Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷ ହେଲା କାର୍ତ୍ତିକ ପାଣ୍ଡିଆନଙ୍କ ସୁନ୍ଦରଗଡ ଗସ୍ତ, ୯୭୦ କୋଟି ଟଙ୍କା ପ୍ରକଳ୍ପର କଲେ ସମୀକ୍ଷା
ଜାତୀୟ ଖବର

ଶେଷ ହେଲା କାର୍ତ୍ତିକ ପାଣ୍ଡିଆନଙ୍କ ସୁନ୍ଦରଗଡ ଗସ୍ତ, ୯୭୦ କୋଟି ଟଙ୍କା ପ୍ରକଳ୍ପର କଲେ ସମୀକ୍ଷା

January 5, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link
VKPandian
ଶେଷ ହେଲା କାର୍ତ୍ତିକ ପାଣ୍ଡିଆନଙ୍କ ସୁନ୍ଦରଗଡ ଗସ୍ତ, ୯୭୦ କୋଟି ଟଙ୍କା ପ୍ରକଳ୍ପର କଲେ ସମୀକ୍ଷା

ଭୁବନେଶ୍ବର: ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଥିସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଗତ ୮ମାସ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାକୁ ୯୭୦ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଭେଟି ଦେଇଥିବା ସୂଚନା ଦେଇଛନ୍ତି। ଏଥପୂର୍ବରୁ ଗତ ମାର୍ଚ୍ଚ ୧୨ତାରିଖରେ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି, ଅଭିଯୋଗ, ଦାବି ସମ୍ବଳିତ ଦରଖାସ୍ତ ଗ୍ରହଣ କରିଥିଲେ।

ଏହିସବୁ ଦରଖାସ୍ତ ଆଧାରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥ ମଂଜୁର କରିଛନ୍ତି।ଚଳିତ ଥର ଗସ୍ତ ସମୟରେ ମଧ୍ୟ ଲୋକଙ୍କଠୁ ଦରଖାସ୍ତ ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।ଲୋକମାନେ ଦେଉଥିବା ଦରଖାସ୍ତ ସମ୍ପର୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନଠାରୁ ଲୋକେ ପ୍ରତି ଉତ୍ତର ପାଇବେ। ଦରଖାସ୍ତରେ ଥିବା ସମସ୍ୟାର କେବେ ସମାଧାନ ହେବ।ଯଦି ସମାଧାନ ହୋଇପାରିବ ନାହିଁ ତାହେଲେ କାହିଁକି ସମାଧାନ ହୋଇପାରିବ ନାହିଁ, ସେ ସମ୍ପର୍କରେ ମଧ୍ୟ ସୂଚନା ପ୍ରତି ଉତ୍ତରରେ ରହିବ ବୋଲି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସୁନ୍ଦରଗଡ ଜିଲ୍ଲାରେ କହିଛନ୍ତି।

ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲାଗସ୍ତର ଦ୍ୱିତୀୟ ଦିନରେ ପାଣ୍ଡିଆନ ଜିଲ୍ଲାରେ ଥିବା ୪ଟି ନିର୍ବାଚନ ମଣ୍ଡଳି ସୁନ୍ଦରଗଡ, ରାଜଗାଙ୍ଗପୁର, ବୀରମିତ୍ରପୁରର ନୂଆଗାଁ ଏବଂ ବଣେଇ ନିର୍ବାଚନ ମଣ୍ଡଳିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସାଧାରଣ ସଭାରେ ଲୋକଙ୍କଠାରୁ ସ୍ଥାନୀୟ ସମସ୍ୟା ସମ୍ବଳିତ ଦରଖାସ୍ତ ଗ୍ରହଣ କରିଥିଲେ। ଦରଖାସ୍ତ ଗ୍ରହଣ ବେଳେ ପାଣ୍ଡିଆନ କହିଥିଲେ ଯେ, ଗତମାର୍ଚ୍ଚ ୧୨ତାରିଖରେ ଆସିଥିବା ବେଳେ ସେ ଯେଉଁ ସବୁ ଦରଖାସ୍ତ ସଂଗ୍ରହ କରି ନେଇଥିଲେ ତାଭିତରୁ ୯୦ପ୍ରତିଶତ ଦରଖାସ୍ତର ଦାବି ପୂରଣ ହୋଇଛି ବା ସମସ୍ୟାର ସମାଧାନ ହୋଇଛି।

ଏହି ୯୦ ପ୍ରତିଶତ ଦାବି ପୂରଣ ଓ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଅର୍ଥ ଓଡିଶାବାସୀଙ୍କ।ଏହାକୁ ସ୍ୱଚ୍ଛତାର ସହ ବିନିଯୋଗ କରିବାର ଆବଶ୍ୟକତା ରହିଛି। ଭଲ କାମ କଲେ ପରବର୍ତ୍ତି ପର‌୍ୟ୍ୟାୟ ଅନୁଦାନ ମିଳିବାରେ ଅସୁବିଧା ରହିବ ନାହିଁ। ସାମୁହିକ କାମକୁ ନିଜ ଘର କାମ ଭାବି ସ୍ୱଚ୍ଛତାର ସହ କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନବୀନ ଓଡିଶା ସାକାର ହେବ ଓ ଏକ ସଶକ୍ତ ଓଡିଶା ଗଠନ ହେବ ବୋଲି କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲାର ୩ଟି ଯାକ ସାଧାରଣ ସଭାରେ କହିଛନ୍ତି।

ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ଓ ଚାଷୀଙ୍କ ସମସ୍ୟା ଓ ରୂପାନ୍ତରଣ ନେଇ ଥିବା ସମସ୍ୟାର ସମାଧାନ ୧୦ ଦିନ ଭିତରେ ହେବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତ ଦେଇଥିଲେ।ଏ ସରକାର ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ କି ବିଜେଡିର ସରକାର ନୁହେଁ, ବରଂ ଏହା ଲୋକଙ୍କ ସରକାର। ତେଣୁ ଏଠି ଲୋକ ଯାହା ଚାହିଁବେ ତାହା ହିଁ ହେବ ବୋଲି ପାଣ୍ଡାଆନ ଦୋହରାଇ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସଂପ୍ରତି ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ -ନବୀନ କାର୍ଡର ପଞ୍ଜିକରଣ ୬ ତାରିଖରୁ ୧୬ତାରିଖ ପର‌୍ୟ୍ୟନ୍ତ ହେଉଥିବା ସୂଚନା ଦେବା ସହ ସବୁ ଗ୍ରାମାଞ୍ଚଳବାସୀ ଏହାର ଲାଭ ଉଠାଇବା ଲାଗି ଆହ୍ୱାନ ଦେଇଥିଲେ।

ସେହିଭଳି ଜିଲ୍ଲାରେ ଫେବ୍ରୁଆରୀ ମାସରେ ଲକ୍ଷ୍ମୀ ବସଗଡିବ।ପ୍ରତି ପଞ୍ଚାୟତରୁ ବ୍ଲକକୁ ଦୈନିକ ୩ଥର ଏହି ବସ ଯାଆସ କରିବ। ମହିଳା ଏବଂ ଛାତ୍ରଛାତ୍ରୀମାନେ ରିହାତି ଦରରେ ଅର୍ଥାତ ମାତ୍ର ୫ ଟଙ୍କାରେ ଯାଆସ କରିପାରିବେ ବୋଲି ପାଣ୍ଡିଆନ ସୂଚନା ଦେଇଥିଲେ। ବିଭିନ୍ନ ସଭାରେ ପାଣ୍ଡିଆନଙ୍କ ତୃତୀୟ ଗୁରୁତ୍ୱପୂର୍ଣ୍ଣ ସୂଚନାଟି ଥିଲା ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କରେ। ସେ କହିଥିଲେ ଯେ, ପଞ୍ଚାୟତ ସ୍ତରରେ ବ୍ୟାଙ୍କ ସୁବିଧା ନ ଥିବାରୁ ମିଶନ ଶକ୍ତିମା ଓ ଅନ୍ୟାନ୍ୟ ଲୋକେ ବହୁ ହଇରାଣ ହରକତ ହେଉଛନ୍ତି। ତାକୁ ଦୂର କରିବା ପାଇଁ ରାଜ୍ୟ ସରକାର ୨ ମାସ ମଧ୍ୟରେ ପ୍ରତି ପଞ୍ଚାୟରେ ବ୍ୟାଙ୍କ ଖୋଲିବେ।

ସୁନ୍ଦରଗଡରୁ ବହୁ ଦକ୍ଷ ତଥା ପ୍ରତିଭାବାନ ହକି ଖେଳାଳି ବାହାରି ଜାତୀୟ ସ୍ତରରେ ନାଁ କରିଛନ୍ତି।ସୁନ୍ଦରଗଡବାସୀ ହକିକୁ ଭଲପାଉ ଥିବାରୁ ଏ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧିକ ଦୁର୍ବଳତା ରହିଛି।ହକି ବିଶ୍ୱକପ ଆୟୋଜନ ପାଇଁ ଆସିଥିବା ପ୍ରସ୍ତାବ ବେଳେ ମୁଖ୍ୟମନ୍ତ୍ରୀ ଏହାକୁ କେବଳ ଭୁବନେଶ୍ୱରରେ ଆୟୋଜନ ନ କରି ହକିର ରାଜଧାନୀ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଆୟୋଜନ କରିବା ପାଇଁ ଅଣ୍ଟା ଭିଡି ଥିଲେ। କୌଣସି ଭିତ୍ତିଭୂମି ନ ଥିଲେ ମଧ୍ୟ ମାତ୍ର ୩ ବର୍ଷ ମଧ୍ୟରେ ବିଶ୍ୱର ସବୁଠୁ ବଡ ହକି ଷ୍ଟାଡିଅମରୁ ଆରମ୍ଭ କରି ବିମାନ ବନ୍ଦର, ଖେଳାଳିଙ୍କ ରହିବା ଲାଗି ହକି ଗ୍ରାମ ପ୍ରତିଷ୍ଠା କରିଥିଲେ।ଏଥିପାଇଁ ମୁଖ୍ୟମନ୍ତ୍ରୀ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ସୁନ୍ଦରଗଡର ସମଲେଇ ମନ୍ଦିରରେ ପହଂଚି ମା ସମଲେଇଙ୍କ ଦର୍ଶନ ଓ ଆଳତି କରିଥିଲେ କାର୍ତ୍ତିକ ପାଣ୍ଡିଆନ।ଏହାପରେ ମା ସମଲେଇ ମନ୍ଦିରର ସୌନ୍ଦର‌୍ୟ୍ୟକରଣ କାମର ଅଗ୍ରଗତି ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଆଲୋଚନା କରିଥିଲେ। ଆସନ୍ତା ୧୦ଦିନ ଭିତରେ ଜିଲ୍ଲାବାସୀଙ୍କୁ ରାଜ୍ୟ ସରକାର ଖୁସି ଖବରଦେବେ।ସେମାନଙ୍କର ଯାହା ଦାବି ଅଛି ତାହା ପୂରଣ ହେବ ବୋଲି କହିଛନ୍ତି। ସମଲେଇ ମନ୍ଦିର ସମେତ ରାଉରକେଲା ବେଦବ୍ୟାସ ମନ୍ଦିର, ଗୋଘର ଶିବମନ୍ଦିର, ଓ ବେଲସରା ଶିବ ମନ୍ଦିର ରୂପାନ୍ତରଣ ସମୀକ୍ଷା ମଧ୍ୟ କରିଥିଲେ ପାଣ୍ଡିଆନ। ରାଜଗାଙ୍ଗପୁର ଠାରେ ଆୟୋଜିତ ଆଜିର ଦ୍ୱିତୀୟ କାର‌୍ୟ୍ୟକ୍ରମରେ ରେଲୱେ ଓଭରବ୍ରିଜରୁ ମନ୍ଦିର ରୂପାନ୍ତରଣ ପର‌୍ୟ୍ୟନ୍ତ ବିଭିନ୍ନ ବିକାଶମୂଳକ କାମର ହିସାବ ଦେଇଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।

ମାର୍ଚ୍ଚ ୧୨ ତାରିଖରେ ସେ ରାଜଗାଙ୍ଗପୁର ଆସିଥିଲେ।ସେତେବେଳେ ନେଇଥିବା ପ୍ରାୟ ୪୦ଟି ଦରଖାସ୍ତରୁ ୩୫ଟିର ସମାଧାନ ହୋଇ ସାରିଛି।୯୦ ପ୍ରତିଶତ ଦରଖାସ୍ତ ପାଇଁ ଟଙ୍କାମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ରାଜଗାଙ୍ଗପୁରରେ ରେଲୱେ ଓଭର ବ୍ରିଜ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ୧୫ବର୍ଷ ହେଲା କାମ ପଡିରହି ଥିଲା।ଲୋକେ ଦାବି କରିବା ପରେ ଏଥିପାଇଁ ୪୮କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିବା ସହ କାମ ଚାଲିଛି।

ବେଦବ୍ୟାସ ମନ୍ଦିରର ସଂପୂର୍ଣ୍ଣ ରୂପାନ୍ତରଣ ପାଇଁ ୧୪ କୋଟି ୫୦ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ସେହିପରି ସାବିତ୍ରୀ ଦେବୀ ମହିଳା ମହାବିଦ୍ୟାଳୟ, ଡାଲମିୟା କଲେଜ ଓ ବେଦବ୍ୟାସ ମହାବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟିଏ ୨୫ ଲକ୍ଷ ଲେଖାଏଁ ମଂଜୁର କରାଯାଇଛି। ରାଜଗାଙ୍ଗପୁରର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଗୁଡ଼ିକୁ ୫ଞରେ ସାମିଲ କରି ରୂପାନ୍ତରଣ ପାଇଁ ଟଙ୍କା ମଂଜୁର ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ସବୁକାମ ସରିବ।କେବଳ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଶହେ କୋଟିରୁ ଅଧିକ ଟଙ୍କା ମଂଜୁର କରିଛନ୍ତି।

ରାଜଗାଙ୍ଗପୁରଠାରେ ସାଧାରଣ ସଭାରେ ଯୋଗ ଦେବା ପରେ ବିଭିନ୍ନ ସଂଖ୍ୟଲଘୁ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ଭେଟିଥିଲେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ।ହମୀରପୁର ଚର୍ଚ୍ଚର ବିଷପ୍ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟରପ୍ ରତିନିଧିମାନେ ବିଭିନ୍ନ ବିକାଶ ମୂଳକକାର‌୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏ ଅବସରରେ ଧନ୍ୟବାଦ ଦେଇଥିଲେ। ରାଜଗାଙ୍ଗପୁର ପରେ ବୀରମିତ୍ରପୁର ନିର୍ବାଚନମଣ୍ଡଳିର ନୂଆଗାଁଠାରେ ଆୟୋଜିତ ସାଧାରଣସଭାରେ ଯୋଗ ଦେଇ ଥିଲେ କାର୍ତ୍ତିକ ପାଣ୍ଡିଆନ। ଏଠାରେ ସେ କହିଥିଲେ ଯେ, ବୀରମିତ୍ରପୁର ପାଇଁ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେଇଛନ୍ତି।ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ଦୁଇଟି ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଛନ୍ତି।

ଚଳିତ ଶିକ୍ଷାବର୍ଷଠାରୁଏହି କଲେଜରେ ପିଲାମାନେ ଭର୍ତ୍ତି ହେବେ।ଗତ ମାର୍ଚ୍ଚ ୧୨ତାରିଖରେ ସେ ବୀରମିତ୍ରପୁର ଆସିଥିଲେ। ସେ ସମୟରେ ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଦାବି ହୋଇଥିଲା।ଗୋଟିଏ ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇଟି ସରକାରୀ କଲେଜ ଖୋଲାଯିବା ନଜୀର ଅନ୍ୟ କେଉଁଠି ନାହିଁ।କିନ୍ତୁ ମୁଖ୍ୟମନ୍ତ୍ରୀ ବୀରମିତ୍ରପୁର ପାଇଁ ଏହା କରିଛନ୍ତି। ଏହି ସଭାରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ସହଯୋଗ ମାଗିଥିଲେ ୫ଟିି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସୁନ୍ଦରଗଡ଼ ଜିଲ୍ଲାର ବଣାଇ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବଣେଇଠାରେ ଗସ୍ତ ଦ୍ୱିତୀୟ ଦିନର ଶେଷ ସଭାକୁ ସମ୍ବୋଧିତ କରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବଣାଇ ଅଂଚଳର ବାବୁନୂଆଗାଁରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ଡାବୁ ନୂଆଗାଁରେ ହଜାର ହଜାର ସଂଖ୍ୟାରେ ଜନତାଙ୍କ ସମାଗମ ହୋଇଥିଲା। ଆଦିବାସୀ ସମ୍ପ୍ରଦାୟ ବହୁଳ ଏହି ଅଂଚଳରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗୁରୁଣ୍ଡିଆ ବ୍ଲକରେ ଗୋଟିଏ ନୂଆ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଘୋଷଣା କରିଥିଲେ। ଅନେକ ଦିନଧରି ଏଠାକାର ଛାତ୍ରଛାତ୍ରୀ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଦାବି କରି ଆସୁଥିଲେ। ଛାତ୍ରଛାତ୍ରୀଙ୍କ ଦାବି ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ। ଚଳିତ ବର୍ଷରୁ ଏହି କଲେଜରେ ପାଠପଢା ଆରମ୍ଭ ହେବ।

ସେହିପରି ବାଣେଶ୍ୱର ମନ୍ଦିର ପାଇଁ ୧କୋଟି୨୦ଲକ୍ଷ ଅନୁଦାନ ମଂଜୁର ହୋଇଥିବା ସୂଚନା ଦେଇଥିଲେ। ବଣାଇଗଡ଼ କଲେଜର ଉନ୍ନତି ପାଇଁ ୧କୋଟି ଅନୁଦାନ।ଗୁରୁଣ୍ଡିଆ ପଞ୍ଚାୟତ ହାୟର ସେକଣ୍ଡାରୀ ସ୍କୁଲ ପାଇଁ ୨୫ ଲକ୍ଷ ଅନୁଦାନ ଅନୁମୋଦନ ହୋଇଥିବା କହିଥିଲେ।ବଣାଇରେ ଥିବା ସରକାରୀ ହସ୍ପିଟାଲରେ ଖୋଲିବ ସ୍ୱତନ୍ତ୍ର ଡାୟାଲିସିସ ୟୁନିଟ୍।ଏଥି ଲାଗି ସରକାର ୧କୋଟି୮୧ ଲକ୍ଷ ମଂଜୁର କରିଛନ୍ତି।

ସୁନ୍ଦରଗଡ଼ର ସବୁ ସ୍କୁଲ ଓ କଲେଜକୁ ମୁଖ୍ୟମନ୍ତ୍ରୀ ଫାଇଭ ଟି ରେ ସାମିଲ କରିଛନ୍ତି।ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ, ଇ-ଲାବୋରେଟରି ଓ ସାଇନ୍ସକ୍ଲାସର ସୁବିଧା ପାଇବେ। ଏହା ସହ ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇବାକୁ ଆହ୍ୱାନ କରିଛନ୍ତି ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପ୍ରଥମ ଦିନରେ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲାର କିରେଇ ଓ ବାଲିଶଙ୍କରାଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ।

vkpandian ଭିକେପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025
Latest News

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.