Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁରକ୍ଷା ତ୍ରୁଟିକୁ ନେଇ ସଂସଦରେ ହଙ୍ଗାମା: କେନ୍ଦ୍ରକୁ ସମାଲୋଚନା କଲା କଂଗ୍ରେସ
ଜାତୀୟ ଖବର

ସୁରକ୍ଷା ତ୍ରୁଟିକୁ ନେଇ ସଂସଦରେ ହଙ୍ଗାମା: କେନ୍ଦ୍ରକୁ ସମାଲୋଚନା କଲା କଂଗ୍ରେସ

December 14, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ନବମ ଦିନର କାର୍ଯ୍ୟ ଆରମ୍ଭ ହେବାମାତ୍ରେ ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରିଥିଲେ। ରାଜ୍ୟସଭାରେ ଟିଏମସି ସାଂସଦ ଡେରେକ୍ ଓ’ବ୍ରାଏନ୍ ଗୃହକୁ ଆସିବା ପରେ ଅଧ୍ୟକ୍ଷ ଜଗଦୀପ ଧନଖର କ୍ଷୁବ୍ଧ ହୋଇଥିଲେ। ସେ ଡେରେକଙ୍କୁ ଗୃହ ଛାଡ଼ିବାକୁ କହିଥିଲେ। ଏହାପରେ ଡେରେକଙ୍କୁ ବାକି ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିଲା।

ସେହିପରି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସାଂସଦମାନେ ଏଭଳି ଲୋକଙ୍କୁ ସଂସଦରେ ପ୍ରବେଶ କରିବା ପାଇଁ ଯେପରି ପାସ ନ ଦିଅନ୍ତି ସେଥିପ୍ରତି ଯତ୍ନବାନ ହେବା ଉଚିତ, ଯେଉଁ କାରଣରୁ ଅରାଜକତା ବ୍ୟାପିବାର ଆଶଙ୍କା ରହିଛି। ବିରୋଧୀ ସାଂସଦଙ୍କ ହଙ୍ଗାମା ଭିତରେ ଲୋକସଭା ବାଚସ୍ପତି ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତଙ୍କୁ ସୁରକ୍ଷା ଦେବା ତାଙ୍କର ଦାୟିତ୍ୱ।

ଲୋକସଭା ଆରମ୍ଭ ହେବାମାତ୍ରେ ସାଂସଦମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ
ବାଚସ୍ପତି ଓମ୍ ବିର୍ଲା ଲୋକସଭାରେ ପହଞ୍ଚିବା ମାତ୍ରେ ସଂସଦର ସୁରକ୍ଷାକୁ ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଥିଲେ। ଓମ୍ ବିର୍ଲା ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ କହିଥିଲେ। ଗତକାଲି ଘଟିଥିବା ଘଟଣାକୁ ନେଇ ସମସ୍ତେ ଚିନ୍ତିତ, ଏହି ଘଟଣା ଦୁର୍ଭାଗ୍ୟଜନକ ଏବଂ ଏହା ଉପରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଲୋକସଭା ବାଚସ୍ପତି ହିସାବରେ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତାଙ୍କର ଦାୟିତ୍ୱ ବୋଲି ସେ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି।

ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ କହିଛନ୍ତି ଯେ ଗତକାଲିର ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ବାଚସ୍ପତି ଏହି ଘଟଣାକୁ ଗୁରୁତ୍ୱ ଦେଇଛନ୍ତି। ସଂସଦରେ ପ୍ରବେଶ କରିବା ପାଇଁ ଆମେ କାହାକୁ ପାସ୍ ଦେବୁ ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। ବିଶୃଙ୍ଖଳିତ ବାତାବରଣ ସୃଷ୍ଟି କରୁଥିବା ଲୋକଙ୍କୁ ପାସ୍ ନ ଦେବା ପାଇଁ ସାଂସଦମାନଙ୍କୁ ଯତ୍ନବାନ ହେବାକୁ ପଡ଼ିବ। ଭବିଷ୍ୟତରେ ସମସ୍ତ ସତର୍କତା ଅବଲମ୍ବନ କରାଯିବ।

ରାଜ୍ୟସଭାରେ ମଧ୍ୟ ଟିଏମସି ସାଂସଦଙ୍କୁ ରାଜ୍ୟସଭାରୁ ବହିଷ୍କାର କଲେ ଅଧ୍ୟକ୍ଷ

ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ। ସାଂସଦମାନେ ସଂସଦର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଡେରେକ୍ ଓ’ବ୍ରାଏନ୍ ଗୃହ ମଝିକୁ ଆସିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏହାକୁ ତୀବ୍ର ବିରୋଧ କରିଥିଲେ। ସେ ରାଜି ନ ହେବାରୁ ଅଧ୍ୟକ୍ଷ ତାଙ୍କୁ ତୁରନ୍ତ ଗୃହ ଛାଡ଼ିବାକୁ କହିଥିଲେ।

ଚେୟାରମ୍ୟାନ୍ ଡେରେକଙ୍କୁ କହିଲେ, ‘ତୁମେ କ’ଣ କରୁଛ? ତୁମେ ଅଧିକାର ଉଲ୍ଲଂଘନ କରୁଛ। ତୁମର ଆଚରଣ ଦେଖି ମୋ ମୁଣ୍ଡ ଲଜ୍ଜାରେ ନଇଁପଡ଼ୁଛି।’ ଏହାପରେ ସେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ମଧ୍ୟାହ୍ନ ୧୨ଟାରେ ଗୃହ ଆରମ୍ଭ ହେବାମାତ୍ରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିବେ ବିରୋଧୀ ଦଳ

ଡିସେମ୍ବର ୧୩ ତାରିଖରେ ସଂସଦରେ ସୁରକ୍ଷା ଉଲ୍ଲଂଘନକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ ଇଣ୍ଡି ମେଣ୍ଟର ନେତା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଚେମ୍ବରରେ ବୈଠକ ପରେ ବିରୋଧୀ ଦଳ ସଦସ୍ୟମାନେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍‍ ପାଇଁ ସମୟ ମାଗିବେ। ବିରୋଧୀ ଦଳମାନେ ମଧ୍ୟ ଏହି ପ୍ରସଙ୍ଗରେ ଉଭୟ ଗୃହରେ ଅମିତ ଶାହାଙ୍କ ବୟାନ ଦାବି କରିବେ।

ସୁରକ୍ଷା ତ୍ରୁଟିକୁ ନେଇ କେନ୍ଦ୍ରକୁ ସମାଲୋଚନା କଲା କଂଗ୍ରେସ

ସଂସଦର ସୁରକ୍ଷାରେ ତ୍ରୁଟି ନେଇ ମଙ୍ଗଳବାର କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ କହିଛନ୍ତି- ଏହା କେବଳ ଲୋକସଭା ଓ ରାଜ୍ୟସଭାର ପ୍ରଶ୍ନ ନୁହେଁ। ପ୍ରଶ୍ନ ଉଠୁଛି ଏତେ କଡ଼ା ସୁରକ୍ଷା ସତ୍ତ୍ୱେ ଦୁଇଜଣ କିପରି ଭିତରକୁ ପଶି ସୁରକ୍ଷା ଉଲ୍ଲଂଘନ କଲେ। ଅପରାହ୍ନ ୪ଟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ସଂସଦର ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଥିଲେ।

ଆଜି ୩ଟି ଅପରାଧିକ ବିଲ୍ ଉପରେ ବିତର୍କ ହେବ

ଏଠାରେ ଆଜି ଲୋକସଭାରେ ୩ଟି ନୂଆ ଅପରାଧିକ ବିଲ୍ ଉପରେ ଆଲୋଚନା ହେବାକୁ ଯାଉଛି। ଡିସେମ୍ବର ୧୫ ତାରିଖ ଶୁକ୍ରବାର ଭୋଟ୍ ଗ୍ରହଣ ହେବ। ଗତ ଡିସେମ୍ବର ୧୧ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ୩ଟି ପୁରୁଣା ଅପରାଧିକ ବିଲ୍ ପ୍ରତ୍ୟାହାର କରି ଆଗତ କରିଥିଲେ। ସେ କହିଛନ୍ତି ଯେ ପୁରୁଣା ବିଲ୍‍ର ୫ଟି ବିଭାଗକୁ ପରିବର୍ତ୍ତନ କରାଯାଇଛି। ଅଧିକାଂଶ ଉନ୍ନତି ବ୍ୟାକରଣ ଏବଂ ଭାଷା ସହିତ ଜଡ଼ିତ। ବାଚସ୍ପତି ଓମ୍ ବିର୍ଲା ୩ଟି ବିଲ୍ ଉପରେ ଆଲୋଚନା ପାଇଁ ମୋଟ ୧୨ ଘଣ୍ଟା ସମୟ ଦେଇଛନ୍ତି।

ଜଗଦୀପ ଧନଖର ଡେରେକ୍ ଓ'ବ୍ରାଏନ ଶୀତକାଳୀନ ଅଧିବେଶନ ସଂସଦ ସଂସଦରେ ହଙ୍ଗାମା ସୁରକ୍ଷା ତ୍ରୁଟି
Share. Facebook Twitter LinkedIn Email WhatsApp Copy Link

Related Posts

ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

July 24, 2025

ଆକର୍ଷଣୀୟ ଡିଜାଇନ୍‌ ଏବଂ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ସହିତ ମହିନ୍ଦ୍ରା XUV 3XO “REVX” ସିରିଜ୍ ଲଞ୍ଚ୍: ଜାଣନ୍ତୁ ମୂଲ୍ୟ 

July 24, 2025

ପରବର୍ତ୍ତୀ ଉପରାଷ୍ଟ୍ରପତି ବିଜେପିରୁ ହେବେ!, ସହଯୋଗୀ ଦେଲେ ସମର୍ଥନ: ଜାଣନ୍ତୁ ଅପଡେଟ୍

July 24, 2025

ସାବଧାନ!: ନିୟନ୍ତ୍ରଣ ବାହାରେ ଭାରତରେ ସାଇବର ଠକେଇ, ୨୦୨୪ ରେ ୨୨,୮୪୫ କୋଟି ଲୁଟ୍

July 24, 2025
Latest News

ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

July 24, 2025

ଆକର୍ଷଣୀୟ ଡିଜାଇନ୍‌ ଏବଂ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ସହିତ ମହିନ୍ଦ୍ରା XUV 3XO “REVX” ସିରିଜ୍ ଲଞ୍ଚ୍: ଜାଣନ୍ତୁ ମୂଲ୍ୟ 

July 24, 2025

ପରବର୍ତ୍ତୀ ଉପରାଷ୍ଟ୍ରପତି ବିଜେପିରୁ ହେବେ!, ସହଯୋଗୀ ଦେଲେ ସମର୍ଥନ: ଜାଣନ୍ତୁ ଅପଡେଟ୍

July 24, 2025

ବାଣପୁର: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି ଓ ସାମାଜିକ ସମୀକ୍ଷା 

July 24, 2025

ସାବଧାନ!: ନିୟନ୍ତ୍ରଣ ବାହାରେ ଭାରତରେ ସାଇବର ଠକେଇ, ୨୦୨୪ ରେ ୨୨,୮୪୫ କୋଟି ଲୁଟ୍

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.