Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Video News: ବହୁ ବିବାଦ ପରେ ସ୍ପଷ୍ଟିକରଣ ଦେଲେ କାମିୟା ଜାନି, କହିଲେ ମୁଁ ଗୋମାଂସ ଖାଏ ନାହିଁ
ଜାତୀୟ ଖବର

Video News: ବହୁ ବିବାଦ ପରେ ସ୍ପଷ୍ଟିକରଣ ଦେଲେ କାମିୟା ଜାନି, କହିଲେ ମୁଁ ଗୋମାଂସ ଖାଏ ନାହିଁ

December 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Video News: ବହୁ ବିବାଦ ପରେ ସ୍ପଷ୍ଟିକରଣ ଦେଲେ କାମିୟା ଜାନି, କହିଲେ ମୁଁ ଗୋମାଂସ ଖାଏ ନାହିଁ

ଭୁବନେଶ୍ବର: ଦୀର୍ଘଦିନ ଧରି ଓଡିଶା ରାଜନୀତିରେ ୟୁଟ୍ୟୁବର କାମିୟା ଜାନିଙ୍କୁ ନେଇ ଚାଲିଥିବା ବିବାଦ ପରେ ସେ ସ୍ପଷ୍ଟିକରଣ ଦେଇଛନ୍ତି। ସେ ଏକ ଭିଡିଓ ଜାରୀ କରି ଏହାର ସ୍ପଷ୍ଟି କରଣ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଗୋମାଂସ ଭକ୍ଷଣ କରେ ନାହିଁ କି ଏହାର ପ୍ରଚାର ପ୍ରସାର କରେ ନାହିଁ।

ସେ କହିଛନ୍ତି ଯେ, ମୋ ନାମରେ ବିଭିନ୍ନ କଥା କୁହାଯାଉଛି। ହେଲେ ମୁଁ କହି ରଖେ ଯେ, ମୁଁ ହେଉଛି ଜଣେ ୟୁଟ୍ୟୁବର, ମୁଁ ଭାରତୀୟ ସଂସ୍କୃତି ଐତିହ୍ୟ ଏବଂ ଖାଦ୍ୟକୁ ପ୍ରଚାରପ୍ରସାର କରେ। ମୋତେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ମୋତେ ବ୍ରାଣ୍ଡ ଆମ୍ବାସଡର ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି। ମୋର ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ପ୍ରଂଶସା କରିଛନ୍ତି।

ସାରା ଭାରତ ଭ୍ରମଣ ମଧ୍ୟରେ ମୋର ଜଗନ୍ନାଥ ମନ୍ଦିର ଦର୍ଶନ କରିବାରେ ଇଚ୍ଛା ଥିଲା। ସେଠାରେ ଚାଲିଥିବା ପରିକ୍ରମା ପ୍ରକଳ୍ପ ଉପରେ ଭିଡିଓ କରିବାର ଥିଲା। ସେଥିପାଇଁ ପୁରୀ ଯାଇ ସୁଟିଂ କରିଥିଲି। ଉଦ୍ଦେଶ୍ୟ ଥିଲା ପରିକ୍ରମା ପ୍ରକଳ୍ପକୁ ସାରା ବିଶ୍ବ ଅବଗତ ହେଉ। ମୁଁ ଜାଣେ ଯେ, ମନ୍ଦିର ପ୍ରଶାସନର କେତେକ କଟକଣା ରହିଛି। ହେଲେ ମୁଁ ଭିଡିଓ ସୁଟିଂ ଭିତରେ କୌଣସି ପ୍ରକାରର ନିୟମ ଭଙ୍ଗ କରି ନାହିଁ।

ସେ ଆହୁରି କହିଛନ୍ତି ଯେ, ଆପଣମାନଙ୍କୁ କହି ରଖେ ଯେ, ମୁଁ ହେଉଛି ଜଣେ ପ୍ରାକ୍ଟିସିଂ ହିନ୍ଦୁ। ମୁଁ କେବେ ଗୋମାଂସ ଖାଇ ନାହିଁ କି ଏହାର କେବେ ପ୍ରଚାର କରି ନାହିଁ। ଯେଉଁ ଭିଡିଓର ସ୍କ୍ରିନ ସର୍ଟ ବ୍ୟବହାର କରି ବିଫ୍ ଖାଇବା କଥା କୁହାଯାଉଛି ତାହା ଭୁଲ। ଏହାପରେ ସେ ସେହି ଭିଡିଓଟି ଦେଖାଇଛନ୍ତି। ସେଥିରେ ସେ କହିଛନ୍ତି ଯେ, ଦୁଇଜଣ ଡ୍ରାଇଭର ଖାଇବାକୁ ଆସିଥିଲେ ସେମାନେ ବିଫ ମଗାଇଛନ୍ତି ବୋଲି କୁହାଯାଇଛି। ଏହାକୁ ନେଇ ମୋର ଅପ୍ରଚାର କରାଯାଉଛି।

ସେଦିନ ମୁଁ କଡିଲା କରି ଯାହା କଳା ଚଣାରେ ପ୍ରସ୍ତୁତ ଏବଂ ଏକ ଭିନ୍ନ ପ୍ରକାରର ଉପମା ଖାଇଥିଲି। ଏଥିସହିତ ପାଜମ ପୁରୀ ଯାହା କଦଳି ପକୋଡା ତାହା ଖାଇଥିଲି। ତାହାର ହିସାବ ମଧ୍ୟ ଦେଇଥିଲି। ମୁଁ ଯେଉଁଠାକୁ ଯାଏ ସେଠାକାର ସ୍ଥାନୀୟ ଖାଦ୍ୟ ସଂପର୍କରେ ମୁଁ ଲୋକଙ୍କୁ ଅବଗତ କରାଇଥାଏ। ସେହିପରି କେରଳରେ ମଧ୍ୟ କରିଥିଲି ବୋଲି କାମିୟା ଜାନି କହିଛନ୍ତି।

https://thesamikhsya.com/odia/wp-content/uploads/2023/12/Jani.mp4

ସେ କହିଛନ୍ତି ଯେ, ଜଗନ୍ନାଥ ପୁରୀ ଭିଡିଓକୁ ନେଇ ଯେଉଁମାନେ ବିବାଦ ସୃଷ୍ଟି କରିଛନ୍ତି ସେମାନେ ବର୍ତ୍ତମାନ ସତ କଣ ତାହା ନିଶ୍ଚିତ ଜାଣିପାରିବେ। ଆଶା କରୁଛି ଏ ନେଇ ଆଉ କୌଣସି ବିବାଦ ସୃଷ୍ଟି ହେବ ନାହିଁ ବୋଲି କାମିୟା କହିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

February 17, 2026

2026 T20 ବିଶ୍ୱକପ: ଆଜି ସୁପର 8 ପାଇଁ ସ୍ଥାନ ସୁରକ୍ଷିତ କରିପାରନ୍ତି ଏହି ଦୁଇଟି ଦଳ

February 17, 2026

ଆଜି ପୁଣି କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 17, 2026
Latest News

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

February 17, 2026

2026 T20 ବିଶ୍ୱକପ: ଆଜି ସୁପର 8 ପାଇଁ ସ୍ଥାନ ସୁରକ୍ଷିତ କରିପାରନ୍ତି ଏହି ଦୁଇଟି ଦଳ

February 17, 2026

ଆଜି ପୁଣି କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.