ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧ ପଛରେ ଏକ ବଡ ଗ୍ରୁପ କାମ କରୁଛି; ପିନାକୀ ମିଶ୍ର

Published: Jun 3, 2022, 12:50 pm IST

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଆଜି ସୁପ୍ରିମ କୋର୍ଟ ରାୟ ଆସିବା ପରେ ସମସ୍ତେ ଅଶ୍ବସ୍ଥି ହୋଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ପ୍ରକଳ୍ପ ଉପରେ ରହିତାଦେଶ ଦିଆଯାଇପାରିବ ନାହିଁ। ଭକ୍ତଙ୍କ ସ୍ବାର୍ଥ ଆଗରେ ପ୍ରକଳ୍ପ କାମ ବନ୍ଦ ହେବ ନାହିଁ। ଯେଉଁମାନେ ଏହାକୁ ବିରୋଧ କରି ଆବେଦନ କରିଥିଲେ ସେମାନେ ନିଜ ସ୍ବାର୍ଥ ପାଇଁ କରିଥିଲେ। ଏପରି ମାମଲା କରି କୋର୍ଟର ଅଯଥା ସମୟ ନଷ୍ଟ କରୁଛନ୍ତି ବୋଲି କୋର୍ଟ କହିଛନ୍ତି।

ଏହି ରାୟ ଆସିବା ପରେ ସାଂସଦ ତଥା ବରିଷ୍ଠ ଓକିଲ ପିନାକୀ ମିଶ୍ର ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେଉଁ ଦୁଇଜଣ ଏହି ଆବେଦନ କରିଥିଲେ ସେମାନେ ଦେଶର ଦୁଇଜଣ ନାମୀ ଓକିଲଙ୍କୁ ଛିଡା କରିଥିଲେ। ସେମାନେ ମାମଲା ଲଢେଇ ପାଇଁ ଯେତିକି ଫି ନିଅନ୍ତି ତାହା ସାଧାରଣ ଲୋକେ ଦେବା ସମ୍ଭବ ନୁହେଁ। ତେଣୁ ଯେଉଁ ଦୁଇ ଆବେଦନକାରୀ ଏହି ଓକିଲଙ୍କୁ ଛିଡା କରିଥିଲେ ସେମାନେ କୌଣସି ଏକ ଗ୍ରୁପ ଦ୍ବାରା ଆର୍ଥିକ ସହାୟତା ହାସଲ କରିଛନ୍ତି। ତାହା ଲୋକେ ବିଚାର କରନ୍ତୁ ବୋଲି ପିନାକୀ କହିଛନ୍ତି।

ପିନାକୀ ଟୁଇଟ କରି କହିଛନ୍ତି ଯେ, ପ୍ରଭୃ ଜଗନ୍ନାଥ ତାଙ୍କର କଥାକୁ ବିଚାରପତିଙ୍କ ମାଧ୍ୟମରେ କହିଲେ। ନବୀନ ପଟ୍ଟନାୟକ ପୁରୀକୁ ଯେଉଁ ବିଶ୍ବ ସ୍ତରୀୟ ତୀର୍ଥସ୍ଥଳ କରିବା ପାଇଁ କହିଛନ୍ତି ସେଥିରେ କେହି ବାଧା ଦେବେ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

Related posts