳ ଅର୍ଥନୈତିକ ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଭିନ୍ନ ହେବ।

ନୂଆ ସଂରକ୍ଷଣ ପ୍ରସ୍ତାବରେ କ’ଣ ରହିଛି

ଅନୁସୂଚିତ ଜାତିଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ
ଅନୁସୂଚିତ ଜାତିକୁ ଏବେ ୧୬ ପ୍ରତିଶତ ସଂରକ୍ଷଣ ମିଳୁଛି
ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ୪୩ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ
ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କୁ ଏବେ ୩୦ ପ୍ରତିଶତ ସଂରକ୍ଷଣ ମିଳୁଛି
ଅନୁସୂଚିତ ଜନଜାତିଙ୍କ ପାଇଁ ୨% ସଂରକ୍ଷଣ ପ୍ରସ୍ତାବ ଦିଆଯାଇଛି
ଦୁର୍ବଳ ଅର୍ଥନୈତିକ ବର୍ଗପାଇଁ ପୂର୍ବ ଭଳି ୧୦ ପ୍ରତିଶତ ସଂରକ୍ଷଣ
ଅଣସଂରକ୍ଷିତ ବର୍ଗ ପାଇଁ ମାତ୍ର ୨୫%

ଯଦି ନୀତୀଶ କୁମାର ତାଙ୍କ ସଂରକ୍ଷଣ ପ୍ରସ୍ତାବକୁ କାର୍ଯ୍ୟକାରୀ କରନ୍ତି, ତେବେ ଅଣସଂରକ୍ଷିତ ବର୍ଗପାଇଁ ମାତ୍ର ୨୫ ପ୍ରତିଶତ ଆସନ ବଳକା ରହିବ। ନୀତୀଶ କୁମାରଙ୍କ ପ୍ରସ୍ତାବ ଅନୁଯାୟୀ ପଛୁଆ ବର୍ଗ, ଅତ୍ୟନ୍ତ ପଛୁଆ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କୁ ସମୁଦାୟ ୬୫ ପ୍ରତିଶତ ସଂରକ୍ଷଣ ଦିଆଯିବ। ଦୁର୍ବଳ ଅର୍ଥନୈତିକ ଶ୍ରେଣୀ ପାଇଁ ଅଲଗା ୧୦ ପ୍ରତିଶତ ସଂରକ୍ଷଣ ରହିବ।

nitishkumar ବିହାର ସଂରକ୍ଷଣ ସଂରକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026
Latest News

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026

ନେଇ ଯାଆ..ରେ ମେଘ ମୋତେ..ଗୀତର ଗାୟିକା ଏସ ଜାନକୀ ଆଉ ନାହାଁନ୍ତି, ୮୮ ବର୍ଷ ବୟସରେ ପରଲୋକ

July 12, 2026

ଶ୍ରେଷ୍ଠତା ସଂପର୍କରେ ଜାଣିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ବତାଇଛନ୍ତି ପାଞ୍ଚୋଟି ପ୍ରସଂଗ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.