
ଗୌହାଟି: ଆସାମର ଡେରଗାଓଁରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଆଜି ସକାଳେ ୪୫ ଜଣ ଲୋକଙ୍କୁ ନେଇ ଯାଉଥିବା ବସ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ବସ୍ରେ ଫସି ରହିଥିବା ଲୋକଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ଲୋକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।
ଆଜି ସକାଳ ପ୍ରାୟ ୫ ଟା ସମୟରେ ଆସାମର ଗୋଲାଘାଟ ଜିଲ୍ଲାର ଡେରଗାଓଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ। ବସ୍ରେ ଥିବା ସମସ୍ତ ୪୫ ଜଣ ପିକନିକ୍ କରିବାକୁ ଯାଉଥିଲେ। ସମସ୍ତଙ୍କୁ ତିନସୁକିଆର ତିଲିଙ୍ଗା ମନ୍ଦିରକୁ ଯିବାର ଥିଲା। କିନ୍ତୁ ବାଟରେ ଡେରାଗାଓଁରେ ବସ୍ ଆଗରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଯାନର ଗତି ବହୁତ ଅଧିକ ଥିଲା ଯେଉଁଥିପାଇଁ ବସର ଆଗ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ଏବଂ ଭିତରେ ବସିଥିବା ୧୪ ଜଣ ଲୋକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।