Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପରିକ୍ରମା ପ୍ରକଳ୍ପକୁ ଜାନକୀବାବୁ, ବିଜୁବାବୁ ମଧ୍ୟ କରିବାକୁ ଚାହିଁଥିଲେ, ହେଲେ କରିପାରି ନ ଥିଲେ, କାହିଁକି?

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଏକଦା ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ କରିବାକୁ ଚାହିଁଥିଲେ। ହେଲେ ସେମାନେ କରିପାରି ନ ଥିଲେ। ତାହାର କାରଣ ହେଲା ଜଗନ୍ନାଥ କୌଣସି କାମ କରିବାକୁ ହେଲେ କାଳେ ବିଭ୍ରାଟ ହେଲେ ସରକାର ଭାଙ୍ଗିଯିବାର ଭୟ ରହିଥିଲା। ସେଥିପାଇଁ ସେମାନେ ଏହାକୁ କରିବା ପାଇଁ ଚାହିଁ ନ ଥିଲେ ବୋଲି କହିଛନ୍ତି 5ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଗତକାଲି ଭୁବନେଶ୍ବରର ଏକ ତାରକା ହୋଟେଲରେ ଆୟୋଜିତ ସହରାଞ୍ଚଳ ବିକାଶ ସମ୍ମିଳନୀରେ ଯୋଗଦେଇ କାର୍ତ୍ତିକ ପାଣ୍ଡିଆନ ବହୁ ତଥ୍ୟ ପଦାକୁ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଆରମ୍ଭ କରିବା ବେଳେ ସେହିପରି ବାଧାର ସମ୍ମୁଖୀନ ହୋଇଥିଲେ। ବହୁ ରାଜନେତା ତଥା ପ୍ରତିଷ୍ଠିତ ବ୍ୟକ୍ତି ଏଥିରେ ହାତ ନ ମାରିବା ପାଇଁ କହିଥିଲେ। ଏହା ଦ୍ବାରା ସରକାର ଭାଙ୍ଗିଯିବ ବୋଲି ସେମାନେ ସତର୍କ କରାଇଥିଲେ।

ହେଲେ ମୁଖ୍ୟମନ୍ତ୍ରୀ ତାହାକୁ ଭ୍ରୁକ୍ଷେପ ନ କରି ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ, ଲୋକଙ୍କ ଆର୍ଶିବାଦରେ ପାଞ୍ଚଥର ଶାସନ କ୍ଷମତାକୁ ଆସିଛି। ମୁଁ ଯଦି ଜଗନ୍ନାଥଙ୍କ କାମ ନ କରିବ ଆଉ କିଏ କରିବ ବୋଲି ପ୍ରଶ୍ନ କରିଥିଲେ। ଯଦି ମୋର ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିବ ପଡୁ ପଛେ କାମ ଆରମ୍ଭ କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ପରିକ୍ରମା ପ୍ରକଳ୍ପର ସମସ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାହା ହୋଇଛି ତାହା ଗତ ସାତଶହ ବର୍ଷ ମଧ୍ୟରେ ହୋଇ ନ ଥିଲା। ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଗନ୍ନାଥଙ୍କ ପ୍ରତି ଅଗାଢ ଭକ୍ତି ସହିତ ସତସାହସ ଯୋଗୁଁ ଏହା ସମ୍ଭବ ହୋଇପାରିଲା ବୋଲି ପାଣ୍ଡିଆନ କହିଥିଲେ। ବର୍ତ୍ତମାନ ବିଶ୍ବର କୋଟିକୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତ ଏହି ପ୍ରକଳ୍ପକୁ ପ୍ରଶଂସା କରିବାରେ ଲାଗିଛନ୍ତି। ଜଗନ୍ନାଥଙ୍କ ଆର୍ଶିବାଦ ବିନା ଏତେବଡ କାର୍ଯ୍ୟ କେବେ ସମ୍ଭବ ହୋଇ ନ ଥାଆନ୍ତା ବୋଲି ପାଣ୍ଡଆନ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜାଣନ୍ତୁ ଏହା ପଛରେ ଥିବା ତିନି ମୁଖ୍ୟ ବିନ୍ଧାଣୀଙ୍କ କଥା

ଭୁବନେଶ୍ବର: ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଦୀର୍ଘ ୪ ବର୍ଷର ପରିଶ୍ରମ ପରେ ଶେଷରେ ପୂର୍ଣ୍ଣ ରୂପରେଖ ନେଲା ଏହି ପ୍ରକଳ୍ପ। ଯେଉଁଥିରେ ପ୍ରାୟ ଆଠଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ବରୁ ଯେଉଁମାନେ ପୁରୀ ଯାଇଥିବେ ଏବଂ ଯଦି ବର୍ତ୍ତମାନ ଯିବେ, ତେବେ ଦେଖିବେ କଣ ରହିଛି ପାର୍ଥକ୍ୟ। କଣ ମିଳୁଛି ଅନୁଭବ।

ତେବେ ଏହା ପଛରେ ବା ଏହାର ପରିକଳ୍ପନା କରିବାରେ ମୁଖ୍ୟତଃ ତିନି ଜଣଙ୍କର ପ୍ରମୁଖ ଭୂମିକା ରହିଛି। କାରଣ ସେମାନଙ୍କର ସହଯୋଗ ବା ମନବୋଳ ନ ଥିଲେ ଏତେ ବଡ ପ୍ରକଳ୍ପ ପରିକଳ୍ପନା କରିବା ବା ସମ୍ଭବ କରାଇବା ସହଜ ହୋଇ ନ ଥାଆନ୍ତା। ସେହି ତିନିଜଣ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ଦିବ୍ୟସିଂହ ଦେବ ଏବଂ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ନବୀନ ପଟ୍ଟନାୟକ

ଏହି ବୃହତ ପରିକ୍ରମା ପ୍ରକଳ୍ପର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ସେ ହିଁ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ। ଏହି ଶ୍ରୀମନ୍ଦିର କିପରି ଭକ୍ତଙ୍କୁ ବହୁତ ସୁବିଧା ପ୍ରଦାନ କରିବ ସେ ନେଇ ସେ ଚିନ୍ତିତ ଥିଲେ। ଆଉ ତାହାରି ରୂପରେଖ ହେଉଛି ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।

୨୦୨୦ ମସିହା ଜାନୁୟାରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ଏହି ପରିକ୍ରମା ପ୍ରକଳ୍ପର ପୁରୀ ନକ୍ସାକୁ ଅନୁଧ୍ୟାନ କରି ଅନୁମୋଦନ ପ୍ରଦାନ କରିଥିଲେ। ସେହି ଅନୁସାରେ ପ୍ରକଳ୍ପର ଶୁଭାରମ୍ଭ କରିବା ପାଇଁ ଆରମ୍ଭ ହେଲା ଯୋଜନା। ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଭୂମିପୂଜନ କରିଥିଲେ।

ପରିକ୍ରମା ପ୍ରକଳ୍ପର ପ୍ରମୁଖ ବିନ୍ଧାଣୀ ଗଜପତି ଦିବ୍ୟସିଂହ ଦେବ

ଏହି ପ୍ରକଳ୍ପର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ହେଉଛନ୍ତି ଗଜପତି ଦିବ୍ୟସିଂହ ଦେବ। ଯାହାଙ୍କର ବିନା ସହଯୋଗରେ ଏତେବଡ ପ୍ରକଳ୍ପ ହେବା ସମ୍ଭବ ହୋଇ ନ ଥାଆନ୍ତି। ଜଗନ୍ନାଥଙ୍କର ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜା। ତାଙ୍କର ଅନୁମୋଦନ ଏବଂ ପରାମର୍ଶ କ୍ରମେ ନିର୍ମାଣ ହୋଇପାରିଛି ଏହି ପରିକ୍ରମା ପ୍ରକଳ୍ପ।

ଗଜପତି ମହାରାଜା ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟର ମୁଖ୍ୟ। ଏହି କାର୍ଯ୍ୟଟି ସଂପୂର୍ଣ୍ଣ ଶ୍ରୀମନ୍ଦିର ପରିଚାଳନା କମିଟର ପ୍ରତ୍ୟେକ୍ଷ ତତ୍ବାବଧାନରେ ନିର୍ମାଣ ଚାଲିଥିଲା। ସେଥିପାଇଁ ଗଜପତି ମହାରାଜା କମିଟର ମୁଖ୍ୟ ଭାବେ ଏହି ପ୍ରକଳ୍ପର ମୁଖ୍ୟ ପୁରୋଧା ମଧ୍ୟ ଥିଲେ। ସେହିପରି ଗଜପତି ମହାରାଜା କର୍ତ୍ତା ସାଜି ପ୍ରକଳ୍ପର ସମସ୍ତ ପୂଜାବିଧି କାର୍ଯ୍ୟ ସଂପର୍ଣ୍ଣ କରିଥିଲେ।

ପରିକ୍ରମା ପ୍ରକଳ୍ପର ପ୍ରଧାନ ବିନ୍ଧାଣୀ କାର୍ତ୍ତିକ ପାଣ୍ଡିଆନ

ଏହି ପ୍ରକଳ୍ପର ପ୍ରକୃତ ତଥା ପ୍ରଧାନ ବିନ୍ଧାଣୀ ଥିଲେ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପ୍ରକଳ୍ପର ରୂପରେଖ ପ୍ରସ୍ତୁତଠାରୁ ଆରମ୍ଭ କରି ଡିଜାଇନିଂ ଏବଂ ନିର୍ମାଣ କାର୍ଯ୍ୟ ପାଣ୍ଡିଆନଙ୍କ ଦ୍ବାରା ତଦାରଖ କରାଯାଇଥିଲା। କାରଣ ତାଙ୍କର ତୀକ୍ଷ୍ମ ବୁଦ୍ଧି ଯୋଗୁଁ ଆଜି ଏହି ପ୍ରକଳ୍ପ ବିଶ୍ବ ଦରବାରରେ ସୁପ୍ରତିଷ୍ଠିତ ହୋଇପାରିଛି।

ଦୀର୍ଘ ୪ ବର୍ଷ ଧରି ଚାଲିଥିବା ଏହି ପ୍ରକଳ୍ପକୁ ତଦାରଖ କରିବା ପାଇଁ ପାଣ୍ଡିଆନ ପ୍ରତି ଶନିବାର ଦିନ ପୁରୀ ଗସ୍ତ କରୁଥିଲେ। ସେ ପ୍ରଥମେ ଶ୍ରୀଜୀୟୁଙ୍କୁ ଦର୍ଶନ କରିବା ସହିତ ମନ୍ଦିର ଚାରିପଡେ ବୁଲି ଏହି କାର୍ଯ୍ୟର ସମୀକ୍ଷା କରୁଥିଲେ।

ତେବେ ପାଣ୍ଡିଆନଙ୍କ ବଡ ପଦକ୍ଷେପ ହେଉଛି ଶ୍ରୀମନ୍ଦିର ଚାରିପଟୁ ବିଭିନ୍ନ ନିର୍ମାଣକୁ ହଟାଇବା। ପ୍ରାଚୀନ ଯୁଗରୁ ରହିଥିବା ଏହି ମଠ ଏବଂ ଘରକୁ ବିନା କୌଣସି ବାଧାବିଘ୍ନରେ ତାହାକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ ପାଣ୍ଡିଆନ।

Categories
ଆଞ୍ଚଳିକ

ଚିଲିକାରେ ଏଲଇଡି ସ୍କ୍ରିନ ଯୋଗେ ପ୍ରଦର୍ଶିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ

ଚିଲିକା (ସୀତାରାମ ଅଗ୍ରୱାଲ): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଧିବଦ୍ଧ ଭାବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବାବେଳେ ସାରା ରାଜ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି ହେବାସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ଲୋକାର୍ପଣ ଉତ୍ସବକୁ ପ୍ରତିଟି ଜନସାଧାରଣଙ୍କ ଭାବନା, ଧାର୍ମିକ ଚିନ୍ତାଧାରା ଉଦଜିବିତ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ଲକ ସମେତ ସମସ୍ତ ପଞ୍ଚାୟତରେ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ଚିଲିକା ବିଡ଼ିଓ ଜଗଦୀଶ ଷଡଙ୍ଗୀଙ୍କ ନେତୃତ୍ୱରେ ଚିଲିକା ବ୍ଲକ କାର୍ଯ୍ୟାଳୟ ଠାରେ ଏବଂ ବାଣପୁର ବିଡିଓ ଶୀତଲ ଅଗ୍ରୱାଲଙ୍କ ନେତୃତ୍ୱରେ ସହିଦ କୃତିବାସ ଟାଉନ ହଲ ଠାରେ ଏଲଇଡି ସ୍କ୍ରିନ ମାଧ୍ୟମରେ ପୁରୀ ଠାରେ ଅନୁଷ୍ଠିତ ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଉଭୟ ବ୍ଲକର କର୍ମଚାରୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଅନୁରୂପ ଭାବେ ବାଲୁଗାଁ ଏନଏସି କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ତତ୍ୱବାଧାନରେ ଏନଏସି କାର୍ଯ୍ୟାଳୟ ଠାରେ ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ଏନଏସି କର୍ମଚାରୀ, ମହିଳା ସଙ୍ଘ, ସ୍ୱଚ୍ଛ ସାଥିଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇ ଲୋକାର୍ପିତ ଉତ୍ସବକୁ ଏଲଇଡି ମାଧ୍ୟମରେ ଦେଖିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ଜାଣନ୍ତୁ କେତେବେଳେ କଣ ହେବ

ଭୁବନେଶ୍ବର: ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏ ନେଇ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଲିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ମନ୍ଦିର ପ୍ରଶାସନ ତରଫରୁ ଆଜି ପାଇଁ ଯେଉଁ କାର୍ଯ୍ୟ ନିର୍ଘଣ୍ଟ ହୋଇଛି ତାହା ହେଲା

ଅପରାହ୍ନ ୧ଟା ୧୫ରୁ ୧ଟା ୩୦-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ।

ଅପରାହ୍ନ ୧ଟା ୩୦ରୁ ୨ଟା- ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ।

ଅପରାହ୍ନ ୨ଟାରୁ ୨ଟା ୩୦- ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ।

ଅପରାହ୍ନ ୨ଟା ୩୦ରୁ ୩ଟା- ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ।

ଅପରାହ୍ନ ୩ଟା ପରେ – ସର୍ବସାଧାରଣଙ୍କ ପରିକ୍ରମା ମାର୍ଗ ପ୍ରବେଶ।

ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି। ପରିକ୍ରମା ପ୍ରକଳ୍ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ପ୍ରଦକ୍ଷିଣ ମାର୍ଗ ପ୍ରସ୍ତୁତ ହୋଇଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ରହିଛି ଚଲାପଥ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରପାଠ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର, ବୁଧବାରରେ ପ୍ରକଳ୍ପର ଶୁଭ ଉଦଘାଟନ

ଭୁବନେଶ୍ବର: ଆସନ୍ତାକାଲି ବୁଧବାରରେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏ ନେଇ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଲିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ।

ବର୍ତ୍ତମାନ ପରିକ୍ରମା ମାର୍ଗରେ ଚାଲିଛି ନାମ ସଂକୀର୍ତ୍ତନ। ଏଥିସହିତ ସାହିଜାତ ସଂକୀର୍ତ୍ତନ ସାଙ୍ଗକୁ ମନ୍ଦିର ଚାରିପାଖେ ବେଦ ଓ ମନ୍ତ୍ର ପାଠର ଧ୍ବନି ଦିବ୍ୟ ଅନୁଭବ ପ୍ରଦାନ କରୁଛି । ଆଜି ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଳ ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ପ୍ରଦକ୍ଷିଣ କାର୍ଯ୍ୟ ହୋଇଛି। ଆସନ୍ତାକାଲି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା କରାଯିବ।

ମନ୍ଦିର ପ୍ରଶାସନ ତରଫରୁ ଆସନ୍ତାକାଲି ପାଇଁ ଯେଉଁ କାର୍ଯ୍ୟ ନିର୍ଘଣ୍ଟ ହୋଇଛି ତାହା ହେଲା

ଅପରାହ୍ନ ୧ଟା ୧୫ରୁ ୧ଟା ୩୦-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ।

ଅପରାହ୍ନ ୧ଟା ୩୦ରୁ ୨ଟା- ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ।

ଅପରାହ୍ନ ୨ଟାରୁ ୨ଟା ୩୦- ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ।

ଅପରାହ୍ନ ୨ଟା ୩୦ରୁ ୩ଟା- ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ।

ଅପରାହ୍ନ ୩ଟା ପରେ – ସର୍ବସାଧାରଣଙ୍କ ପରିକ୍ରମା ମାର୍ଗ ପ୍ରବେଶ।

ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି। ପରିକ୍ରମା ପ୍ରକଳ୍ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ପ୍ରଦକ୍ଷିଣ ମାର୍ଗ ପ୍ରସ୍ତୁତ ହୋଇଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ରହିଛି ଚଲାପଥ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Shreemandir Parikrama Prakalap: ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ।

ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନଟିକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି।

ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ହେବ ଅଙ୍କୁର ପୂଜନ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ହେବ ଅଙ୍କୁର ପୂଜନ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଦିନ ୧୧ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଏହି ପୂଜା ଚାଲିବ।

ଏହାପରେ ୧୫ ତାରିଖରୁ ଯଜ୍ଞ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବ। ସେହିଦିନ ଯଜ୍ଞକୁଣ୍ଡ ସ୍ଥାପନ, ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ବ୍ରାହ୍ମଣ ବରଣ ଏବଂ ମଣ୍ଡଳ ପୂଜନ ହେବ।

ସେହିପରି ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା ଏବଂ ସଂକୀର୍ତ୍ତନ କାର୍ଯ୍ୟ ଆରମ୍ଭ ହେବ। ସେହିପରି ୧୭ ତାରିଖ ସକାଳୁ ଆରମ୍ଭ ହେବ ପ୍ରକଳ୍ପ ପ୍ରତିଷ୍ଠା କାର୍ଯ୍ୟକ୍ରମ। ସେହିିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଭବେଳାରେ ପ୍ରକଳ୍ପର ଶୁଭାରମ୍ଭ କରିବେ।

ଗତକାଲିଠାରୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ବ୍ରାହ୍ମଣ ବରଣ କାଯ୍ୟ ସଂପର୍ଣ୍ଣ କରିଛନ୍ତି। ଗୁଆଟେକା ସହିତ ମହାଯଜ୍ଞର ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀନଅରରେ ରାଜଗୁରୁଙ୍କ ଦ୍ବାରା ଏହି ସବୁ କାର୍ଯ୍ୟ ସଂପର୍ଣ୍ଣ କରାଯାଇଛି।

ବର୍ତ୍ତମାନ ଏହି ପ୍ରକଳ୍ପ ଶୁଭାରମ୍ଭ ଦେଖିବା ପାଇଁ ପୁରକୁ ଭକ୍ତଙ୍କ ସମାଗମ ଆରମ୍ଭ ହୋଇଗଲାଣି। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Categories
ଆଞ୍ଚଳିକ

କୁମାରାଙ୍ଗ ପଞ୍ଚାୟତରେ ବୁଲିଲା ‘ଶ୍ରୀଜଗନ୍ନାଥ ଅର୍ପଣ ରଥ’

ବାଣପୁର (ସୀତାରାମ ଅଗ୍ରୱାଲ): ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଓଡିଶା। ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ‘ଶ୍ରୀଜଗନ୍ନାଥ ଅର୍ପଣ ରଥ’ ଗାଁ ଗାଁ ବୁଲି ଘରୁ ଘରୁ ସଂଗ୍ରହ କରୁଛି ଚାଉଳ, ଗୁଆ। ଯାହା ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ବେଳେ ଅର୍ପଣ କରାଯିବ।

ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ଠାରେ ପ୍ରତି ଘର ଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଛି।

ଏଥିରେ ସରପଞ୍ଚ ସରୋଜିନୀ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମନୋଜ କୁମାର ପ୍ରଧାନ, ନାଏବ ସରପଞ୍ଚ ବ୍ୟୋତକେଶ ମହାପାତ୍ର, ପଞ୍ଚାୟତ ଗ୍ରାମ ସେବକ ନୃସିଂହ ଚରଣ ଜେନା, ଗ୍ରାମ ସେବିକା ବନ୍ଦନା ପ୍ରଧାନ, ବାଣପୁର ଜେଇ, ବାଣପୁର ବ୍ଲକ ମିଶନ ଶକ୍ତି ସଭାପତି କବିତା ରାଣୀମହାପାତ୍ର, ସେକ୍ରେଟାରୀ ବେବିନା ତ୍ରିପାଠି, ତୁମୁରାପୁଟ ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚ ଅକ୍ଷୟ କୁମାର ସେଠୀ, ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଯଦୁ ପ୍ରଧାନ, ପଞ୍ଚାୟତ ସଭାପତି ନବକିଶୋର ସ୍ବାଇଁ, ଯୁବ ସଭାପତି ଆଲୋକ ପ୍ରଧାନ, ବିଜୁ ଛାତ୍ର ଜନତା ଦଳର ସୋସିଆଲ ମିଡ଼ିଆ ସଂଯୋଜକ ରଞ୍ଜିତ ନାୟକ,ଏସେଜି ଗ୍ରୁପ ର ମହିଳା, ସିଆରପି, ଯୁବ, ଛାତ୍ର, ୱାର୍ଡ ମେମ୍ବର ଆଦି ଯୋଗଦେଇ ଭବ୍ୟ ରଥକୁ ସ୍ଵାଗତ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି। ଆଜି ବ୍ଲକର ସାତ ଗୋଟି ପଞ୍ଚାୟତରେ ଉକ୍ତ ରଥର ଶୁଭାରମ୍ଭ ହୋଇଛି।

ନନ୍ଦପୁର ଗ୍ରାମ ପଞ୍ଚାୟତର ମଠପଟଣା ଗ୍ରାମ ଜଗନ୍ନାଥମନ୍ଦିର ନିକଟରୁ ଅର୍ପଣ ରଥକୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଛି। ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ନଡ଼ିଆ ଫଟାଇ ଶ୍ରୀ ଖୁଣ୍ଟିଆ ଅର୍ପଣ ରଥକୁ ଉଦଘାଟନ କରିଥିଲେ। ସମସ୍ତ ଏମବିକେ, ସିଆରପି, ସ୍ୱୟଂ ସହାୟକ ସଙ୍ଘର ସଭାପତିଙ୍କ ସମେତ ସଙ୍ଘର କର୍ମକର୍ତ୍ତାମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।

ହରିବୋଲ ହୁଳହୁଳି ଧ୍ୱନିରେ ରଥକୁ ଗ୍ରାମବାସୀ ସ୍ୱାଗତ କରିଥିବା ବେଳେ କର୍ମକର୍ତ୍ତା ମାନେ ଘର ଘର ବୁଲି ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ।

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ବିଭିନ୍ନ ପଞ୍ଚାୟତର ଅର୍ପଣ ରଥ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଅନୁରୂପ ଭାବେ ଆଜି ବାଣପୁର ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ତତ୍ୱାବଧାନରେ ପରିକ୍ରମା ଅର୍ପଣ ରଥର ଉଦଘାଟନ କରାଯାଇଛି। ସବୁ ସ୍ଥାନରେ ଜନସାଧାରଣଙ୍କର ଅପୂର୍ବ ଭକ୍ତିଭାବ ପରିଲକ୍ଷିତ ହେଉଥିବା ବେଳେ ଜୟ ଜଗନ୍ନାଥ ଧ୍ଵନିରେ ଗ୍ରାମ ଗୁଡିକ ପ୍ରକମ୍ପିତ ହୋଇଥିଲା।

Categories
ଆଞ୍ଚଳିକ

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ପରିକ୍ରମା କଲା ଅର୍ପଣ ରଥ

ଚିଲିକା (ସୀତାରାମ ଅଗ୍ରୱାଲ): ଚଳିତ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅର୍ପଣ ରଥ ପରିକ୍ରମା କରୁଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ବାଲୁଗାଁ ଏନଏସି ଠାରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଅର୍ପଣ ରଥକୁ ସ୍ୱାଗତ କରି ୧ନଂ ୱାର୍ଡ ଅନ୍ତର୍ଗତ ଅଶୋକ ନଗର, ସୂର୍ଯ୍ୟ ନଗର ଓ ଶାନ୍ତି ନଗର ପରିକ୍ରମା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଯୁବ ସଂଗଠକ ସନ୍ତୋଷ ପାଇକରାୟ, ବିଜେଡି ନଗରମଣ୍ଡଳ ସଭାପତି ଜୟନ୍ତ ସ୍ୱାଇଁ, ସମସ୍ତ କାଉନସିଲର, ଏନଏସି କର୍ମଚାରୀ, ମିଶନ ଶକ୍ତିର ଶତାଧିକ ମହିଳା ଏବଂ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇ ଶହ ଶହ ଶ୍ରଦ୍ଧାଳୁଙ୍କ ଘରୁ ଗୁଆ, ଚାଉଳ, ନଡିଆ ସଂଗ୍ରହ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀ ସହ ମହିଳା ଓ ପୁରୁଷ ଜଗନ୍ନାଥ ପ୍ରେମୀଙ୍କ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଥିଲା ପରିବେଶ। ଘରେ ଘରେ ମହିଳା ଓ ପୁରୁଷମାନେ ସ୍ୱତଃପ୍ରତ ଭାବେ ଅକ୍ଷତ ଅରୁଆ ଚାଉଳ, ନଡିଆ ଓ ଗୁଆ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।

ଅନୁରୂପ ଭାବେ ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର, ସୋରଣ, ହାଟବରଡି, ଆଙ୍କୁଲା, ସିଙ୍ଗେଶ୍ୱର, ସାନନଈରୀ ଆଦି ପଞ୍ଚାୟତରେ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯିବାସହ ପ୍ରତି ପଞ୍ଚାୟତର ନୋଡାଲ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଜଗନ୍ନାଥ ପ୍ରେମୀ ମହିଳା ଓ ପୁରୁଷ ମାନେ ଘରକୁ ଘର ବୁଲି ଚାଉଳ,ଗୁଆ ସଂଗ୍ରହ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବସିଲା ସଚିବସ୍ତରୀୟ ବୈଠକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପରେ ଆଲୋଚନା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନଠାରେ ଶୁକ୍ରବାର ଅନୂଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ।

ସଚିବସ୍ତରୀୟ ବୈଠକରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟ ତଥା ବିଭିନ୍ନ ବିଭାଗର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ବିଭାଗର ପ୍ରଦର୍ଶନ ଆଧାରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆଗାମୀ ମାସଗୁଡିକରେ ଯେପରି କାର‌୍ୟ୍ୟ ଓ ତଦନୁସାରେ ଖର୍ଚ୍ଚ ପ୍ରଦର୍ଶନ ଅଧିକ ଭଲ ରହିବ ସେ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବି ଚଳିତ ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଥିବା ପୁରୀ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପ ସଂପର୍କରେ ଗୁରୁତ୍ୱାରୋପ କରି ଏଥିରେ ସଂପୃକ୍ତ ସମସ୍ତ ବିଭାଗୀୟ କାର‌୍ୟ୍ୟକୁ ସୁଚାରୁରୂପେ ଅଗ୍ରାଧିକାର ଭିତ୍ତିରେ କରିବା ନେଇ ସହଯୋଗ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଗତ ଡ଼ିସେମ୍ବର ମାସରେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର‌୍ୟ୍ୟ ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ଡିସେମ୍ବର ମାସରେ ଓଡ଼ିଶା ମିଲେଟ୍ ମିଶନ, ମିଲେଟ୍ ପ୍ରୋତ୍ସାହନ ପାଇଁ ବିଶ୍ୱସ୍ତରୀୟ ମଡେଲଭାବେ ପୁରସ୍କୃତ ହେବା , ଲକ୍ଷ୍ମୀ ବସ୍ ସେବା କୋରାପୁଟରେ ଆରମ୍ଭ ହେବା, ତାଳଚେରରେ ପବିତ୍ରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ ହେବା ସଂପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ।

ସେହିପରି ସେ ବିଏସକେଓ୍ୱାଇ ନବୀନ କାର୍ଡ ପ୍ରଣୟନ ହେବା, ପୁରୀ ଜିଲ୍ଲା ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ-ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଆଗାମୀ ସାଧାରଣତନ୍ତ୍ର ଦିବସରେ ନୂଆ ଦିଲ୍ଲୀ ଜାତୀୟ ସ୍ତରୀୟ ପରେଡରେ ଅଂଶଗ୍ରହଣ ପାଇଁ ଚୟନ ହେବା, ଜଳ ସଂପଦ ବିଭାଗ ତରଫରୁ କାର୍ଯ୍ୟକାରୀ ହୋଇଥିବା ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଓ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ହଳଦିଆ ଡ୍ୟାମ ଲୋକାର୍ପଣ ହେବା, ସିଙ୍ଗିଲ ଓ୍ୱିଣ୍ଡୋ ବ୍ୟବସ୍ଥାରେ ଶିଳ୍ପ ବିଭାଗର ୧୯ ଟି ପ୍ରକଳ୍ପ ମଂଜୁର କରାଯାଇ ୭୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ସଂପର୍କରେ ସେ ଆଲୋକପାତ କରିଥିଲେ।

ଏଥି ସହିତ ସେ ଅନ୍ୟ ସମସ୍ତ ବିଭାଗର କାର୍ଯ୍ୟ ସଫଳତା ସଂପର୍କରେ ମଧ୍ୟ ସବିଶେଷ ସୂଚନା ପ୍ରଦାନ କରିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସଂପର୍କିତ ପ୍ରାକ୍ ପ୍ରସ୍ତୁତି ସଂପର୍କରେ ଆଲୋକପାତ କରିଥିଲେ।

ଆଗାମୀ ଫେବୃଆରୀ ୩ ରୁ ୫ ତାରିଖ ପର‌୍ୟ୍ୟନ୍ତ ୩ ଦିନ ଧରି ରାଜ୍ୟରେ ହେବାକୁ ଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ସଂପର୍କରେ ମିଶନ ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍ କାର୍ତ୍ତିକେୟନ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କାର‌୍ୟ୍ୟକ୍ରମର ସଫଳ ଆୟୋଜନ ସଂପର୍କରେ ସଂପୃକ୍ତ ସମସ୍ତ ବିଭାଗର ସହଯୋଗ କାମନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ସଚିବ ତଥା ଅଧିକାରୀମାନେ ନିଜ ନିଜ କାର‌୍ୟ୍ୟରେ ପତ୍ର ପ୍ରେରଣ ପାଇଁ ଲେଟର ହେଡ୍ ଇଂରାଜୀ ଭାଷାରେ ବ୍ୟବହାର କରୁଥିଲେ ଓଡ଼ିଆ ଭାଷାରେ ମଧ୍ୟ ଏହାର ବହୁଳ ବ୍ୟବହାର କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ।

ସଚିବସ୍ତରୀୟ ବୈଠକରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟ ତଥା ବିଭିନ୍ନ ବିଭାଗ ତଥା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ବିଶଦ୍ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରୁ ଜଣା ପଡିଛି ଯେ, ବଜେଟ ବ୍ୟବସ୍ଥା ଅନୁସାରେ ବିଭିନ୍ନ ବିଭାଗର ସାମଗ୍ରିକ ଖର୍ଚ୍ଚ ହାର ଗତ ଡିସେମ୍ବର ୨୦୨୨ ଶେଷ ସୁଦ୍ଧା ୪୮.୩୦ ପ୍ରତିଶତ ହୋଇଥିବା ବେଳେ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ୫୩.୩୫ ପ୍ରତିଶତ ହୋଇଛି।

ଫଳରେ ଅର୍ଥ ବିନିଯୋଗ ହାର ବୃଦ୍ଧି ପାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଗତ ବର୍ଷ ୫୩.୯୨ % ତୁଳନାରେ ଏ ବର୍ଷ ଖର୍ଚ୍ଚ ୫୫.୨୭ % କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ, ସାମାଜି ସୁରକ୍ଷା, ଶିକ୍ଷା, ମିଶନ ଶକ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ଆଦି ସାମାଜିକ କ୍ଷେତ୍ରରେ ଗତ ବର୍ଷ ୫୩.୬୧ ପ୍ରତିଶତ ତୁଳନାରେ ଏ ବର୍ଷ ଖର୍ଚ୍ଚ ୫୮.୩୫ ପ୍ରତିଶତ ରହିଛି।

ବଜେଟ୍ ଅର୍ଥ ଆବଣ୍ଟନ ଅନୁସାରେ ଗତ ବର୍ଷ ଖର୍ଚ୍ଚ ଏହି ସମୟ ସୁଦ୍ଧା ୧୫ ପ୍ରତିଶତରୁ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ୨୭ % କୁ ବୃଦ୍ଧି ଘଟିଛି। ବିଭିନ୍ନ କାର‌୍ୟ୍ୟକ୍ରମ ବାବଦରେ ଡିସେମ୍ବର -୨୦୨୨ ସୁଦ୍ଧା ଖର୍ଚ୍ଚ ହାର ୪୬.୩୦ ପ୍ରତିଶତ ଥିବା ବେଳେ ଡିସେମ୍ବର ୨୦୨୩ ସୁଦ୍ଧା ୫୦.୪୯ ପ୍ରତିଶତ ରହିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଜଳ ସମ୍ପଦ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସମବାୟ ଆଦି କ୍ଷେତ୍ରରେ ବିଭିନ୍ନ କାର‌୍ୟ୍ୟକ୍ରମ ବାବଦକୁ ଖର୍ଚ୍ଚ ବିନିଯୋଗ ପ୍ରତିଶତ ଗତ ବର୍ଷ ତୁଳନାରେ ଅଧିକ ରହିଛି।

ସେହିପରି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ତ୍ତ, ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଶକ୍ତି କ୍ଷେତ୍ରରେ କାର‌୍ୟ୍ୟକ୍ରମ ବାବଦରେ ଖର୍ଚ୍ଚ ବିନିଯୋଗ ହାର ବଢିଛି। ଚଳିତ ଆର୍ଥିକ ବର୍ଷରେ ଆଗାମୀ ମାସ ଗୁଡିକରେ ବଜେଟ୍ ଅନୁସାରେ କାର‌୍ୟ୍ୟ ଓ ଖର୍ଚ୍ଚ ବିନିଯୋଗକୁ ତ୍ୱରାନ୍ୱିତ କରିବା ସହ ବିଶେଷ କରି ଶିକ୍ଷା, ସଡକ ନିର୍ମାଣ ଭଳି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର‌୍ୟ୍ୟକୁ ତ୍ୱରାନ୍ୱିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।

ବୈଠକରୁ ଜଣାଯାଇଛି ଯେ, ଭୂରାଜସ୍ୱ, ଅବକାରୀ, ଜିଏସଟି ସଂଗ୍ରହ ଓ ଅନ୍ୟ ବ୍ୟବସ୍ଥା ମାଧ୍ୟମରେ ବାବଦରେ ରାଜସ୍ୱ ସଂଗ୍ରହରୁ ମିଶାଇ ମୋଟ ରାଜସ୍ୱ ଆଦାୟ ଗତ ବର୍ଷ ଡିସେମ୍ବର ତୁଳନାରେ ୧୯.୯ ପ୍ରତିଶତ ବୃଦ୍ଧି ପାଇଛି । ବିକ୍ରୟ କର (ଭାଟ) ବାବଦରେ ଡିସେମ୍ବର ସୁଦ୍ଧା ୨୫,୭୬୮.୬୩ କୋଟି ସଂଗ୍ରହ ହୋଇ ଗତ ଡିସେମ୍ବର -୨୦୨୨ ତୁଳନାରେ ୨୧.୩୬ % ବୃଦ୍ଧି ପାଇଛି, ଯାହାକି ରାଜସ୍ୱ ଆଦାୟ କ୍ଷେତ୍ରରେ ପ୍ରମୁଖ ସହଯୋଗ ଦେଇଛି।

ଅଣ ରାଜସ୍ୱ କର ବାବଦରେ ୨୦.୨୨ % ବୃଦ୍ଧି ଘଟିଛି। ବିଭିନ୍ନ ସରକାରୀ କାର‌୍ୟ୍ୟାଳୟରେ ବକେୟା ପଡିଥିବା ବିଦ୍ୟୁତ୍ ବିଲ୍ ପୈଠ ଦେୟ ସମ୍ପର୍କରେ ବିଦ୍ୟୁତ ବିତରକ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଇ ନଥିବାରୁ ତାହାକୁ ଠିକ୍ ସମୟରେ ପୈଠକରି ଆଦର୍ଶ ଉପଭୋକ୍ତା ହୋଇ ଉଦାହରଣ ସୃଷ୍ଟି କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ସେହିପରି ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ସହାୟତାର ଅର୍ଥ ପ୍ରଦାନ ବାବଦରେ ହୋଇଥିବା କାର‌୍ୟ୍ୟ ସଂପର୍କିତ ବିନିଯୋଗ ପତ୍ର ପ୍ରଦାନ ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ବିଭିନ୍ନ ଜିଲ୍ଲାରେ କି କି ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି, ସେ ସଂପର୍କରେ ଜିଲ୍ଲାରେ ଦକ୍ଷତା ବିକାଶ ସଂପର୍କିତ ଏକ “ସ୍କିଲ କ୍ୟାଲେଣ୍ଡର ରହିବ”, ଫଳରେ ଯୁବକଯୁବତୀମାନେ ଏହାର ଲାଭ ନେଇ ପାରିବେ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥାପନ କରିଥିଲେ । ବିଭିନ୍ନ ବିଭାଗ ଜରିଆରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହାର ପ୍ରସ୍ତୁତି ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ/ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ଥିତ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ନିର୍ମାଣ କାର୍ଯ୍ୟ, ପରିମଳ, ଯାନବାହନ ଚଳାଚଳ, ପାନୀୟଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରସାରଣ ତଥା ଭକ୍ତ ଏବଂ ସେବାୟତମାନଙ୍କର ସୁବିଧା ନିମନ୍ତେ ପଦଧିକାରୀମାନେ ବିଶେଷ ଆଲୋଚନା କରିଛନ୍ତି।

ଆସନ୍ତା ୧୨ ତାରିଖ ସଂଧ୍ୟା ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୃକ୍ତ ସମସ୍ତ କାର‌୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।
ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଜେନା କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ୧୨ ତାରିଖରୁ ଅଙ୍କୁରାରୋପଣ ଆରମ୍ଭ ହୋଇ ୧୭ ତାରିଖ ଦିନ ଯଜ୍ଞରେ ପୂର୍ଣାହୁତି ସହିତ ପ୍ରକଳ୍ପ ଲୋକାର୍ପିତ ହେବ।

ସେହି ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଗହଳି ଆଶାତୀତ ଭାବରେ ବୃଦ୍ଧି ପାଇବ।ତେଣୁ ଯାନବାହନ ଚଳାଚଳ ଏବଂ ନାଗରିକ ସୁବିଧାଗୁଡିକ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ସମସ୍ତ ମରାମତି ତଥା ଭୂମି ସମତଳ କାର୍ଯ୍ୟ ଟ୍ରକ ଆସୋସିଏସନର ସହାୟତାରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାହାରୁ ଆସୁଥିବା ଭକ୍ତମାନଙ୍କ ପାଇଁ ସମଙ୍ଗ ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ସହରର ବିଭିନ୍ନ ସ୍ଥାନରେ ରୁଟ ଚାର୍ଟ ମରାଯିବା ସହିତ ଜିଓ-ଲୋକେସନକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯିବ।

ଜଗନ୍ନାଥବଲ୍ଲଭଠାରେ ଯାନବାହନଗୁଡିକ ଭକ୍ତମାନଙ୍କୁ ଛାଡି ସମଙ୍ଗଠାରେ ରହିବେ। ସେଠାରେ ୧୨୦ ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ। ଅନ୍ୟ ପକ୍ଷରେ ସର୍ବସାଧାରଣଙ୍କ ଗାଡି ମାଳତୀପାଟପୁର ଷ୍ଟାଣ୍ଡରେ ରହିବ। ସମଙ୍ଗଠାରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ସିଂଚନ ଓ ବିଶ୍ରାମ ବ୍ୟବସ୍ଥାମଧ୍ୟ କରାଯିବ। ଶ୍ରୀମନ୍ଦିର ପାଖରେ ହାତପାଦ ପ୍ରକ୍ଷାଳନ ପାଇଁ ଅସ୍ଥାୟୀ ଫ୍ଲସ ବେଶିନ ରହିବ।

ଓଡିଶା ରାଜ୍ୟ ସେତୁ ନିଗମ ଦ୍ଵାରା ନିର୍ମିତ ସବୁ ପାର୍କିଂ ୮ ତାରିଖ ସୁଦ୍ଧା ପୁଲିସକୁ ହସ୍ତାନ୍ତର କରାଯିବ ଜ୍ଝ ମନ୍ଦିର ନିକଟରେ ଥିବା ୨୦ଟି ମଠକୁ ଦୈନିକ ୨ କେଭିର ଡିଜି ସେଟ ଯୋଗାଇ ଦିଆଯିବ। ମନ୍ଦିର ପାଖରେ ସେବାୟତମାନଙ୍କ ପାଇଁ ସ୍ଵତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ଶ୍ରୀସେତୁରେ ଏକ ସ୍ଵାଗତ ତୋରଣ ନିର୍ମିତ ହେବ।

ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯାନବାହନ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ପରିକ୍ରମା ପ୍ରକଳ୍ପ ଆଗରେ ମଣ୍ଡପ ନିର୍ମାଣ , ଜଗନ୍ନାଥବଲ୍ଲଭ ପାଖରେ ସ୍ଵତନ୍ତ୍ର ପ୍ରଦର୍ଶନୀ ଆୟୋଜନ ସାଙ୍ଗକୁ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ରାଜ୍ୟର ବିଭିନ୍ନ ପଞ୍ଚାଯତରୁ ମହାପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ଚାଉଳ ସଂଗ୍ରହ କରାଯିବ ଓ ସେସବୁର ଭଣ୍ଡାରଣ ପାଇଁ ମନ୍ଦିର କତ୍ତୃପକ୍ଷ ବନ୍ଦୋବସ୍ତ କରିବେ।

ସାତଟି ସୁସଜ୍ଜିତ ରଥ ସହିତ ସଂକୀତ୍ତନ ମଣ୍ଡଳୀ ବଡଦାଣ୍ଡ ପରିକ୍ରମା କରିବେ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର‌୍ୟ୍ୟକ୍ରମଗୁଡିକର ପ୍ରସାରଣ ସାଟେଲାଇଟ ମାଧ୍ୟମରେ କରାଯିବ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ମିଡିଆ ଲାଉଞ୍ଜ ଖୋଲାଯିବ। ସେହିପରି ଜରୁରୀକାଳୀନ ଚିକିତ୍ସା ସେବା, ପର‌୍ୟ୍ୟାପ୍ତ ଆଲୋକ ବ୍ୟବସ୍ଥା ଓ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ପଞ୍ଚାୟତିରାଜ ଓ ପାନୀଯ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ , ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ , ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ , ଗ୍ରାମ୍ୟ ଉନ୍ନୟନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ , ମିଶନ ଶକ୍ତି ଓ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ଯୋଗଦେଇଥିଲେ।

ସେହିପରି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଆର. ଯାଦବ ,ବରିଷ୍ଠ ପୁଲିସ ପ୍ରଶାସକ ଶ୍ରୀ ଅମିତାଭ ଠାକୁର , ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ରଞ୍ଜନ କୁମାର ଦାସ , ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଆରକ୍ଷୀ ଅଧିକ୍ଷକ ଡ଼ କନୱର ବିଶାଳ ସିଂ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପଦାଧିକାରୀମାନଙ୍କ ସହିତ ସମଙ୍ଗ ଓ ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥଳ , ଶ୍ରୀଦାଣ୍ଡ , ଶ୍ରୀସେତୁ ଓ ପରିକ୍ରମା ପଥ ଯାଇ କ୍ଷେତ୍ର ପରିଦର୍ଶନ କ୍ରମେ ବିଭିନ୍ନ ତଥ୍ୟ ପଚାରି ବୁଝିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏଥର ନୂଆବର୍ଷରେ ରେକର୍ଡ ସଂଖ୍ୟକ ଭକ୍ତ କଲେ ଜଗନ୍ନାଥ ଦର୍ଶନ, ଟାଣିଆଣିଲା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’

ପୁରୀ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ରେକର୍ଡ଼ ସଂଖ୍ୟକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ୨୦୨୪ ନୂଆବର୍ଷର ଆରମ୍ଭ କରିଛନ୍ତି। ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଛି।

ମହାପ୍ରଭୁଙ୍କ ଆଶିଷ ଲାଭ ସହିତ ଆସନ୍ତା ଜାନୁଆରୀ ୧୭ ତାରିଖରେ ଉଦ୍‌‌ଘାଟନ ହେବାକୁ ଥିବା ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ଗତକାଲିଠାରୁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି ଗୋଟାଏରୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ୧୨ଟା ପୂର୍ବରୁ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଛି।

ପ୍ରଶାସନ, ପୁଲିସର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନୂଆବର୍ଷର ପ୍ରଥମ ଦିନରେ ବାଧାମୁକ୍ତ ଦର୍ଶନର ଦିବ୍ୟ ଅନୁଭବ ଲାଭ କରିଛନ୍ତି। ନୂଆ ବର୍ଷରେ ପ୍ରଥମଥର ଏତେ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପହଞ୍ଚିଥିଲେ ମଧ୍ୟ ଭକ୍ତମାନଙ୍କୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ।

ଭକ୍ତମାନେ ଶୀତତାପ ନିୟନ୍ତ୍ରିତ ଟନେଲ ଓ ଅଭ୍ୟର୍ଥନା କେନ୍ଦ୍ର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ସହ ମହାପ୍ରଭୁଙ୍କୁ ଦର୍ଶନ ପରେ ଉତ୍ତରଦ୍ୱାର ଦେଇ ମନ୍ଦିରରୁ ବାହାରକୁ ବାହାରିଛନ୍ତି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ସାଥୀରେ ନେଇ ଆସିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ଯୋଗୁଁ ସେମାନେ ବିନା ବାଧାରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଅନୁରୂପ ଭାବରେ ସହଳ ନୀତିକାନ୍ତି ଓ ଧାର୍ଯ୍ୟ ସମୟ ପୂର୍ବରୁ ମହାପ୍ରସାଦ ଲାଗି ଯୋଗୁଁ ଭକ୍ତମାନେ ମଧ୍ୟ ଆନନ୍ଦିତ ହୋଇଛନ୍ତି। ଶୃଙ୍ଖଳିତ ଦର୍ଶନ ନିମନ୍ତେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌‌ପି କେ. ବିଶାଳ ସିଂ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ରାଜ୍ୟ ବାହାରୁ ଆସିଥିବା ଭକ୍ତମାନେ ଦର୍ଶନ ନିମନ୍ତେ ରାଜ୍ୟ ସରକାର ଓ ପ୍ରଶାସନର କାର୍ଯ୍ୟକୁ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି।

ଶ୍ରୀକ୍ଷେତ୍ରରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏକ ଦିବ୍ୟ ଅନୁଭୂତି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଛନ୍ତି। ଏହା ଆସନ୍ତା ୧୭ ତାରିଖରେ ଉଦ୍‌‌ଘାଟନ ହେବ। ‘୫-ଟି’ ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିୟମିତ ଭାବରେ ଏହି ପ୍ରକଳ୍ପର ଅନୁଧ୍ୟାନ ସହ କାର୍ଯ୍ୟଗୁଡ଼ିକର ସମୀକ୍ଷା କରୁଛନ୍ତି।

ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ଓ ଏହାର ଚତୁଃର୍ପାର୍ଶ୍ବରେ ସୁବିଧା ସୁଯୋଗ କରାଯାଇଛି। ଏପରିକି ପରିକ୍ରମା ଅଞ୍ଚଳ ମଧ୍ୟରେ ଭକ୍ତଙ୍କ ବାଧାମୁକ୍ତ ବିଚରଣ, ଶ୍ରୀମନ୍ଦିରର ଚତୁଃପାର୍ଶ୍ବ ଦର୍ଶନ, ପରିକ୍ରମଣ ଏବଂ ବଡ଼ ଦେଉଳରେ ପ୍ରତିଦିନ ହେଉଥିବା ପତାକା ପରିବର୍ତ୍ତନର ଦୃଶ୍ୟ ଦର୍ଶନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

ମେଘନାଦ ପାଚେରୀ ଚାରିପଟେ ଅଳ୍ପ ଦୂରତାରେ ଖଣ୍ଡେଲାଇଟ୍‌‌ ପଥରେ ସ୍ୱଳ୍ପ ଉଚ୍ଚତାର ପଥର ବ୍ୟାରିକେଡ଼ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି। ସେହିପରି ସ୍ଥାନାନ୍ତରଣକ୍ଷମ ଗଛ ଚାରା ମନ୍ଦିର ଚାରିପଟେ ଘନ ସବୁଜ ଉଦ୍ୟାନର ଭ୍ରମ ସୃଷ୍ଟି କରିଛି।

ଶ୍ରୀ ପାଣ୍ଡିଆନ ନିୟମିତ ବ୍ୟବଧାନରେ ପୁରୀରେ ଏହି କାର୍ଯ୍ୟଗୁଡ଼ିକୁ ବ୍ୟକ୍ତିଗତ ଭାବରେ ଅନୁଧ୍ୟାନ କରି ଏହାର କାର୍ଯ୍ୟାନ୍ୱୟନ କରୁଛନ୍ତି। ଅନୁରୂପ ଭାବରେ ପୁରୀ ଜନସାଧାରଣ, ଛୋଟ ବ୍ୟବସାୟୀ, ସେବାୟତମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପାଣ୍ଡିଆନ।

ଯେଉଁଥିପାଇଁ ପୁରୀକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ପୂର୍ବରୁ ନୂଆ ବର୍ଷରେ ପୁରୀକୁ ଲକ୍ଷେରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହେଉଥିବାବେଳେ ଚଳିତ ବର୍ଷ ଏହା ୩ରୁ ୪ଗୁଣ ବୃଦ୍ଧି ପାଇ ୫ ଲକ୍ଷ ଅତିକ୍ରମ କରିଛି। ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଲାଭ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋଭନୀୟ ଶୋଭା ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନେପାଳ ପଶୁପତିନାଥ ମନ୍ଦିରରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନର ନିମନ୍ତ୍ରଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଆଗାମୀ ମାସ ୧୭ ତାରିଖରେ।ଏହି ଭବ୍ୟ ଲୋକାର୍ପଣରେ ସାମିଲ ହେଵା ପାଇଁ ଆମ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରମୁଖ ମନ୍ଦିର,ଦେଶର ବିଭିନ୍ନ ରାଜ୍ୟର ପ୍ରମୁଖ ମନ୍ଦିର ଓ ଦେଶ ବାହାର ର ବିଭିନ୍ନ ପ୍ରମୁଖ୍ୟ ମନ୍ଦିର ମାନଙ୍କର ମୁଖ୍ୟ ଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି।

ଏହି କ୍ରମରେ ଆଜି ନେପାଳ ଦେଶର କାଠମାଣ୍ଡୁର ପଶୁପତିନାଥ ଓ ଗୁହୈଶ୍ୱରୀ ଶକ୍ତି ପୀଠ ର ପ୍ରମୁଖ ଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି।ପୁରୀ ରୁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀ ମାନେ ଏହି ଦୁଇ ମନ୍ଦିର ରେ ପହଞ୍ଚିବା ପରେ ସେମାନ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପରେ ସେବାୟତ ଓ ଅଧିକାରୀ ମାନେ ସେମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଲୋକାର୍ପଣ ରେ ସାମିଲ ହେବାକୁ ଅନୁରୋଧ କରିଥିଲେ।ସେହିପରି ଆଜି ପୁରୀ ଜିଲ୍ଲା ର ଅଲାରନାଥ ଓ ବାଲି ହରଚଣ୍ଡୀ ମନ୍ଦିରର ମୁଖ୍ୟ ମାନଙ୍କୁ ସେବାୟତ ଓ ଅଧିକାରୀ ମାନଙ୍କ ଦ୍ୱାରା ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୋର ୫ଟାରେ ଶୀତ କାକରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତଦାରଖ କଲେ ପାଣ୍ଡିଆନ

ଭୁବନେଶ୍ବର: ଆଜି ସକାଳେ ୫ଟି (ଟ୍ରାନ୍ସଫର୍ମେସନାଲ୍ ଇନିସିଏଟିଭ୍) ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଦାରଖ କରିଥିଲେ। ସେ ଭୋର  ୫.୦୦ ରୁ ୭ ଟା ମଧ୍ୟରେ ଏହି ପ୍ରକଳ୍ପର ତଦାରଖ କରିଥିଲେ।

ଶ୍ରୀ ପାଣ୍ଡିଆନ ତୀର୍ଥଯାତ୍ରୀଙ୍କ ଦର୍ଶନ କରିବା ପାଇଁ ଥିବା ବାରିକେଡ ତଥା କ୍ୟୁ ମ୍ୟାନେଜମେଣ୍ଟ ପାଇଁ ସୁବିଧା ଦେଖିଥିଲେ। ଏଥିସହିତ ଲ୍ୟାଣ୍ଡସ୍କେପ୍ କାର୍ଯ୍ୟ, ମଠ ପୁନରୁଦ୍ଧାର, କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ, ଦୁଇ ଚକିଆ ପାର୍କିଂ ଅଞ୍ଚଳରେ ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ।

ଶ୍ରୀ ପାଣ୍ଡିଆନ୍ ଶ୍ରୀ ଦାଣ୍ଡ, ଶ୍ରୀ ଜଗନ୍ନାଥ ବଲ୍ଲଭ ବିହାର ଏବଂ ଶ୍ରୀ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ଯାଞ୍ଚ କରିଥିଲେ। ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଇ ଅଗ୍ରଗତି ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ଜିଲ୍ଲାପାଳ ତଥା ଏସପି ପୁରୀ, ଏମଡି ଓବିସିସିଙ୍କ ସହିତ ଆଲୋଚନା କରିଥିଲେ।

Categories
ବିଶେଷ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ

ଭୁବନେଶ୍ବର: ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ। ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ପୁରା ପରିସର। ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଏକ ୫୦ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଥିଲେ।

ଆଜି ଭୁବନେଶ୍ବରରେ ପହଞ୍ଚି ସେବାୟତ ଓ ଅନ୍ୟମାନେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରି ନବୀନ ନିବାସକୁ ଆସିଥିଲେ।

ନିମନ୍ତ୍ରଣ ପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିକ୍ରମା ପ୍ରକଳ୍ପ ଆପଣମାନଙ୍କ କାମ। ସେବାୟତ ବନ୍ଧୁମାନଙ୍କ କାମ। ପୁରୀବାସୀଙ୍କ କାମ। ଏହି ପବିତ୍ର କାମ ପାଇଁ ଯାହା  ଆବଶ୍ୟକ ସବୁ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେବାୟତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ “ଆପଣ ଇତିହାସ ରଚିଲେ। ଯୁଗ ଯୁଗ ପାଇଁ ଆପଣଙ୍କ ନାମ ଲିପିବଦ୍ଧ ହୋଇରହିବ।” ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ବୋଲି ମତଦେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଆପଣଙ୍କ ନିର୍ଦ୍ଦେଶରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଦିନରାତି ପରିଶ୍ରମ କରି ବହୁତ ଭଲ କାମ କରୁଛନ୍ତି। ସାରା ଓଡିଶାର ରୂପରେଖରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେମାନେ ଆନନ୍ଦର ସହ ମତବ୍ୟକ୍ତ କରିଥିଲେ।

ସେବାୟତ ମାନଙ୍କ ସହିତ ଆଲୋଚନା କରି ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଲେ ଯେ ପରିକ୍ରମା ପ୍ରକଳ୍ପ ସମ୍ଭବ ହୋଇପାରିଛି ପୁରୀ ବାସୀଙ୍କ ତ୍ୟାଗ  ଯୋଗୁଁ। ସେବାୟତମାନଙ୍କ ତ୍ୟାଗ ଯୋଗୁ। ଆପଣମାନଙ୍କ ଅତୁଳନୀୟ ତ୍ୟାଗ ସବୁଦିନ ପାଇଁ  ସମସ୍ତେ ଶ୍ରଦ୍ଧାର ସହ ମନେରଖିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ। ପରିକ୍ରମା ପ୍ରକଳ୍ପ କାମ ସମୟରେ ଅନେକ ବାର ବହୁତ ଅସୁବିଧା କିପରି ମହାପ୍ରଭୁଙ୍କ ଆଶୀର୍ବାଦରେ ଦୂର ହୋଇଛି ଏବଂ କାମ ସବୁ ଭଲ ଭାବରେ ଆଗେଇ ଚାଲିଥିଲା ସେ ବିଷୟରେ ଶ୍ରୀ ପାଣ୍ଡିଆନ ନିଜ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ।

ପୁରୀ ସହରର ବିକାଶ ପାଇଁ  ତଥା ସେବାୟତ ମାନଙ୍କ କଲ୍ୟାଣ ପାଇଁ ଯାହାକିଛି ଆବଶ୍ୟକ, ମୁଖ୍ୟମନ୍ତ୍ରୀ ସବୁକିଛି କରିବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ସବୁ ସେବାୟତ ମାନଙ୍କୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ସେମାନଙ୍କ ପାଇଁ ଏକ ଦିବ୍ୟ ଅନୁଭବ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ କରାଯାଇଛି। ୨୦୨୧ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ସାଧୁ ସନ୍ଥ ,ବିଭିନ୍ନ ରାଜନୈତିକ  ଦଳର  ପ୍ରତିନିଧି  ତଥା  ବିଶିଷ୍ଟ  ବ୍ୟକ୍ତି  ମାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।  ଲୋକାର୍ପଣ  କାର୍ଯ୍ୟ  ମଧ୍ୟ  ସେହିପରି  ସାଧୁ  ସନ୍ଥ  ଏବଂ ସବୁ  ରାଜନୈତିକ  ଦଳ ଓ  ସମାଜ ର  ସବୁ  ବର୍ଗର   ଲୋକଙ୍କୁ  ସାମିଲ କରାଯିବ. ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ  ସମୟରେ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ପ୍ରକଳ୍ପ କାମର ନିୟମିତ ସମୀକ୍ଷା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଆରମ୍ଭ ହେଲା ଦେବ ନିମନ୍ତ୍ରଣ, ବାହାରିଲେ ୩୦ ଟି ଦଳ

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ପାଇଁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ। ଆଜି ପୁରୀ ଶ୍ରୀମନ୍ଦିରରୁ ପ୍ରାୟ ୩୦ଟି ଦଳ ସଂକିର୍ତ୍ତନ କରି କେବଳ ଦେବସ୍ଥାନକୁ ଯାଇ ଏହି ନିମନ୍ତ୍ରଣ କରିବେ।

ଏମାନେ ରାଜ୍ୟରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିର। ଦାରୁ ଚିହ୍ନଟ ହୋଇଥିବା ସ୍ଥାନ ଏବଂ ରାଜ୍ୟ ବାହାରେ ଥିବା ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଧରି ଯିବେ। ଗତ ଗୁରୁବାର ଦିନ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀଜିୟୁଙ୍କୁ ନିମନ୍ତ୍ରଣ କରିସାରିଛନ୍ତି।

ଏହାପରେ ଶ୍ରୀମନ୍ଦିରର ଏକ ପ୍ରମୁଖ ଦଳ ଭୁବନେଶ୍ବର ଆସି ଶ୍ରୀଲିଙ୍ଗରାଜଙ୍କୁ ମଧ୍ୟ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଏହି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତଣ କରିବେ ବୋଲି ଜଣାପଡିଛି।

ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ପରିକ୍ରମା ପ୍ରକଳ୍ପ ଉଦଘାଟନ ସମାରୋହକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ପୁରୀରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ସମାରୋହରେ ଯୋଗ ଦେବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ଆଜି ସକାଳୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଂଜନ ଦାସଙ୍କ ସହ ପାଞ୍ଚ ଜଣିଆ ସଦସ୍ୟ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି।

ଏଥିରେ ପରିଚାଳନା କମିଟର ସଦସ୍ୟ ଅଶୋକ ମହାପାତ୍ର, ମାଧବ ମହାପାତ୍ର, ମଣ୍ଟୁ ସିଂହାରୀ ଏବଂ ଦୁର୍ଗାଦାସ ମହାପାତ୍ର ସାମିଲ ଥିଲେ। ଏହି ସଦସ୍ୟଗଣ ଜଗଦଗୁରୁଙ୍କୁ ନିମନ୍ତ୍ରଣ କରିବା ସହିତ ପରିକ୍ରମା ପ୍ରକଳ୍ପ ସଂପର୍କରେ ଅବଗତ କରାଇଥିଲେ। ଆସନ୍ତା ଜାନୁୟାରୀ 17 ତାରିଖରେ ଏହି ପ୍ରକଳ୍ପର ଉଦଘାଟନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Video News: ବହୁ ବିବାଦ ପରେ ସ୍ପଷ୍ଟିକରଣ ଦେଲେ କାମିୟା ଜାନି, କହିଲେ ମୁଁ ଗୋମାଂସ ଖାଏ ନାହିଁ

ଭୁବନେଶ୍ବର: ଦୀର୍ଘଦିନ ଧରି ଓଡିଶା ରାଜନୀତିରେ ୟୁଟ୍ୟୁବର କାମିୟା ଜାନିଙ୍କୁ ନେଇ ଚାଲିଥିବା ବିବାଦ ପରେ ସେ ସ୍ପଷ୍ଟିକରଣ ଦେଇଛନ୍ତି। ସେ ଏକ ଭିଡିଓ ଜାରୀ କରି ଏହାର ସ୍ପଷ୍ଟି କରଣ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଗୋମାଂସ ଭକ୍ଷଣ କରେ ନାହିଁ କି ଏହାର ପ୍ରଚାର ପ୍ରସାର କରେ ନାହିଁ।

ସେ କହିଛନ୍ତି ଯେ, ମୋ ନାମରେ ବିଭିନ୍ନ କଥା କୁହାଯାଉଛି। ହେଲେ ମୁଁ କହି ରଖେ ଯେ, ମୁଁ ହେଉଛି ଜଣେ ୟୁଟ୍ୟୁବର, ମୁଁ ଭାରତୀୟ ସଂସ୍କୃତି ଐତିହ୍ୟ ଏବଂ ଖାଦ୍ୟକୁ ପ୍ରଚାରପ୍ରସାର କରେ। ମୋତେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ମୋତେ ବ୍ରାଣ୍ଡ ଆମ୍ବାସଡର ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି। ମୋର ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ପ୍ରଂଶସା କରିଛନ୍ତି।

ସାରା ଭାରତ ଭ୍ରମଣ ମଧ୍ୟରେ ମୋର ଜଗନ୍ନାଥ ମନ୍ଦିର ଦର୍ଶନ କରିବାରେ ଇଚ୍ଛା ଥିଲା। ସେଠାରେ ଚାଲିଥିବା ପରିକ୍ରମା ପ୍ରକଳ୍ପ ଉପରେ ଭିଡିଓ କରିବାର ଥିଲା। ସେଥିପାଇଁ ପୁରୀ ଯାଇ ସୁଟିଂ କରିଥିଲି। ଉଦ୍ଦେଶ୍ୟ ଥିଲା ପରିକ୍ରମା ପ୍ରକଳ୍ପକୁ ସାରା ବିଶ୍ବ ଅବଗତ ହେଉ। ମୁଁ ଜାଣେ ଯେ, ମନ୍ଦିର ପ୍ରଶାସନର କେତେକ କଟକଣା ରହିଛି। ହେଲେ ମୁଁ ଭିଡିଓ ସୁଟିଂ ଭିତରେ କୌଣସି ପ୍ରକାରର ନିୟମ ଭଙ୍ଗ କରି ନାହିଁ।

ସେ ଆହୁରି କହିଛନ୍ତି ଯେ, ଆପଣମାନଙ୍କୁ କହି ରଖେ ଯେ, ମୁଁ ହେଉଛି ଜଣେ ପ୍ରାକ୍ଟିସିଂ ହିନ୍ଦୁ। ମୁଁ କେବେ ଗୋମାଂସ ଖାଇ ନାହିଁ କି ଏହାର କେବେ ପ୍ରଚାର କରି ନାହିଁ। ଯେଉଁ ଭିଡିଓର ସ୍କ୍ରିନ ସର୍ଟ ବ୍ୟବହାର କରି ବିଫ୍ ଖାଇବା କଥା କୁହାଯାଉଛି ତାହା ଭୁଲ। ଏହାପରେ ସେ ସେହି ଭିଡିଓଟି ଦେଖାଇଛନ୍ତି। ସେଥିରେ ସେ କହିଛନ୍ତି ଯେ, ଦୁଇଜଣ ଡ୍ରାଇଭର ଖାଇବାକୁ ଆସିଥିଲେ ସେମାନେ ବିଫ ମଗାଇଛନ୍ତି ବୋଲି କୁହାଯାଇଛି। ଏହାକୁ ନେଇ ମୋର ଅପ୍ରଚାର କରାଯାଉଛି।

ସେଦିନ ମୁଁ କଡିଲା କରି ଯାହା କଳା ଚଣାରେ ପ୍ରସ୍ତୁତ ଏବଂ ଏକ ଭିନ୍ନ ପ୍ରକାରର ଉପମା ଖାଇଥିଲି। ଏଥିସହିତ ପାଜମ ପୁରୀ ଯାହା କଦଳି ପକୋଡା ତାହା ଖାଇଥିଲି। ତାହାର ହିସାବ ମଧ୍ୟ ଦେଇଥିଲି। ମୁଁ ଯେଉଁଠାକୁ ଯାଏ ସେଠାକାର ସ୍ଥାନୀୟ ଖାଦ୍ୟ ସଂପର୍କରେ ମୁଁ ଲୋକଙ୍କୁ ଅବଗତ କରାଇଥାଏ। ସେହିପରି କେରଳରେ ମଧ୍ୟ କରିଥିଲି ବୋଲି କାମିୟା ଜାନି କହିଛନ୍ତି।

ସେ କହିଛନ୍ତି ଯେ, ଜଗନ୍ନାଥ ପୁରୀ ଭିଡିଓକୁ ନେଇ ଯେଉଁମାନେ ବିବାଦ ସୃଷ୍ଟି କରିଛନ୍ତି ସେମାନେ ବର୍ତ୍ତମାନ ସତ କଣ ତାହା ନିଶ୍ଚିତ ଜାଣିପାରିବେ। ଆଶା କରୁଛି ଏ ନେଇ ଆଉ କୌଣସି ବିବାଦ ସୃଷ୍ଟି ହେବ ନାହିଁ ବୋଲି କାମିୟା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀରେ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ପରିକ୍ରମା ପ୍ରକଳ୍ପର କଲେ ସମୀକ୍ଷା

ପୁରୀ: ଆଜି ବଡି ଭୋରରୁ ପୁରୀରେ ପହଁଚିଛନ୍ତି 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ସେ ସେଠାରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ପ୍ରଥମେ ସେ ଶ୍ରୀମନ୍ଦିର ଭିତରକୁ ଯାଇ ସେଠାରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଥିଲେ।

ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ କରୁଥିବା ନୂତନ ରାସ୍ତା ପାଇଁ ଜମି ଅଧିଗ୍ରହଣ ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ସେହିପରି ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କେତେ ଅଗ୍ରଗତି ହୋଇଛି ତାହାକୁ ମଧ୍ୟ ଅନୁଧ୍ୟାନ କରି ଶୀଘ୍ର ରାସ୍ତା କାମ ଶେଷ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ବଡ଼ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ହେବାକୁ ଥିବା ଶୀତତାପ ସେଡେଡ଼ ଚଲାପଥ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା ମଧ୍ୟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

5T ଅଧ୍ୟକ୍ଷ ପଣ୍ଡିଆନଙ୍କ ପୁରୀ ଶ୍ରୀମନ୍ଦିର ପରିଦର୍ଶନ, ଭୋର ୫ ଟାରୁ ୭ଟା ପର୍ଯ୍ୟନ୍ତ କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଦିଗରେ ପଦକ୍ଷେପ ନେବା ସହିତ ମଠ ଗୁଡିକ ର ପୁନରୁଦ୍ଧାର କାମ, କାମ ତ୍ୱରାନ୍ୱିତ କରିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ପ୍ରତ୍ୟୁଷ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ସମୀକ୍ଷା ଅବସରରେ ଶ୍ରୀ ପାଣ୍ଡିଆନ୍ ଦୋଳବେଦି ଅଞ୍ଚଳ ର ତ୍ଵରିତ ବିକାଶ ଏମାର ମଠ, ପଞ୍ଜାବୀ ମଠ ଆଦି ର ପୁନରୁଦ୍ଧାର ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗ ର ପେଣ୍ଟିଂ କାମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ।

ଏହା ସହିତ ଭକ୍ତ ମାନଙ୍କ ସ୍ବଚ୍ଛନ୍ଦ ଦର୍ଶନ ପାଇଁ ମରୀଚି କୋଟ ଛକ ଠାରୁ ଧାଡ଼ି ଆରମ୍ଭ ସହିତ ସିଂହଦ୍ଵାର ଠାରୁ ମରୀଚି କୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡ ର ଉଭୟ ପାର୍ଶ୍ଵ ରୁ ଭେଣ୍ଡିଂ ଜୋନ୍ ହଟାଇ ଅନ୍ୟତ୍ର ଥଇଥାନ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ।

ସେହିପରି ଶ୍ରୀ ମନ୍ଦିର ଉତ୍ତର ଦକ୍ଷୀଣ ଓ ପଶ୍ଚିମ ପାର୍ଶ୍ୱ ର ଲ୍ୟାଣ୍ଡସ୍କେପିଂ କାମ 9 ଡିସେମ୍ବର ସୁଦ୍ଧା ସାରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ମଠ ପୁନଃ ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ

ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ। ସେଠାରେ ଥିବା ବିଭିନ୍ନ ପୋଲ୍, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଟ୍ରିଣ୍ଟମେଣ୍ଟ ପ୍ଲାଣ୍ଟ ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଏହି ପରିଦର୍ଶନ ପୁରୀ ଜିଲ୍ଲାପାଳ, IG ,SP OBCC MD ଏବଂ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ।