Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ନିଶାମୁକ୍ତ ଭାରତ ଅଭିଯାନ’ ରାଜ୍ୟ କମିଟି ବୈଠକ
ଜାତୀୟ ଖବର

‘ନିଶାମୁକ୍ତ ଭାରତ ଅଭିଯାନ’ ରାଜ୍ୟ କମିଟି ବୈଠକ

December 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ନିଶାମୁକ୍ତ ଭାରତ ଅଭିଯାନ’ ରାଜ୍ୟ କମିଟି ବୈଠକ

ଭୁବନେଶ୍ୱର: ନିଶାସେବନ ଓ ନିଶା କାରବାର ନେଇ ତଦାରଖ, ଶାସ୍ତିବିଧାନ, ପ୍ରତିଷେଧକ ଓ ନିଶାମୁକ୍ତି ନେଇ ବ୍ୟାପକ ଜନସଚେତନତା ଜରୁରୀ। ଓଡ଼ିଶାରେ ନିଶାଦ୍ରବ୍ୟ ସେବନର ପରିମାଣ ମାତ୍ରାଧିକ ଓ ମୁଖକର୍କଟ ରୋଗ ଘଟଣା ଦେଶରେ ସର୍ବାଧିକ ବୋଲି ନିଶାମୁକ୍ତ ଭାରତ ଅଭିଯାନର ରାଜ୍ୟ କମିଟି ବୈଠକରେ ମତ ପ୍ରକାଶ ପାଇଛି।

ଆଜି ପୂର୍ବାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରାଜ୍ୟ କମିଟି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଅଧ୍ୟକ୍ଷତା କରିଥିଲେ। କଟକ-ଭୁବନେଶ୍ୱର ପୋଲିସ୍‌ କମିଶନର ଶ୍ରୀ ସୌମେନ୍ଦ୍ର ପି୍ରୟଦର୍ଶୀ ବୈଠକରେ ଯୋଗଦେଇ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ନିଶାସେବନରୁ ବିରତ ରହିବାକୁ ବ୍ୟାପକ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି କହିଥିଲେ।

ସେ ଓଡ଼ିଶାରେ ନିଶାଦ୍ରବ୍ୟ ଜବତ ମାମଲାର ବିବରଣୀ ଉପସ୍ଥାପନା କ୍ରମେ ରାଜ୍ୟରେ ନିଶାଦ୍ରବ୍ୟ ସେବନକୁ ପ୍ରତିହତ କରିବା ନିମନ୍ତେ ସରକାରୀ ଓ ବେସରକାରୀ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ବ୍ୟାପକ ସଚେତନତା ନିମନ୍ତେ ସୋସିଆଲ ମିଡିଆ ଅଭିଯାନକୁ ଜୋରଦାର କରିବାକୁ ପରାମର୍ଶ ଦେଇ ଏହି ଅଭିଯାନରେ ସରକାରୀ ବିଭାଗ, ସେ୍ୱଚ୍ଛାସେବୀ ସଂଗଠନ, ଛାତ୍ର ଓ ଯୁବଗୋଷ୍ଠୀ, ଯୁବନେତୃତ୍ୱ, କ୍ରୀଡ଼ାବିତ୍‌ ଓ ନାଗରିକ ସମାଜର ସହଯୋଗ ଅପରିହାର୍ଯ୍ୟ ବୋଲି ଉଲ୍ଲେଖ କରିଥିଲେ।

ବୈଠକରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁବିକାଶ, ଅବାକରୀ, ପୋଲିସ୍‌, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିଭିନ୍ନ ସାମାଜିକ ଓ ସେ୍ୱଚ୍ଛାସେବୀ ସଂଗଠନ, ରାମକୃଷ୍ଣ ମିଶନର କର୍ମକର୍ତ୍ତା, ଆଇନ୍‌ଜୀବୀ ଓ ସମାଜକର୍ମୀ ସମବେତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ସହିତ ପ୍ରାକ୍ତନ ପ୍ରଶାସକ ଉଦ୍ଧବ କର, ଡ. ହାସାନ୍‌ ଇମାମ୍‌ ଖାନ୍‌, ମନସ୍ତତ୍ତ୍ୱବିତ୍‌ ଯଶୋବନ୍ତ ମହାପାତ୍ର, ସମାଜସେବୀ ସ୍ମୃତିଲେଖା ଦାସ, ଭୋଳାନାଥ ଜେନା, ସୁଧୀର ଦାଶ ପ୍ରମୁଖ ମଧ୍ୟ ମତାମତ ଉପସ୍ଥାପନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଚଳିତବର୍ଷ ତାହା ୩୦ଟି ଜିଲ୍ଲାକୁ ସଂପ୍ରସାରିତ ହୋଇଛି। ୧୦ଟି ଜିଲ୍ଲାରେ ସଚେତନତା ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସମେତ ପ୍ରାୟ ୫ ଶହ ପ୍ରମୁଖ ସେ୍ୱଚ୍ଛାସେବୀଙ୍କୁ ତାଲିମ୍‌ ପ୍ରଦାନ କରାଯାଇଛି। ନିଶାମୁକ୍ତି ଅଭିଯାନରେ ପ୍ରଭାବୀ ଓ ଦକ୍ଷ ସେ୍ୱଚ୍ଛାସେବୀଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ବୈଠକରେ ଯୋଗଦେଇଥିବା ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ।

ନିଶାମୁକ୍ତ ଭାରତ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ ଚୂଡ଼ାନ୍ତ SIR ଭୋଟର ତାଲିକା ପ୍ରକାଶ, ଯୋଡିହେଲେ ୧୪ ଲକ୍ଷ ନୂତନ ଭୋଟର

September 30, 2025

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025

ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା

September 30, 2025

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025
Latest News

ବିହାରରେ ଚୂଡ଼ାନ୍ତ SIR ଭୋଟର ତାଲିକା ପ୍ରକାଶ, ଯୋଡିହେଲେ ୧୪ ଲକ୍ଷ ନୂତନ ଭୋଟର

September 30, 2025

ଡାକ ବିଭାଗର ବଡ଼ ପଦକ୍ଷେପ: ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

September 30, 2025

ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା

September 30, 2025

ପାକିସ୍ତାନର କ୍ୱେଟାରେ ବଡ଼ ଆତ୍ମଘାତୀ ଆକ୍ରମଣ: ବୋମା ବିସ୍ଫୋରଣରେ ୧୩ ମୃତ, ୩୩ ଆହତ

September 30, 2025

“ଆମେ ପ୍ରବଳ ଅନ୍ତର୍ଜାତୀୟ ଚାପରେ ଥିଲୁ”: ମୁମ୍ବାଇ ଆକ୍ରମଣ ଉପରେ ଚିଦାମ୍ବରମଙ୍କ ବଡ଼ ଖୁଲାସା

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.