Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ବିରେଧୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ, କହିଲେ ସେମାନେ ଚେଇଁ ଶୋଇଛନ୍ତି, ଉଠିପାରିବେ ନାହିଁ
ଜାତୀୟ ଖବର

ପୁଣି ବିରେଧୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ, କହିଲେ ସେମାନେ ଚେଇଁ ଶୋଇଛନ୍ତି, ଉଠିପାରିବେ ନାହିଁ

December 18, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ବିରେଧୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ, କହିଲେ ସେମାନେ ଚେଇଁ ଶୋଇଛନ୍ତି

ଭୁବନେଶ୍ୱର : ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ। କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ। ଆଜି କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଏମିତି କିଛି ତେରଛା ବାଣ ମାରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ବଳଦେବଜୀଉ ମନ୍ଦିର ନିକଟରେ ସାଧାରଣ ସଭାକୁ ଉଦବୋଧନ ଦେଇ ସେ ଏଭଳି କହିଛନ୍ତି। ରୂପାନ୍ତରଣର ଅର୍ଥ ବୁଝାଇବାକୁ ଯାଇ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଉଁଭଳି ଆଗକୁ ବଢ଼ିଛି ତା’ର ସବୁ ଉଦାହରଣ ଦେଇଥିଲେ ପାଣ୍ଡିଆନ। ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତୀକ ସମ୍ମାନ ମିଳିବା ରୂପାନ୍ତରଣର ଉଦାହରଣ ବୋଲି ସେ କହିଥିଲେ।

ତେବେ ଏଭଳି ରୂପାନ୍ତକରଣ କିଛି ଲୋକଙ୍କୁ ଦେଖାଯାଉନାହିଁ । ସେମାନେ ଆଖି ଥାଇ ଅନ୍ଧ। ଘରେ ଯେମିତି କିଛି ଛୁଆ ଶୋଇବାର ଅଭିନୟ କରିଥାଆନ୍ତି ଆଉ ଯେତେ ଉଠାଇଲେ ଉଠନ୍ତି ନାହିଁ , ଏମାନେ ମଧ୍ୟ ସେମିତି ଉଠି ନଥାନ୍ତି । ସେମାନଙ୍କୁ ସେମିତି ଶୋଇବାକୁ ଦିଆଯାଉ। ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅହରହ ପ୍ରୟାସ କରୁଛନ୍ତି ସେଥିପାଇଁ ସହଯୋଗ କରିବା ଦରକାର ବୋଲି ପାଣ୍ଡିଆନ କହିଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ବାବୁଙ୍କ କର୍ମଭୂମି ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାକୁ ବହୁତ ଭଲ ପାଆନ୍ତି। ସେଥିପାଇଁ କେନ୍ଦ୍ରାପଡ଼ର କେମିତି ଉନ୍ନତି ହେବ ସେନେଇ ବରାବର ଚେଷ୍ଟିତ। କେନ୍ଦ୍ରାପଡ଼ାରେ ବିଶ୍ୱର ସବୁଠୁ ବଡ଼ ପୁଞ୍ଜିନିବେଶ ହେବାକୁ ଯାଉଛି। ଆର୍ସେଲର ମିତ୍ତଲ ଓ ନିପ୍ପନ ଭଳି ସଂସ୍ଥା ସେମାନଙ୍କ କାରଖାନା ପ୍ରତିଷ୍ଠା କରିବା ପରେ ଜିଲ୍ଲାର ରୂପରେଖ ବଦଳିଯିବ। ଯୁବ ପିଢ଼ି ନିଯୁକ୍ତି ପାଇବେ।

ଜିଲ୍ଲାରୁ ଆସୁଥିବା ସବୁ ଦାବିକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି। ଜିଲ୍ଲାର ସବୁ ସ୍କୁଲ ଓ କଲେଜ ଆଗାମୀ ଦୁଇମାସ ସୁଦ୍ଧା ରୂପାନ୍ତରଣ ସରିବ। ପ୍ରାକୃତିକ ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର କିଭଳି ଦକ୍ଷତା ହାସଲ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନୀତି ସଂପର୍କରେ ପାଣ୍ଡିଆନ ଲୋକଙ୍କୁ ସୂଚନା ଦେଇଥିଲେ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ମୂଳମନ୍ତ୍ରକୁ ନେଇ ରାଜ୍ୟ ସରକାର ବିପର‌୍ୟ୍ୟୟ ମୁକାବିଲା କରୁଥିବା ସୂଚନା ଦେଇଥିଲେ। ୨୦୦୭ ମସିହାରୁ ଖାଦ୍ୟ ସୁରକ୍ଷା ଓ ଦାରିଦ୍ର‌୍ୟ ଦୂରୀକରଣ ଦିଗରେ ରାଜ୍ୟ ସରକାର କିଭଳି ଅହରହ ଉଦ୍ୟମ କରୁଛନ୍ତି ସେ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ। କୃଷି ଉତ୍ପାଦନ ଓ ଚାଷୀଙ୍କୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ପ୍ରତ୍ୟେକ ସମୟରେ ନୂଆନୂଆ ଯୋଜନା ହାତକୁ ନେଉଥିବା ମଧ୍ୟ କହିଥିଲେ।

ଏବେ ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ ବୋଲି କହିବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ବୋଲି କହିଥିଲେ। କ୍ରୀଡ଼ାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ସମଗ୍ର ବିଶ୍ୱ ତା’ର ସାକ୍ଷୀ ବୋଲି ପାଣ୍ଡିଆନ ମତବ୍ୟକ୍ତ କରିଥିଲେ। ଗୋଟେ ସମୟରେ ଦେବାଳିଆ ସ୍ଥିତିରେ ଥିବା ରାଜ୍ୟ ସରକାର ଏବେ କିଭଳି ରାଜସ୍ୱ ବଳକା ରାଜ୍ୟ ଭାବେ ନିଜକୁ ସମଗ୍ର ଦେଶରେ ପରିଚିତ କରାଇ ପ୍ରଶଂସା ସାଉଣ୍ଟିଛନ୍ତି ତାହା ସମସ୍ତେ ଜାଣନ୍ତି।

ବିଦେଶରୁ ପୁଞ୍ଜି ଆଣିବା, ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଈଝକଣ ଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପଦକ୍ଷେପ, ସ୍କୁଲ ଓ କଲେଜ ରୂପାନ୍ତରଣ, ଐତିହ୍ୟ ସ୍ଥଳୀ ଓ ମନ୍ଦିରର ରୂପାନ୍ତରଣ ହେଉଛି ନୂଆ ଓଡ଼ିଶା ଗଠନ ଦିଗରେ ଗୋଟିଏ ଗୋଟିଏ ପଦକ୍ଷେପ ବୋଲି ପାଣ୍ଡିଆନ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡ଼ା ଗସ୍ତ ବେଳେ ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟର ସମୀକ୍ଷା କରିବା ସହ ଚାଷୀ, ମିଶନ ଶକ୍ତି ଗ୍ରୁପ୍ ସଦସ୍ୟା ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ୫ଟି ଅଧ୍ୟକ୍ଷ। ବିଭିନ୍ନ ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟ ବିକାଶର ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଛନ୍ତି।

ରାଜନଗରର ଦକ୍ଷିଣଡିହା ଠାରୁ କେରଡ଼ାଗଡ଼ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ପୋଲ ନିର୍ମାଣ କାମର ସମୀକ୍ଷା କରିଥିଲେ ୫ଞ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୫୯ କୋଟି ୮୭ ଲକ୍ଷ ବ୍ୟୟରେ ନିର୍ମାଣାଧୀନ ଏହି କାମ ପାଇଁ ଗତବର୍ଷ ଏପ୍ରିଲ ମାସରେ ୫ଞ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂପୃକ୍ତ ଅଞ୍ଚଳ ଗସ୍ତ କରିଥିବା ବେଳେ ସ୍ଥାନୀୟ ଲୋକମାନେ ଦାବି କରିଥିଲେ । ଲୋକଙ୍କ ଦାବିର ୬୦ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

କେରଡ଼ାଗଡ଼ ଠାରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନତି ୩ କୋଟି ୩ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ୫ଞ ଅଧ୍ୟକ୍ଷ ଘୋଷଣା କରିବା ସହ ମନ୍ଦିରର ପୂଜକ ଓ ଭକ୍ତଙ୍କ ସହିତ ଗତ ଏପ୍ରିଲ ମାସରେ ୫ଞ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କେରଡ଼ାଗଡ଼ ମନ୍ଦିର ଗସ୍ତ ବେଳେ ସ୍ଥାନୀୟ ଲୋକମାନେ ଏହି ମନ୍ଦିରର ଉନ୍ନତି ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲେ।

କେରଡ଼ାଗଡ଼ ପରେ ୫ଟି ଅଧ୍ୟକ୍ଷ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେଇଥିଲେ। ଗୋପାଳପୁର ଛକ, ମଦନପୁର ଛକ, ପଟ୍ଟାମୁଣ୍ଡାଇ ଆଇବି ଛକ, ଗୋଗୁଆ, ତିନିମୁହାଣୀ ଓ ଇଛାପୁର ଠାରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଶେଷରେ କେନ୍ଦ୍ରାପଡାର ବଳଦେବଜୀଉଙ୍କୁ ଦର୍ଶନ କରିବା ସହ ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ଏହି ଗସ୍ତ ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହି ଗସ୍ତ ସମୟରେ ସାତଭାୟା ପାଇଁ ୨୨ କୋଟି ୫୦ ଲକ୍ଷ, ବାୟାବାବା ମଠ ପାଇଁ ୪ କୋଟି ୯୫ ଲକ୍ଷ, କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୩ କୋଟି ୩ ଲକ୍ଷ, ପଞ୍ଚୁବରାହୀ ମନ୍ଦିର ପାଇଁ ୪ କୋଟି ୯୫ ଲକ୍ଷ, ପଟ୍ଟାମୁଣ୍ଡାଇ ହାୟର ସେକେଣ୍ଡାରୀ ସ୍କୁଲ ଓ କଲେଜ ପାଇଁ ୨ କୋଟି ୨୫ ଲକ୍ଷ, ରାଜନଗରରେ ଥିବା ଶ୍ରୀଜଗନ୍ନାଥ ହାୟର ସେକେଣ୍ଡାରୀ ସ୍କୁଲ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ମଂଜୁର ହୋଇଥିବା ସୂଚନା ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଫେବ୍ରୁଆରୀ ମାସ ସୁଦ୍ଧା ଲକ୍ଷ୍ମୀ ବସ୍ ଗଡ଼ିବ ବୋଲି ସେ ସୂଚନା ଦେଇଥିଲେ । ପାଣ୍ଡିଆନଙ୍କ ଏହି ଗସ୍ତ ବେଳେ ଜିଲ୍ଲାର ବିଭିନ୍ନ ଜନ ପ୍ରତିନିଧି, ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ।

କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରାପଡା ପାଣ୍ଡିଆନ ଭିକେପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025
Latest News

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ: ପଢନ୍ତୁ ତାଲିକା

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.