Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କାଳିଆ ଛାତ୍ରବୃତ୍ତିରେ ରାଜ୍ୟ ସରକାର କଲେ ବଡ ପରିବର୍ତ୍ତନ, ସାମିଲ କଲେ ଏହି ସବୁ ବ୍ୟବସ୍ଥା
ଜାତୀୟ ଖବର

କାଳିଆ ଛାତ୍ରବୃତ୍ତିରେ ରାଜ୍ୟ ସରକାର କଲେ ବଡ ପରିବର୍ତ୍ତନ, ସାମିଲ କଲେ ଏହି ସବୁ ବ୍ୟବସ୍ଥା

December 29, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
କାଳିଆ ଛାତ୍ରବୃତ୍ତି
କାଳିଆ ଛାତ୍ରବୃତ୍ତିରେ ରାଜ୍ୟ ସରକାର କଲେ ବଡ ପରିବର୍ତ୍ତନ, ସାମିଲ କଲେ ଏହି ସବୁ ବ୍ୟବସ୍ଥା

ଭୁବନେଶ୍ବର: ଉଚ୍ଚଶିକ୍ଷା ଲାଭ ନିମନ୍ତେ କାଳିଆ ଯୋଜନାରେ ହିତାଧିକାରୀଙ୍କ ପିଲାମାନଙ୍କୁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି। କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପଯୋଗୀ ହେବ ଏବଂ ଏହା ଦ୍ୱାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇଛି।

ଆଜି ଏହି ମର୍ମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସଂଶୋଧିତ ‘କାଳିଆ ଛାତ୍ରବୃତ୍ତି’ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟ ଓ ରାଜ୍ୟ ବାହାରର ପି୍ରମିୟର ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ୍‌ଇଣ୍ଡିଆ ସର୍ଭେ ଅନ୍‌ ହାୟାର ଏଜୁକେସନ୍‌ କୋଡ଼ ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି।

ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ଗ୍ରାଜୁଏସନ୍‌ ପାଠ୍ୟକ୍ରମ, ଏମ୍‌ବିବିଏସ୍‌, ବିଡ଼ିଏସ୍‌, ବିଏଚ୍‌ଏମ୍‌ଏସ୍‌, ବି. ଫାର୍ମା, ବିଏସ୍‌ସି (ନର୍ସିଂ), ପିବିବିଏସ୍‌ସି ନର୍ସିଂ, ବିଏସ୍‌ସି (ସମ୍ମାନ) କୃଷି, ବିଭିଏସ୍‌ସି ଆଣ୍ଡ ଏଏଚ୍‌, ବିଏସ୍‌ସି (ସମ୍ମାନ) ଉଦ୍ୟାନ କୃଷି, ବିଏସ୍‌ସି (ସମ୍ମାନ) ଫରେଷ୍ଟ୍ରି, ବିଏସ୍‌ସି (ଫିସରିଜ୍‌ ସାଇନ୍ସ), ବିଏସ୍‌ସି (କମୁ୍ୟନିଟି ସାଇନ୍ସ), ବିଟେକ୍‌ (ଏଗ୍ରି ଇଞ୍ଜିନିୟରିଂ), ବି.ଟେକ୍‌/ବି.ଇ ସାମିଲ ଥିଲା। ବର୍ତ୍ତମାନ ଏହାକୁ ପରିବର୍ଦ୍ଧିତ କରାଯାଇ ବିବିଏ ଓ ବିସିଏ ପାଠ୍ୟକ୍ରମ ସାମିଲ କରାଯିବା ସହିତ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ତତୁଲ୍ୟ ପାଠ୍ୟକ୍ରମ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି।

ସେହିପରି ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମ ଯେପରି ଏମ୍‌.ଟେକ୍‌, ଏମ୍‌ଏସ୍‌ (ଏଗ୍ରି), ଏମ୍‌ଏସ୍‌ସି (ଫରେଷ୍ଟ୍ରି), ମେଡ଼ିକାଲ ସାଇନ୍ସରେ ପିଜି ପାଠ୍ୟକ୍ରମ, ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଫାର୍ମ ଏବଂ ତତୁଲ୍ୟ ମାଷ୍ଟର ପ୍ରୋଗ୍ରାମ ପାଠ୍ୟକ୍ରମକୁ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି। ପୋଷ୍ଟ ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ ସର୍ବାଧିକ ଦୁଇବର୍ଷ ଏବଂ ପି.ଏଚ୍‌.ଡ଼ି କୋର୍ସ ପାଇଁ ୪ ବର୍ଷ ପାଇଁ ବୃତ୍ତି ଦିଆଯିବ। ପି.ଏଚ୍‌.ଡ଼ି ପାଠ୍ୟକ୍ରମଟି ତାଲିକାଭୁକ୍ତ ହୋଇଥିବା ପିଜି ପାଠ୍ୟକ୍ରମସଂପୃକ୍ତ ହୋଇଥିବା ଆବଶ୍ୟକ ଏବଂ ଏହା କେବଳ ରାଜ୍ୟ ଭିତରର ସରକାରୀ ଶିକ୍ଷାନୁଷ୍ଠାନ କ୍ଷେତ୍ର ପାଇଁ ଲାଗୁ ହେବ।

ସେହିପରି ଡିପ୍ଲୋମା ପାଠ୍ୟକ୍ରମ ଡି. ଫାର୍ମ, ଡିଏମ୍‌ଏଲ୍‌ଟି, ଡିଏମ୍‌ଆର୍‌ଟି, ଅପଥାଲ୍‌ମିକ୍‌ ଆସିଷ୍ଟାଣ୍ଟ/ସର୍ଜିକାଲ ଅପଥାଲିମିକ୍‌ ଆସିଷ୍ଟାଣ୍ଟ, ଜି.ଏନ୍‌.ଏମ୍‌, ଏ.ଏନ୍‌.ଏମ୍‌, ସାଇକି୍ରୟାଟିକ୍‌ ନର୍ସିଂ, ପଲିଟେକ୍‌ନିକ୍‌ ଆଣ୍ଡ ଏଗ୍ରି ପଲିଟେକ୍‌ନିକ୍‌ ଏବଂ ରାଜ୍ୟର ଆଇଟିଆଇର ବିଭିନ୍ନ ଟ୍ରେଡ୍‌ର ବିଦ୍ୟାର୍ଥୀମାନେ ମଧ୍ୟ କାଳିଆ ଛାତ୍ରବୃତ୍ତି ପାଇବେ।

ଏଥି ସହିତ ରାଜ୍ୟ ତଥା ରାଜ୍ୟ ବାହାରର ପି୍ରମିୟର ସରକାରୀ ଶିକ୍ଷାନୁଷ୍ଠାନ ଯଥା ଏନ୍‌ଆଇଟି, ଆଇଆଇଟି, ଆଇଆଇଏମ୍‌, ଏମସ୍‌, ଆଇସିଏଆର୍‌, ଆଇଏଆର୍‌ଆର୍‌, ଆଇଭିଆର୍‌ଆଇ, ସିଆଇଏଫ୍‌ଇ, ଏନ୍‌ଡିଆର୍‌ଆଇ, ଆଇଜର, ନାଇଜର ଆଦି ଶିକ୍ଷାନୁଷ୍ଠାନରେ ବୈଷୟିକ କିମ୍ବା ବୃତ୍ତିଗତ ପାଠ୍ୟକ୍ରମକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଆବଶ୍ୟକ ହେଲେ ଭବିଷ୍ୟତରେ ପାଠ୍ୟକ୍ରମ ତାଲିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସଂଶୋଧିତ କରାଯିିବ।

କାଳିଆ ଯୋଜନାରେ ଚାଷ ନିମନ୍ତେ କିମ୍ବା ଭୂମିହୀନ କୃଷି ପରିବାରକୁ ଜୀବିକାନିର୍ବାହ ନିମନ୍ତେ କାଳିଆ ସହାୟତା ରାଶି ପାଉଥିବା ହିତାଧିକାରୀମାନଙ୍କ ପିଲାମାନେ ଏହି ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସ୍ତରରେ ଛାତ୍ରଙ୍କ କାଳିଆ ଛାତ୍ରବୃତ୍ତି ଅବେଦନ ଯାଞ୍ଚ ସମୟରେ ଛାତ୍ରଛାତ୍ରୀଙ୍କ ପିତାମାତା କାଳିଆ ଯୋଜନା ନିମନ୍ତେ ଯୋଗ୍ୟ ବିବେଚିତ ହେଉଥିବା ଆବଶ୍ୟକ।

ସେଲଫ୍‌ ଫାଇନାନ୍‌ସିଂ ପାଠ୍ୟକ୍ରମ ପାଇଁ ବୃତ୍ତି ଦିଆଯିବ ନାହିଁ। କେବଳ ଗୋଟିଏ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ବୃତ୍ତି ଦିଆଯିବ।

ସରକାରୀ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀମାନେ ଦାଖଲ କରିଥିବା କସନ୍‌ ମନି ବ୍ୟତୀତ ଟୁ୍ୟସନ୍‌ ଫିସ୍‌, ବାର୍ଷିକ ଫିସ୍‌, ଏକକାଳୀନ ଫିସ୍‌, ହଷ୍ଟେଲ ଖର୍ଚ୍ଚ ଏବଂ ଅନ୍ୟ ଖର୍ଚ୍ଚ ଆଦି ସଂପୃକ୍ତ ବିଦ୍ୟାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ସିଧାସଳଖ ପ୍ରେରଣ କରାଯିବ। ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କୋର୍ସ ଫିସ୍‌ ହାରରେ ଛାତ୍ରବୃତ୍ତି ପ୍ରଦାନ କରାଯିବ।

ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ବୈଷୟିକ କିମ୍ବା ବୃତ୍ତିଗତ ପାଠ୍ୟକ୍ରମରେ ପିଏଚ୍‌ଡ଼ି କରୁଥିବା ବିଦ୍ୟାର୍ଥୀଙ୍କୁ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ପ୍ରକୃତ ଫିସ୍‌ ଅନୁସାରେ ବୃତ୍ତି ପ୍ରଦାନ କରାଯିବ । ଯଦି ବିଦ୍ୟାର୍ଥୀ ପାଠ୍ୟକ୍ରମରେ କୌଣସି ଫେଲୋସିପ୍‌ କିମ୍ବା ସହାୟତା ପାଉଥାଆନ୍ତି, ତେବେ ସେହି ରାଶିକୁ କୋର୍ସ ଫିସରୁ ବାଦ ଦିଆଯାଇ ବୃତ୍ତି ପ୍ରଦାନ କରାଯିବ।
ରାଜ୍ୟ କିମ୍ବା ରାଜ୍ୟ ବାହାରର ପ୍ରିମିୟର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରସ୍ତାବିତ ଫିସ କିମ୍ବା ସର୍ବାଧିକ ଏକ ଲକ୍ଷ ଟଙ୍କା, ଯେଉଁଟି କମ୍‌ ହେବ ତାହା ଛାତ୍ରବୃତ୍ତି ଭାବରେ ପ୍ରଦାନ କରାଯିବ।

ପୁନଶ୍ଚ ୟୁଜି, ପିଜି, ପିଏଚ୍‌ଡ଼ି ଏବଂ ପି୍ରମିୟର ଶିକ୍ଷାନୁଷ୍ଠାନରେ ହଷ୍ଟେଲର ମେସ୍‌ ଖର୍ଚ୍ଚ ବାବଦରେ ମାସକୁ ୧୨୦୦ ଟଙ୍କା ଏବଂ ଡିପ୍ଲୋମା, ପଲିଟେକ୍‌ନିକ୍‌, ଆଇଟିଆଇ ବିଦ୍ୟାର୍ଥୀମାନଙ୍କୁ ମାସକୁ ଏକ ହଜାର ଟଙ୍କା ବର୍ଷର ୧୦ ମାସ ପାଇଁ ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଦିଆଯିବ।

ବିଦ୍ୟାର୍ଥୀମାନେ ଯଦି ଛାତ୍ରବୃତ୍ତି ଆବେଦନ ସମୟରେ କୌଣସି ମିଥ୍ୟା ତଥ୍ୟ ପ୍ରଦାନ କରିଥିବେ, କିମ୍ବା ପାଠପଢ଼ା ଛାଡ଼ିଦେବେ, କିମ୍ବା ଅନ୍ୟକୌଣସି ବୃତ୍ତି ପାଉଥିବେ ତେବେ କାଳିଆ ଛାତ୍ରବୃତ୍ତି ରଦ୍ଦ କରିଦିଆଯିବ। ବିଦ୍ୟାର୍ଥୀମାନେ ଯଦି ଅନ୍ୟ କୌଣସି ବୃତ୍ତି ପାଉଥାଆନ୍ତି ଏବଂ କାଳିଆ ଛାତ୍ରବୃତ୍ତିକୁ ପରିବର୍ତ୍ତନ କରିବାକୁ ଚାହାନ୍ତି, ତେବେ ସେ କ୍ଷେତ୍ରରେ ସେମାନେ ଆବେଦନ ସମୟରେ ଉଲ୍ଲେଖ କରିବା ଆବଶ୍ୟକ।

ଛାତ୍ରଛାତ୍ରୀମାନେ http://scholarship.odisha.gov.in କମନ୍‌ ସ୍କଲାରସିପ୍‌ ପୋର୍ଟାଲରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ଅନ୍‌ଲାଇନ୍‌ରେ କାଳିଆ ଛାତ୍ରବୃତ୍ତି ପାଇଁ ଅବେଦନ ଓ ନବୀକରଣ ନିମନ୍ତେ ବର୍ଷକୁ ଦୁଇଥର ପୋର୍ଟାଲ ଖୋଲାରହିବ । ପ୍ରଥମ ଥର ଜୁଲାଇ/ଅଗଷ୍ଟ ମାସରେ ଏବଂ ଦ୍ୱିତୀୟ ଥର ନଭେମ୍ବର/ଡିସେମ୍ବର ମାସରେ ବିଦ୍ୟାର୍ଥୀମାନେ ସ୍କଲାର୍‌ସିପ୍‌ ପାଇଁ ଆବେଦନ କରିପାରିବେ।

କାଳିଆ କାଳିଆ ଛାତ୍ରବୃତ୍ତି ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.