Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ପରିକ୍ରମା କଲା ଅର୍ପଣ ରଥ
ଆଞ୍ଚଳିକ

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ପରିକ୍ରମା କଲା ଅର୍ପଣ ରଥ

January 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ଚଳିତ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅର୍ପଣ ରଥ ପରିକ୍ରମା କରୁଛି। ଏହି ଅବସରରେ ଆଜି ପୂର୍ବାହ୍ନରେ ବାଲୁଗାଁ ଏନଏସି ଠାରେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଅର୍ପଣ ରଥକୁ ସ୍ୱାଗତ କରି ୧ନଂ ୱାର୍ଡ ଅନ୍ତର୍ଗତ ଅଶୋକ ନଗର, ସୂର୍ଯ୍ୟ ନଗର ଓ ଶାନ୍ତି ନଗର ପରିକ୍ରମା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଯୁବ ସଂଗଠକ ସନ୍ତୋଷ ପାଇକରାୟ, ବିଜେଡି ନଗରମଣ୍ଡଳ ସଭାପତି ଜୟନ୍ତ ସ୍ୱାଇଁ, ସମସ୍ତ କାଉନସିଲର, ଏନଏସି କର୍ମଚାରୀ, ମିଶନ ଶକ୍ତିର ଶତାଧିକ ମହିଳା ଏବଂ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇ ଶହ ଶହ ଶ୍ରଦ୍ଧାଳୁଙ୍କ ଘରୁ ଗୁଆ, ଚାଉଳ, ନଡିଆ ସଂଗ୍ରହ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀ ସହ ମହିଳା ଓ ପୁରୁଷ ଜଗନ୍ନାଥ ପ୍ରେମୀଙ୍କ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଥିଲା ପରିବେଶ। ଘରେ ଘରେ ମହିଳା ଓ ପୁରୁଷମାନେ ସ୍ୱତଃପ୍ରତ ଭାବେ ଅକ୍ଷତ ଅରୁଆ ଚାଉଳ, ନଡିଆ ଓ ଗୁଆ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।

ଅନୁରୂପ ଭାବେ ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର, ସୋରଣ, ହାଟବରଡି, ଆଙ୍କୁଲା, ସିଙ୍ଗେଶ୍ୱର, ସାନନଈରୀ ଆଦି ପଞ୍ଚାୟତରେ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯିବାସହ ପ୍ରତି ପଞ୍ଚାୟତର ନୋଡାଲ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଜଗନ୍ନାଥ ପ୍ରେମୀ ମହିଳା ଓ ପୁରୁଷ ମାନେ ଘରକୁ ଘର ବୁଲି ଚାଉଳ,ଗୁଆ ସଂଗ୍ରହ କରିଥିଲେ।

ଅର୍ପଣ ରଥ ବାଲୁଗାଁ ଏନଏସି ଲୋକାର୍ପଣ ଉତ୍ସବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁକାନ୍ତି ପାଇକରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ରୁଷରୁ ତୈଳ ଏବଂ ଗ୍ୟାସ କ୍ରୟ ପାଇଁ ଭାରତ ଉପରେ ଲାଗୁ ହେବ ନାହିଁ ଶୁଳ୍କ

October 17, 2026

ମାନବିକ ଭାବନା ଓ ଅଭିବ୍ୟକ୍ତି ମଧ୍ୟରେ ଏକ ସୃଜନଶୀଳ ସେତୁର ଭୂମିକା ନିର୍ବାହ କରେ ସାହିତ୍ୟ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.