Categories
ଆଜିର ଖବର ରାଜ୍ୟ ଖବର

ବଡି ଭୋରରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ପୁରୀରେ ପହଁଞ୍ଚିଲେ ପାଣ୍ଡିଆନ

ପୁରୀ: ଆଜି ବିଡ ଭୋରରୁ ପୁରୀରେ ପହଞ୍ଚିଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ସେ ପୁରୀରେ ପହଞ୍ଚି ପ୍ରଥମେ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ।ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ତାଙ୍କୁ କାର୍ଯ୍ୟର ଅଗ୍ରଗତି ଉପରେ ବୁଝାଇଥିଲେ। ଏହା ପରେ ଚାରି ଦ୍ବାରରେ ଲାଗିବାକୁ ଥିବା ନାମ କରଣ ଉପରେ ସେମାନେ ଅବଗତ କରାଇଥିଲେ।

ଏହାପରେ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ ପରକ୍ରମା ପ୍ରକଳ୍ପ କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କ ସମେତ ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆ ଦାୟିତ୍ବ ନେବା ପରେ ଶ୍ରୀମନ୍ଦିରରୁ କାର୍ଯ୍ୟ ଆରମ୍ଭ କଲେ ଭି କେ ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍  ଆଜି ବଡିଭୋର ରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଭୋର୍ ୪ ରୁ ୬ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା।

ନୂଆ ଦାୟିତ୍ଵ ଗ୍ରହଣ ପରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ଏହା ଥିଲା ପ୍ରଥମ ସମୀକ୍ଷା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ନୂଆବର୍ଷ ରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ପରିକ୍ରମା ପ୍ରକଳ୍ପ ଲ୍ୟାଣ୍ଡସ୍କେପିଂ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ। ସେ ଶ୍ରୀମନ୍ଦିର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ।

ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର‌୍ୟ୍ୟାପ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ ନିତ୍ୟ ବ୍ୟବହାର ୟୁନିଟଗୁଡିକର ସ୍ଥାନାନ୍ତର, ପରିକ୍ରମା ପ୍ରକଳ୍ପ ର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ।

ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧା ର ବିକାଶ , ପ୍ରମୋଦ ଉଦ୍ୟାନ, ଓ ଶ୍ରୀ ସେତୁ କାମ ର ଅଗ୍ରଗତି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ଏଥି ପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ, ଏସପ୍, ଓବିସିସି ଏମଡି ବିଭିନ୍ନ ଏଜେନ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

୫-ଟି ସଚିବଙ୍କ ପୁରୀ ଗସ୍ତ: ଶ୍ରୀ ସେତୁ ଓ ବାଶେଳୀ ସାହି ଧର୍ମଶାଳା ଓ ସମଙ୍ଗ ପାର୍କିଂ କାମର ଅଗ୍ରଗତି ସମୀକ୍ଷା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।

ପ୍ରଥମେ ଶ୍ରୀ ପାଣ୍ଡିଆନ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ। କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ।

ପରେ ସେ ବାଶେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ହେଉଥିବା ଧର୍ମଶାଳା କାମ ବୁଲି ଦେଖିଥିଲେ। ଏହି ଧର୍ମଶାଳାରେ ଚାରିହଜାର ଲୋକ ରହିବାର ବ୍ୟବସ୍ଥା ଏ କରାଯାଉଛି।

ଏହାସହ ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ ହେଉଥିବା କାର ଓ ବସ ପାର୍କିଂ କାର୍ଯ୍ୟ ମଧ୍ୟ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ। ଏ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ଶ୍ରୀ ପାଣ୍ଡିଆନ ପ୍ରଶାସନକୁ ପରାମର୍ଶ ଦେଉଥିଲେ।

ସୂଚନାଯୋଗ୍ୟ ଯେ, ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରୀ ପାଣ୍ଡିଆନ ଗତ ଶନିବାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

5ଟି ସଚିବଙ୍କ ପୁରୀ ଗସ୍ତ, ମହାପ୍ରଭୁଙ୍କୁ କଲେ ଦର୍ଶନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ

ପୁରୀ: ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ସେ ପ୍ରଥମେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୃଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ ତାଙ୍କର ଧର୍ମପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେଆନ ମଧ୍ୟ ଶ୍ରୀଜୀୟୁଙ୍କୁ ଦର୍ଶନ କରିଛନ୍ତି।

ଏହା ପରେ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଥିଲେ। ଏଥିସହିତ ଶ୍ରୀମନ୍ଦିରର ଆଉ କଣ ଉନ୍ନୟନ କାର୍ଯ୍ୟ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁମତି: ନିର୍ମାଣ କାର୍ଯ୍ୟ ପାଇଁ ରହିଛି ସର୍ତ୍ତ

ଭୁବନେଶ୍ବର: ବହୁ ବାଦ ବିବାଦ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁମତି ମିଳିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ଏହାସହ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର ନିର୍ମାଣ ପାଇଁ ମଧ୍ୟ ଏନଓସି ମିଳିଛି। ଆସନ୍ତୁ ଜାଣିବା ଏହି ପ୍ରକଳ୍ପରେ କେଉଁ କେଉଁ କାର୍ଯ୍ୟ ପାଇଁ ଅନୁମତି ମିଳିଛି….

୧- ପୁରୁଷ, ମହିଳା ଏବଂ ସେବାୟତଙ୍କ ଶୌଚାଳୟ।

୨- ନିୟନ୍ତ୍ରିତ ଅଞ୍ଚଳରେ ରହିବ ସୂଚନା କେନ୍ଦ୍ର, ପୋଲିସ ସେବା କେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଏଟିଏମ ଓ ଦାନବାକ୍ସ।

୩- ୭.୫୦ ମିଟର ଉଚ୍ଚତାର ୨ମହଲା ବିଶିଷ୍ଟ ହେବ ଅଭ୍ୟର୍ଥନା କେନ୍ଦ୍ର

୪- ବ୍ଲକ ରୁମ୍ , ମିନି ରୁମ୍, ଇଲେକ୍ଟ୍ରିକାଲ ରୁମ୍ ଓ ପାଦଚଲା ଅଞ୍ଚଳ

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ସଂପର୍କିତ ଅନେକ ଦୁର୍ଲ୍ଲଭ ଫଟୋଚିତ୍ରକୁ ନେଇ ଆରମ୍ଭ ହେଲା ପ୍ରଦର୍ଶନୀ

ପୁରୀ: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପୁରୀସ୍ଥିତ ଭୋଳାନାଥ ବିଦ୍ୟାପୀଠଠାରେ ଆୟୋଜିତ ଜାତୀୟ ପଲ୍ଲୀଶ୍ରୀ ମେଳାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି।

ଏଥିରେ ବ୍ରିଟିଶ ଚିତ୍ରଶିଳ୍ପୀ ଜେମ୍ସ ଫର୍ଗୁସନ୍‌ଙ୍କ ଦ୍ୱାରା ଅଙ୍କିତ ଚିତ୍ର ଏବଂ ବ୍ରିଟିଶ ଲାଇବ୍ରେରୀରେ ଉପଲବ୍ଧ ୧୮୧୮ ମସିହାରେ ଅଙ୍କିତ ଚିତ୍ର ସମେତ ସେ ସମୟର ରଥଯାତ୍ରାର ଦୁର୍ଲ୍ଲଭ ଫଟୋଚିତ୍ର, ସମୟର ପ୍ରବାହମାନ୍‌ ସ୍ରୋତରେ ଶ୍ରୀମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବିଂଶ ଶତାବ୍ଦୀ ଓ ୨୦୧୬ର ନବକଳେବର, ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ବେଶ, ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣି, ମହାପ୍ରସାଦ ଓ ଛପନଭୋଗ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ଲୀଳାକୁ ନେଇ ପ୍ରକାଶିତ ଡାକଟିକଟ ଓ ଲଫାପା, କୋଭିଡ୍‌ ସମୟର ରଥଯାତ୍ରା ଆଦି ବହୁ ଦୁର୍ଲ୍ଲଭ ଫଟୋ, ତଥ୍ୟାବଳୀ ଓ ସୂଚନା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ସମୂହର ଫଟୋଚିତ୍ର ସ୍ଥାନିତ ହୋଇଛି।

ପ୍ରଦର୍ଶନୀ ମଣ୍ଡପର ବାହାର କାନ୍ଥରେ ସ୍ଥାପିତ ଏଲ୍‌ଇଡି ଭିଡ଼ିଓ ୱାଲ୍‌ରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଫିଲ୍ମ ପ୍ରଦର୍ଶନ କରାଯାଉଛି । ଶ୍ରୀମନ୍ଦିର, ରଥଯାତ୍ରା, ବିଭିନ୍ନ ବେଶ ଓ ଯାନିଯାତ୍ରା ଆଦି ସଂପର୍କିତ ଦୁର୍ଲ୍ଲଭ ଫଟୋଚିତ୍ର ଏବଂ ରାଜ୍ୟ ସରକାରଙ୍କ ଜନହିତକର ଓ ଉନ୍ନୟନମୂଳକ ଯୋଜନାର କାହାଣୀ କହୁଥିବା ଫଟୋଚିତ୍ରଗୁଡ଼ିକ ଦୈନିକ ହାରାହାରି ୧୨ରୁ ୧୫ ହଜାର ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରା ସମେତ ୫-‘ଟି’, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମିକ କଲ୍ୟାଣ, କୃଷକ କଲ୍ୟାଣ, କ୍ରୀଡ଼ା, ଦକ୍ଷତା ବିକାଶ ଆଦି ରାଜ୍ୟର ବିବିଧ ପ୍ରଗତି ସଂପର୍କରେ ବହୁବିଧ ଜ୍ଞାନ ଆହରଣର ଅପୂର୍ବ ସୁଯୋଗ ପ୍ରଦାନ କରୁଛି।

କୋଭିଡ୍‌ କଟକଣା ପାଇଁ ଦୁଇବର୍ଷ ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହେଉଥିବା ଚଳିତ ବର୍ଷର ଏହି ରଥଯାତ୍ରା ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଫଟୋଚିତ୍ର ଓ ତଥ୍ୟ ସମ୍ବଳିତ ପ୍ରଦର୍ଶନୀକୁ ସର୍ବସଧାରଣରେ ଭୂୟସୀ ପ୍ରଶଂସା କରାଯାଉଛି । ମୋଟାମୋଟି ଭାବେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଏହି ପ୍ରଦର୍ଶନୀ ମଣ୍ଡପଟି ପଲ୍ଲୀଶ୍ରୀ ମେଳାରେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ପ୍ରକାଶ ଯୋଗ୍ୟ ଯେ ଗତ ଜୁନ୍‌ ୩୦ ତାରିଖରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପ ଚଳିତ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ବିବିଧ ତଥ୍ୟ ଓ ସୂଚନା ପ୍ରଦାନ କରିବ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହେ..ମହାବାହୁ, ହେ..ମହାବାହୁ.. ଏ ସବୁ ତୁମରି ଲୀଳା ପ୍ରଭୃ, ମୁଁ କିଛି ନୁହେଁ

ଭୁବନେଶ୍ବର: ବହୁ ବିବାଦୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ଆସିବା ପରେ ଅଧିକାଂଶ ଖୁସି ପ୍ରକଟ କରିଛନ୍ତି। ରୋକଠୋକ ଭାବେ ସୁପ୍ରିମ କୋର୍ଟ ଏହି ପ୍ରକଳ୍ପ ଉପରେ କୌଣସି ରହିତାଦେଶ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ସେଥିପାଇଁ ସୁପ୍ରିମକୋର୍ଟରେ ଯେଉଁ ଆବେଦନ ହୋଇଥିଲା କୋର୍ଟ ତାହାକୁ ରଦ୍ଦ କରିଦେଇଛନ୍ତି।

ଆବେଦନକାରୀ ସେମାନଙ୍କ ଆବେଦନରେ ମୁଖ୍ୟ ଦୁଇଟି କଥା ଉଲ୍ଲେଖ କରିଥିଲେ। ତାହାଥିଲା ଯେ, ଏହି ପ୍ରକଳ୍ପ ଶହେ ମିଟର ପରିଧୀ ଭିତରେ କରାଯାଉଛି। ଯାହାଦ୍ବାରା ମନ୍ଦିର ପ୍ରତି ବିପଦ ଆସିବ ବୋଲି କୁହାଯାଇଥିଲା। କୋର୍ଟ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରନ୍ତୁ ବୋଲି ଆବେଦନ କରିଥିଲେ। ଦ୍ବିତୀୟରେ ଏହି ପ୍ରକଳ୍ପର ଅନୁମୋଦନ ଭାରତ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ କରିବା ଉଚିତ। ହେଲେ ତାହା କରାଯାଇ ନାହିଁ କି ଅନୁମତି ନିଆଯାଇ ନାହିଁ। ତେଣୁ ଏହି ପ୍ରକଳ୍ପ ବେଆଇନି।

ଏହି ଦୁଇଟି କାରଣକୁ ସରକାରଙ୍କ ପକ୍ଷରୁ ଉଚିତ ଯବାବ ପ୍ରଦାନ କରାଯାଇଥିଲା। ସେଥିରେ କୁହାଯାଇଥିଲା ଯେ ପ୍ରକଳ୍ପ କାର୍ଯ୍ୟ ପୂର୍ବ ନିର୍ଦ୍ଧାରିତ ସ୍ଥାନରୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ଏଏସଆଇର ଶହେ ମିଟର ପରିଧୀ ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ। ଦ୍ବିତୀୟରେ ଏଏସଆଇ ସହିତ ରାଜ୍ୟ ସରକାର ମିଳିତ ଭାବେ ଏହି ପ୍ରକଳ୍ପ କାର୍ଯ୍ୟ କରିବେ ବୋଲି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଏଏସଆଇ ତରଫରୁ ମଧ୍ୟ ଏଥିରେ ସହମତି ପ୍ରଦାନ କରାଯାଇଥିଲା।

ଏହା ଶୁଣିବା ପରେ କୋର୍ଟ ଆବେଦନକାରୀଙ୍କ ଉପରେ ଉତକ୍ଷିପ୍ତ ହୋଇପଡିଥିଲେ। ଏପରି ଅଯଥା ପିଆଇଏଲ କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କୋର୍ଟ ତାଙ୍କର ରାୟରେ ଏହି ଆବେଦନକୁ ରଦ୍ଦ କରିବା ସହିତ ଆବେଦନକାରୀ କୋର୍ଟର ଅଯଥା ସମୟ ନଷ୍ଟ କରୁଛନ୍ତି ବୋଲି କହିଥିଲେ। ଫଳରେ ଉଭୟଙ୍କୁ ଦଣ୍ଡ ସ୍ବରୁପ ଏକ ଲକ୍ଷ ଟଙ୍କା ଜରିମାନ ମଧ୍ୟ କରିଛନ୍ତି।

ଦୁଇ ଆବେଦନକାରୀ କିଛି ବ୍ୟକ୍ତି ବିଶିଷ୍ଠ ବ୍ୟକ୍ତିଙ୍କୁ ପ୍ରରୋଚନାରେ ନିଜ ନାମ କମାଇବା ପାଇଁ କୋର୍ଟ ଦ୍ବାର ଖଟଖଟ କଲେ। ଏହାର ଫଳ ମଧ୍ୟ ଭୋଗିଲେ। ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅନୁସାରେ ପ୍ରଭୃ ଜଗନ୍ନାଥ ଯାହା କହିବାକୁ ଚାହୁଁଥିଲେ ତାହା ବିଚାରପତିଙ୍କ ତୁଣ୍ଡରେ କୁହାଇଲେ। ସେଥିପାଇଁ ଏତିକି କୁହାଯାଇପାରେ ଯେ, ହେ ପ୍ରଭୃ ଏହି ଲୀଳା ଆପଣଙ୍କର, ଆମେ ନିମିଷେ ମାତ୍ର।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁପ୍ରିମ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଶ୍ରୀମନ୍ଦିର ସେବକଗଣ

ଭୁବନେଶ୍ବର: ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଐତିହାସିକ ରାୟ ଆସିବା ପରେ ସମସ୍ତେ ବେଶ ଖୁସିପ୍ରକଟ କରିଛନ୍ତି। ବିଶେଷ କରି ଯେଉଁମାନେ ଜଗନ୍ନାଥ ସେବକ ସେମାନେ ବେଶ ଖୁସି ପ୍ରକଟ କରିଛନ୍ତି। କାରଣ ସେମାନେ ଏହି ପ୍ରକଳ୍ପ ପାଇଁ ଜମି ଘର ଯୋଗାଇ ଦେଇଛନ୍ତି।

ଆଜି ରାୟ ଆସିବା ପରେ ପୁରୀର ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି। ନବୀନ ନିବାସରେ ସେମାନେ ଏହି ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ ସଚିବ ଭି କେ ପାଣ୍ଡିୟାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପ୍ରକଳ୍ପ କିପରି ଶିଘ୍ର ଶେଷ ହେବ ସେ ନେଇ ପଦକ୍ଷେପ ନେବାକୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଆଜି ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରକଳ୍ପ ଉପରେ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଏଥିରେ କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଏହି ପ୍ରକଳ୍ପ ଉପରେ ଯେଉଁ ରହିତାଦେଶ ପାଇଁ ନିବେଦନ କରିଛନ୍ତି ତାହାକୁ ରଦ୍ଦ କରାଗଲା। ଏହା ସାମୁହିକ ଭକ୍ତଙ୍କ ସ୍ବାର୍ଥ ପାଇଁ କରାଯାଉଥିବାରୁ ଏହା ଉପରେ ରହିତାଦେଶ ଦିଆଯାଇପାରିବ ନାହିଁ। ଏଥିସହିତ ଆବେଦନକାରୀଙ୍କୁ କୋର୍ଟ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଦ୍ବୟ ସେମାନେ ନିଜ ସ୍ବାର୍ଥ ପାଇଁ ଏପରି ଆବେଦନ କରିଛନ୍ତି। ଏଥିରେ କୋର୍ଟର ଅଯଥା ସମୟ ନଷ୍ଟ କରିଛନ୍ତି। ଏଥିପାଇଁ କୋର୍ଟ ଦୁଇ ଆବେଦନକାରୀଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ ମଧ୍ୟ କରିଛନ୍ତି। ଉଭୟଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କହିଲେ..

ଭୁବନେଶ୍ବର: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ସୁପ୍ରିମ କୋର୍ଟ ରାୟ ଆସିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ପ୍ରକଳ୍ପ ଉପରେ ରହିତା ଦେଶ ଦିଆଯାଇପାରିବ ନାହିଁ। ମାମଲାକୁ ରଦ୍ଦ କରିଛନ୍ତି। ଭକ୍ତଙ୍କ ସ୍ବାର୍ଥ ଆଗରେ ପ୍ରକଳ୍ପ କାମ ବନ୍ଦ ହେବ ନାହିଁ। ଯେଉଁମାନେ ଏହାକୁ ବିରୋଧ କରି ଆବେଦନ କରିଥିଲେ ସେମାନେ ନିଜ ସ୍ବାର୍ଥ ପାଇଁ କରିଥିଲେ। ଏପରି ମାମଲା କରି କୋର୍ଟର ଅଯଥା ସମୟ ନଷ୍ଟ କରୁଛନ୍ତି ବୋଲି କୋର୍ଟ କହିଛନ୍ତି। ଏପରିକି ଦୁଇ ଆବେଦନକାରୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଛନ୍ତି।

ଏହି ରାୟ ଆସିବା ପରେ ସାରା ଓଡିଶାରେ ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଇଛି। ଏହିପରି ଏକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, “ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ” । ନବୀନଙ୍କ ଏହି ଟୁଇଟି ସହିତ ସେ ପୁରୀ ଶ୍ରୀମନ୍ଦିରର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧ ପଛରେ ଏକ ବଡ ଗ୍ରୁପ କାମ କରୁଛି; ପିନାକୀ ମିଶ୍ର

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଆଜି ସୁପ୍ରିମ କୋର୍ଟ ରାୟ ଆସିବା ପରେ ସମସ୍ତେ ଅଶ୍ବସ୍ଥି ହୋଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ପ୍ରକଳ୍ପ ଉପରେ ରହିତାଦେଶ ଦିଆଯାଇପାରିବ ନାହିଁ। ଭକ୍ତଙ୍କ ସ୍ବାର୍ଥ ଆଗରେ ପ୍ରକଳ୍ପ କାମ ବନ୍ଦ ହେବ ନାହିଁ। ଯେଉଁମାନେ ଏହାକୁ ବିରୋଧ କରି ଆବେଦନ କରିଥିଲେ ସେମାନେ ନିଜ ସ୍ବାର୍ଥ ପାଇଁ କରିଥିଲେ। ଏପରି ମାମଲା କରି କୋର୍ଟର ଅଯଥା ସମୟ ନଷ୍ଟ କରୁଛନ୍ତି ବୋଲି କୋର୍ଟ କହିଛନ୍ତି।

ଏହି ରାୟ ଆସିବା ପରେ ସାଂସଦ ତଥା ବରିଷ୍ଠ ଓକିଲ ପିନାକୀ ମିଶ୍ର ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେଉଁ ଦୁଇଜଣ ଏହି ଆବେଦନ କରିଥିଲେ ସେମାନେ ଦେଶର ଦୁଇଜଣ ନାମୀ ଓକିଲଙ୍କୁ ଛିଡା କରିଥିଲେ। ସେମାନେ ମାମଲା ଲଢେଇ ପାଇଁ ଯେତିକି ଫି ନିଅନ୍ତି ତାହା ସାଧାରଣ ଲୋକେ ଦେବା ସମ୍ଭବ ନୁହେଁ। ତେଣୁ ଯେଉଁ ଦୁଇ ଆବେଦନକାରୀ ଏହି ଓକିଲଙ୍କୁ ଛିଡା କରିଥିଲେ ସେମାନେ କୌଣସି ଏକ ଗ୍ରୁପ ଦ୍ବାରା ଆର୍ଥିକ ସହାୟତା ହାସଲ କରିଛନ୍ତି। ତାହା ଲୋକେ ବିଚାର କରନ୍ତୁ ବୋଲି ପିନାକୀ କହିଛନ୍ତି।

ପିନାକୀ ଟୁଇଟ କରି କହିଛନ୍ତି ଯେ, ପ୍ରଭୃ ଜଗନ୍ନାଥ ତାଙ୍କର କଥାକୁ ବିଚାରପତିଙ୍କ ମାଧ୍ୟମରେ କହିଲେ। ନବୀନ ପଟ୍ଟନାୟକ ପୁରୀକୁ ଯେଉଁ ବିଶ୍ବ ସ୍ତରୀୟ ତୀର୍ଥସ୍ଥଳ କରିବା ପାଇଁ କହିଛନ୍ତି ସେଥିରେ କେହି ବାଧା ଦେବେ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BIG BREAKING: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଂଗ, ଆସିଲା ସୁପ୍ରିମ ରାୟ

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରାୟ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ଭକ୍ତଙ୍କ ସ୍ବାର୍ଥଦୃଷ୍ଟିରୁ ଏହି ଆବେଦନକୁ ସୁପ୍ରିମକୋର୍ଟ ରଦ୍ଧ କରିଦେଇଛନ୍ତି। ସେ ରାୟରେ କହିଛନ୍ତି ଯେ, ଆବେଦନକାରୀ ଦ୍ବୟ ଏପରି ଅଯଥା ଆବେଦନ କରି କୋର୍ଟର ସମୟ ଅଯଥା ବରବାଦ କରୁଛନ୍ତି। ସେଥିପାଇଁ ଦୁଇ ଆବେଦନକାରୀଙ୍କୁ ଏକ ଲକ୍ଷଟଙ୍କା ଲେଖାଏଁ ଜରିମାନା କରାଯାଇଛି।

ଶ୍ରୀମନ୍ଦିର ପ୍ରକଳ୍ପକୁ ବିରୋଧକରି ଦୁଇଜଣ କୋର୍ଟରେ ଆବେଦନ କରିଥିଲେ। ଏଥିରେ ଦର୍ଶାଇଥିଲେ ଯେ, ଏହି ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି। ସେଥିପାଇଁ କୋର୍ଟ ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଗତକାଲି କୋର୍ଟ ଉଭୟ ପକ୍ଷ ଶୁଣିବା ପରେ ଆଜି ଏହି ରାୟ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ହେଲେ ଶଙ୍କରାଚାର୍ଯ୍ୟ

ପୁରୀ: ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବୁଧବାର ଦିନ ପୁରୀର ଚାଲିଥିବା ଶ୍ରୀମନ୍ଦିର ପାରିକ୍ରମା ପ୍ରକଳ୍ପ (ହେରିଟେଜ୍ କରିଡର ପ୍ରକଳ୍ପ) ଉପରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ପ୍ରକଳ୍ପକୁ ବିରୋଧ କରିଛନ୍ତି।

ଏହି ପ୍ରକଳ୍ପ ବିରୋଧରେ ସ୍ୱର ଉତ୍ତୋଳନ କରି ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ବିକାଶ ନାମରେ ଐତିହ୍ୟର ବିନାଶ ହେବା ଅନୁଚିତ। ଶ୍ରୀମନ୍ଦିରକୁ ସୈନ୍ଦର୍ଯ୍ୟକରଣ ପ୍ରକଳ୍ପ ନାମରେ ପିକନିକ୍ ସ୍ଥାନରେ ପରିଣତ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ତୀର୍ଥସ୍ଥାନ ଏକ ମନୋରଞ୍ଜନ ଏବଂ ଭୋଗର କେନ୍ଦ୍ରରେ ପରିଣତ ନ କରିବା ରାଜ୍ୟ ପ୍ରଶାସନର ଦାୟିତ୍ବ ଅଟେ। “ଆମେ ବିକାଶକୁ ସମର୍ଥନ କରୁ, କିନ୍ତୁ ବିକାଶ ନାମରେ ତୀର୍ଥଯାତ୍ରୀ ସ୍ଥାନଗୁଡିକର ଅସ୍ତିତ୍ୱ ବିଲୋପ କରିବା ସପକ୍ଷରେ ନାହୁଁ। ରାସ୍ତାର ପ୍ରଶସ୍ତିକରଣ ନାମରେ ମଠଗୁଡିକ ଭାଙ୍ଗି ଦିଆଯାଉଛି ଯାହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ମଧ୍ୟ କାଢି ଦିଆଯାଉଛି ଏବଂ ଏହି ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। ଏହା ଦେବତାମାନଙ୍କର କ୍ରୋଧକୁ ଆମନ୍ତ୍ରଣ କରିବ ଏବଂ ଏହି ରାଜ୍ୟର ଲୋକମାନେ ଏହାର ପରିଣାମର ସମ୍ମୁଖୀନ ହେବେ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ଶଙ୍କରାଚାର୍ଯ୍ୟ କହିଛନ୍ତି ପୁରୀ ହେଉଛି ଓଡିଶାର ତୀର୍ଥ ରାଜଧାନୀ। ସରକାର ଏହି ତପୋଭୂମୀକୁ ଭୋଗଭୂମୀ ରେ ପରିଣତ କରିବା ଉଚିତ୍ ନୁହେଁ। ପୁରୀ ବେଳାଭୂମି ପୂର୍ବରୁ ଏକ ପାନୀୟ ସ୍ଥାନ ପାଲଟିଛି। ହେଲେ ପବିତ୍ର ସହରକୁ ସୁରାସୁନ୍ଦରୀର କେନ୍ଦ୍ର କରାଯିବା ଉଚିତ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

ଏକ ଧର୍ମନିରପେକ୍ଷ ପ୍ରଶାସନ କେବଳ ଧାର୍ମିକ ସ୍ଥାନ ସହ ଜଡିତ କାର୍ଯ୍ୟରେ ସହଯୋଗ ବୃଦ୍ଧି କରିପାରିବ କିନ୍ତୁ ନିଷ୍ପତ୍ତି ଗ୍ରହଣ କରିପାରିବ ନାହିଁ। ବିକାଶ ନାମରେ ପୁରୀର ବିକୃତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବା ଉଚିତ୍ ବୋଲି ସେ କହିଛନ୍ତି।

ଶଙ୍କରାଚାର୍ଯ୍ୟଙ୍କ ଏପରି ମତ ପରେ ଉଭୟ କଂଗ୍ରେସ ଓ ବିଜେପି ଦଳ ତରଫରୁ ସମର୍ଥନ କରାଯାଇଛି। ରାଜ୍ୟ ସରକାର ତୁରନ୍ତ ଏହି ପ୍ରକଳ୍ପକୁ ବନ୍ଦ କରନ୍ତୁ ବୋଲି ବିଜେପି ତରଫରୁ ଦାବୀ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂକ୍ରାନ୍ତରେ ଆଜି ବିଜେଡି ତରଫରୁ ଦିଆଗଲା ଏପରି ପ୍ରତିକ୍ରିୟା

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି। ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା। ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା ଅନୁମୋଦନ କରାଯାଇଥିଲା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ୍‍ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଓଡିଶା ସରକାରଙ୍କ ନିକଟକୁ ଆସିଥିଲା ଯାହାକୁ ସରକାର ଅନୁମୋଦନ କରିପାରିଥାନ୍ତେ। କିନ୍ତୁ ଏହା କରିବା ବଦଳରେ ପ୍ରକଳ୍ପକୁ ଓଡିଶା ବିଧାନସଭା ମାଧ୍ୟମରେ ଓଡିଶାର ଲୋକଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଠାରେ ଏହି ଯୋଜନାଟି ସମସ୍ତ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା।

ଯୋଜନା ଅନୁମୋଦନ ହେବା ପରେ ଏହାକୁ ଜାତୀୟ ଐତହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ)କୁ ପଠାଯାଇଥିଲା ଯିଏ କି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏନ୍‌ଏମ୍‌ଏର ଅନୁମୋଦନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ଏହି ସମାରୋହ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ କାମ ଆରମ୍ଭ ହେଲା।

ଏଏସ୍‍ଆଇ କିଛି ପରାମର୍ଶ ଦେଇଥିଲା ଯାହା ବିଧିବଦ୍ଧ ଭାବରେ ସାମିଲ କରାଯାଇଥିଲା ଏବଂ ସେହି ଅନୁଯାୟୀ ସଂଶୋଧନ କରାଯାଇଥିଲା। ସାଧାରଣ ଲୋକ ଏବଂ ବିଭିନ୍ନ ସଂଗଠନ ସହିତ ପରାମର୍ଶ କରିବା ପରେ, ଓଡ଼ିଶା ବିଧାନସଭା ଦ୍ୱାରା ଏହି ଯୋଜନାକୁ ସର୍ବସମ୍ମତି କ୍ରମେ ପାସ୍ କରିବା ଏବଂ ପରବର୍ତ୍ତୀ ସମୟରେ ଏନ୍‍ଏମ୍‌ଏ ଦ୍ୱାରା ଏହି ଯୋଜନା ଅନୁମୋଦନ ହେବାପରେ କାର୍ଯ୍ୟକାରୀ ହେଉଛି। ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ଆଶା କରାଯାଉଛି ଯେ ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ୍‍।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘଟଣା: କାର୍ଯ୍ୟ ସ୍ଥଗିତ ରଖିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇନ୍‌ଟାକ୍

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଗିତ ରଖିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଇନ୍‌ଟାକ୍ ଚିଠି ଲେଖିଛି। ଏହି ମାମଲା ହାଇକୋର୍ଟରେ ବିଚାରଧିନ ଥିବାରୁ କାମ ସ୍ଥଗିତ କରିବା ପାଇଁ ଚିଠିରେ କୁହାଯାଇଛି। ବର୍ତ୍ତମାନ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ରହିଛି। ତେଣୁ ହାଇକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ସୁପ୍ରିମକୋର୍ଟ ଯିବେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିବାଦ କମିବାରେ ନାଁ ଧରୁନାହିଁ। ପରିକ୍ରମା ପ୍ରକଳ୍ପକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପ୍ରଶ୍ନ ଉଠାଇଛି। ଏହି ପ୍ରକଳ୍ପ କାର୍ଯ୍ୟର ଖନନ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ସୁରକ୍ଷା ଅଭିଯାନ ଦାବି କରିଛି। ଯଦି ଖନନ କାର୍ଯ୍ୟ ବନ୍ଦ ନକରାଯାଏ, ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଏହାସହିତ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେବ ବୋଲି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ କହିଛି। ପ୍ରକଳ୍ପର ଖନନ କାର୍ଯ୍ୟକୁ ରହିତାଦେଶ ପାଇଁ ନିବେଦନ କରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

Categories
ବିଶେଷ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି: ପିନାକୀ ମିଶ୍ର

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି। ବରଂ ଏଏସ୍‌ଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ ଆଧାରରେ ଏବଂ କେଉଁ କ୍ଷମତା ବଳରେ କାମ ବନ୍ଦ ରଖିବା ଉଚିତ୍ ବୋଲି କହୁଛନ୍ତି? ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଏଏସ୍‌ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଆଜି ପ୍ରକଳ୍ପ ବିରୋଧୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର।

ଗଣମାଧ୍ୟମରେ ମତ ରଖି ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାର ଯାହା କାମ କରୁଛନ୍ତି ଆଇନ୍‌ର ପରିସରରେ ରହି କରୁଛନ୍ତି। ଶୌଚାଳୟ, ଡ୍ରେନ୍ ଏବଂ ବୈଦ୍ୟୁତିକ ନିର୍ମାଣ ଆମ୍‌ସାର ଆଇନ୍ ପରିସରରେ ଆସୁନାହିଁ, ତେଣୁ ଏହିସବୁ କାମ କରାଯାଇପାରିବ ବୋଲି ନିଜେ ଏଏସ୍‌ଆଇ ତାଙ୍କ ସତ୍ୟପାଠରେ କହିଛନ୍ତି। ଏହାଛଡ଼ା ଏନ୍‌ଏମ୍‌ଏ ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଆମକୁ ଏଥିପାଇଁ ୪ ସେପ୍ଟେମ୍ବର ୨୦୨୧ରେ ଏନ୍‌ଓସି ଦେଇଛନ୍ତି ବୋଲି ଆଡ୍‌ଭୋକେଟ୍ ଜେନେରାଲ ହାଇକୋର୍ଟରେ କହିଛନ୍ତି।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଏଏସ୍‌ଆଇ ନିଜର ସତ୍ୟପାଠରେ ଉଲ୍ଲେଖ କରିଥିବା କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭିନ୍ନ ମତ ରହିଛି ବୋଲି ଆଡ୍‌ଭୋକେଟ୍ ଜେନେରାଲ ମାନ୍ୟବର ହାଇକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇଛନ୍ତି। ସେଥିପାଇଁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆବେଦନକାରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦିଆଯାଉ ବୋଲି ବାରମ୍ବାର ନିବେଦନ କରିଥିଲେ। ମାତ୍ର ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ବରଂ ରାଜ୍ୟ ସରକାର ଓ ଏଏସ୍‌ଆଇ ପରସ୍ପର ଭିତରେ ସମନ୍ୱୟ ରଖି କାମ ଜାରି ରଖିବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀର ଲୋକ ଏହି ପରିକ୍ରମା ପ୍ରକଳ୍ପ କାମ ହେଉ ବୋଲି ଚାହୁଁଛନ୍ତି ବୋଲି ଦର୍ଶାଇ ଶ୍ରୀ ମିଶ୍ର କହିଛନ୍ତି ଯେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ସ୍ପର୍ଶକାତର ସମସ୍ୟାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଉପଲବ୍ଧି କଲା ପରେ ଲୋକଙ୍କ ସୁବିଧା ଲାଗି ଏନ୍‌ଏମ୍‌ଏର ଏନ୍‌ଓସି ନେଇ ଶୌଚାଳୟ ଆଦି ନିର୍ମାଣ କରୁଛନ୍ତି।

ଅନ୍ୟପକ୍ଷରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଯୁଗ୍ମ ଅନୁଧ୍ୟାନ ପରେ ଏନେଇ ଏଏସ୍‌ଆଇ ସତ୍ୟପାଠରେ ଯେଉଁସବୁ ବିଷୟ ଉଲ୍ଲେଖ କରିଛି, ହାଇକୋର୍ଟ ଏହାକୁ ଅସ୍ପଷ୍ଟ ବୋଲି ଦର୍ଶାଇଛନ୍ତି ଏବଂ ଏହି ନିର୍ମାଣ କାର୍ଯ୍ୟ ମନ୍ଦିର ଉପରେ କ୍ଷତି ପହଞ୍ଚାଇବ କି ନାହିଁ ତାହା ଉପରେ ଅଧିକ ଅନୁଧ୍ୟାନ କରି ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟ ଦେବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ ପାଇଁ ସମୟ ଦେବା ସହ କାମ ଜାରି ରଖିବାକୁ କହିଛନ୍ତି।

ହାଇକୋର୍ଟ ସ୍ପଷ୍ଟ ଭାବେ ଏଭଳି ନିର୍ଦ୍ଦେଶ ଦେବା ପରେ ପ୍ରକଳ୍ପ କାମ ବନ୍ଦ କରିବାକୁ କାହାର ସତ୍‌ସାହାସ ହେଉଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଗଣମାଧ୍ୟମରେ ଏନେଇ ମତ ରଖିବା ପରେ ଶ୍ରୀ ମିଶ୍ର ତାଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି ଏବଂ ଯେଉଁମାନେ ପାର୍ଲାମେଣ୍ଟ ଯିବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆଇନ୍‌ର ଜ୍ଞାନ ହାସଲ କରନ୍ତୁ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ଏଏସଆଇ ଟିମ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କଲେ ଅନୁଧ୍ୟାନ

ପୁରୀ: ପୁରୀରେ ଏଏସଆଇ ଟିମ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ୩ ଜଣିଆ ଏଏସଆଇ ଟିମ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ଵରେ ଏହି ଉଚ୍ଚସ୍ତରୀୟ ଟିମ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଓବିସିସି ଓ ଟାଟା ପ୍ରୋଜେକ୍ଟ କର୍ତ୍ତୁପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଆଲୋଚନା କରିଛନ୍ତି।

ତେବେ ଏଏସଆଇଙ୍କୁ ଏସଂକ୍ରାନ୍ତରେ ଗଣମାଧ୍ୟମ ଦ୍ଵାରା ପ୍ରଶ୍ନ କରାଯିବାରୁ ସେ ଉତ୍ତର ରଖିବାକୁ ମନା କରିଦେଇଛନ୍ତି। ଏହି ମାମଲା ଓଡିଶା ଉଚ୍ଚନ୍ୟାୟଳୟରେ ଥିବାରୁ ଏଏସଆଇ କର୍ତ୍ତୁପକ୍ଷ କୌଣସି ଉତ୍ତର ରଖିବାକୁ ମନାକରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ମାମଲା: ଜବାବ ତଲବ କଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘଟଣା ଏବେ ହାଇକୋର୍ଟରେ ପହଞ୍ଚିଛି। ଏହି ସଂକ୍ରାନ୍ତରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏବଂ ଏଏସଆଇକୁ ହାଇକୋର୍ଟ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୭ ତାରିଖରେ ଏସମ୍ପର୍କିତ ଉତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ଅଛି କି ନାହିଁ, କିଏ ଏହାର ନିର୍ମାଣ କାର୍ଯ୍ୟ କରୁଛି, କଣ ନିର୍ମାଣ ହେଉଛି, ଏହି ସବୁ ପ୍ରଶ୍ନର  ଜବାବ ରକିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।