Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କାଶ୍ମୀରରେ ଆତଙ୍କବାଦୀ ଘଟଣା କମିଛି, କିନ୍ତୁ ଯବାନଙ୍କ ବଳିଦାନ ଥମିନାହିଁ
ଜାତୀୟ ଖବର

କାଶ୍ମୀରରେ ଆତଙ୍କବାଦୀ ଘଟଣା କମିଛି, କିନ୍ତୁ ଯବାନଙ୍କ ବଳିଦାନ ଥମିନାହିଁ

December 22, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
କାଶ୍ମୀରରେ ଆତଙ୍କବାଦୀ ଘଟଣା କମିଛି, କିନ୍ତୁ ଯବାନଙ୍କ ବଳିଦାନ ଥମିନାହିଁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଗୁରୁବାର ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ି ଉପରକୁ ଆକ୍ରମଣ କରି ୩ ଜଣ ଯବାନଙ୍କୁ ଆହତ କରିଥିଲେ। ଗତ ମାସରେ ଏହି ଘଟଣା ଘଟିଥିଲା ଯେତେବେଳେ ସୁରକ୍ଷା ବାହିନୀ ଦୁଇ କ୍ୟାପଟେନଙ୍କ ସମେତ ୫ ଜଣ ଯବାନଙ୍କୁ ହରାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରୁ ଭେରା ରାସ୍ତାରେ ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଅଭିଯାନକୁ ଜୋରଦାର କରିବାକୁ ଯାଉଥିବାବେଳେ ଅପରାହ୍ନ ପ୍ରାୟ ୩ଟା ୪୫ମିନିଟରେ ଯବାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ରାଜୌରୀ ଓ ପୁଞ୍ଚ ଜିଲ୍ଲା ସୀମାରେ ଥିବା ସୁରନକୋଟ ଥାନା ଅନ୍ତର୍ଗତ ଧତ୍ୟାର କି ଗଲି ଏବଂ ବୁଫ୍ଲିୟାଜ୍ ମଧ୍ୟରେ ଧତ୍ୟାର ମୋଡ଼ଠାରେ ଏହି ଆକ୍ରମଣ ହୋଇଥିଲା।

ଆକ୍ରମଣ ପାଇଁ ପିଏଫଏ ନିଜକୁ ଦାୟୀ କରିଛି

ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ବିଶ୍ୱସନୀୟ ସୂଚନା ଆଧାରରେ ବୁଧବାର ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଲୁଚି ରହିଥିବା ଆତଙ୍କବାଦୀମାନେ ସର୍ଚ୍ଚ ପାର୍ଟି ଉପରକୁ ଗୁଳି ଚଳାଇଥିଲେ, ଯାହାପରେ ଜବାବରେ ଗୁଳି ବିନିମୟ ହୋଇଥିଲା।

ଘଟଣାସ୍ଥଳରେ ଅତିରିକ୍ତ ଫୋର୍ସ ପହଞ୍ଚିବା ପରେ ଆତଙ୍କବାଦୀମାନେ ଏକ ଟ୍ରକ୍ ଓ ମାରୁତି ଜିପ୍ସି ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପାକିସ୍ତାନ ସମର୍ଥିତ ଜୈଶ-ଏ-ମହମ୍ମଦର ଶାଖା ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଫଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ନିଷିଦ୍ଧ ପିଏଏଫ ମଧ୍ୟ ଏପ୍ରିଲ ଆକ୍ରମଣରେ ନିଜକୁ ଦାୟୀ କରିଥିଲା।

ରାଜ୍ୟସଭାରେ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଭାରତ ସରକାର ୯ଅଗଷ୍ଟ ୨୦୨୩ରେ କହିଥିଲେ ଯେ ଗତ ପାଞ୍ଚବର୍ଷ ମଧ୍ୟରେ ଲଦାଖରେ ଗୋଟିଏ ବି ଆତଙ୍କବାଦ ଘଟଣା ରେକର୍ଡ ହୋଇନାହିଁ। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହକୁ ଦେଇଥିବା ରିପୋର୍ଟ ଅନୁଯାୟୀ, ୨୦୨୩ ଜୁଲାଇ ୩୧ ତାରିଖ ସୁଦ୍ଧା ଜମ୍ମୁ-କଶ୍ମୀରରେ ଆତଙ୍କବାଦ ସମ୍ବନ୍ଧୀୟ ଘଟଣାର ଏହା ତଥ୍ୟ ଥିଲା।

ଜାମ୍ମୁ କାଶ୍ମୀରରେ କିଛି ବଡ଼ ଧରଣର ଆତଙ୍କବାଦୀ ଘଟଣା

• ୨୧ ଡିସେମ୍ବର ୨୦୨୩, ୪ ଯବାନ ସହିଦ ହୋଇଛନ୍ତି। ପୁଞ୍ଚରେ ସେନାର ଦୁଇଟି ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି।

• ୨୨ରୁ ୨୩ ନଭେମ୍ବର ୨୦୨୩: ରାଜୌରୀରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ଦୁଇ କ୍ୟାପଟେନଙ୍କ ସମେତ ୫ ଯବାନ ସହିଦ।

• ୧୩ ସେପ୍ଟେମ୍ବର ୨୦୨୩: ରାଜୌରୀରେ ଆତଙ୍କବାଦ ବିରୋଧୀ ଅଭିଯାନବେଳେ ଜଣେ ସୈନିକ ସହିଦ।

• ୫ ମେ ୨୦୨୩: ରାଜୌରୀରେ ଆତଙ୍କବାଦୀ ଆଇଇଡି ବିସ୍ଫୋରଣ କରିବାରୁ ୫ ପାରା କମାଣ୍ଡୋ ସହିଦ।

• ୨୦ ଏପ୍ରିଲ ୨୦୨୩: ପୁଞ୍ଚ ଜିଲ୍ଲାର ମେନ୍ଧର ତହସିଲରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ସହିଦ।

• ୧୧ ଅଗଷ୍ଟ ୨୦୨୨: ରାଜୌରିର ପାର୍ଗାଲରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ।

• ୧୪ ଅକ୍ଟୋବର ୨୦୨୧: ପୁଞ୍ଚ ଜିଲ୍ଲାର ମେନ୍ଧର ତହସିଲରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ଜେସିଓଙ୍କ ସମେତ ୪ ଜଣ ଯବାନ ସହିଦ ।

• ୧୧ ଅକ୍ଟୋବର ୨୦୨୧: ପୁଞ୍ଚ ଜିଲ୍ଲାର ସୁରନକୋଟର ଚାର୍ମର ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ଜେସିଓଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ ।

ଘଟଣା କମିଛି କିନ୍ତୁ ଶେଷ ହୋଇନାହିଁ

ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଧାରା-୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଘଟଣା ଏବଂ ମୃତ୍ୟୁ ସଂଖ୍ୟାରେ ବ୍ୟାପକ ହ୍ରାସ ଘଟିଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଭାରତୀୟ ବେସାମରିକ ପ୍ରତିରକ୍ଷା ସଂହିତା (ବିଏନଏସଏସ୍) ଏବଂ ଭାରତୀୟ ପ୍ରମାଣ ବିଲ୍ (ବିଏସ୍ଏଭି) ଉପରେ ଆଲୋଚନା ସମୟରେ ସେ ଲୋକସଭା ଏବଂ ରାଜ୍ୟସଭାରେ କହିଥିଲେ ଯେ ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହେବା ପରଠାରୁ ଆତଙ୍କବାଦୀ ଘଟଣା ୬୩ ପ୍ରତିଶତ ହ୍ରାସ ପାଇଛି ଏବଂ ମୃତ୍ୟୁ ସଂଖ୍ୟା ପ୍ରାୟ ୭୫ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ଆତଙ୍କବାଦୀଙ୍କୁ କାହିଁକି ସମ୍ପୂର୍ଣ୍ଣ ନିପାତ କରାଯାଇପାରୁ ନାହିଁ ?

crpf Jammu and Kashmir ଆତଙ୍କବାଦୀ କାଶ୍ମୀର
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ପୁଣି କେନ୍ଦ୍ରର ବଡ଼ ନିଷ୍ପତ୍ତି: ୩ ରାଜ୍ୟରେ ଅକ୍ଟୋବର ୧ରୁ ବଢ଼ିଲା AFSPA ଅବଧି

September 26, 2026
Latest News

ହୀରାକୁଦର ଖୋଲିଲା ଆଉ ୫ଟି ଗେଟ୍: ମୋଟ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

September 26, 2026

ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ

September 26, 2026

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.