Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରକାଶ ପାଇଲା ଓଡିଶାର ଚୁଡାନ୍ତ ଭୋଟର ତାଲିକା, ଆଶାତିତ ଭାବେ ବୃଦ୍ଧି ପାଇଛି ଯୁବ ଭୋଟର ସଂଖ୍ୟା
ଜାତୀୟ ଖବର

ପ୍ରକାଶ ପାଇଲା ଓଡିଶାର ଚୁଡାନ୍ତ ଭୋଟର ତାଲିକା, ଆଶାତିତ ଭାବେ ବୃଦ୍ଧି ପାଇଛି ଯୁବ ଭୋଟର ସଂଖ୍ୟା

January 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bihar Election 2025
ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ୧୨୧ ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡିଶାର ନୂଆ ଭୋଟର ତାଲିକା। ଏହି ତାଲିକା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି। ସେହି ଅନୁସାରେ ଏଥର ଓଡିଶାରେ ମୋଟ ଭୋଟର ସଂଖ୍ୟା ହେଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦। ଗତ ବର୍ଷ ଅକ୍ଟୋବରରେ ଯେଉଁ ଡ୍ରାପ୍ଟ ତାଲିକା ପ୍ରକାଶ ପାଇଥିଲା ସେଥିରେ ଏହି ସଂଖ୍ୟା ଥିଲା ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩। ଅର୍ଥାତ ଚୁଡାନ୍ତ ତାଲିକାରେ ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟ ଅଧିକ ଯୋଡି ହୋଇଛନ୍ତି। ସେହିପରି ଚଳିତ ବର୍ଷ ୭ ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟର ବାଦ ପଡିଛନ୍ତି।

ତେବେ ସିଇଓ କାର୍ଯ୍ୟାଳୟର ଡାଟା ଅନୁସାରେ ଚଳିତ ବର୍ଷ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦। ଗତବର୍ଷ ଡ୍ରାଫ୍ଟ ତାଲିକାରେ ଏହି ତୃତୀୟ ଲିଙ୍ଗି ସଂଖ୍ୟା ଥିଲା ୩ ହଜାର ୪୦୬। ଅନ୍ୟପକ୍ଷରେ ଗତ ବର୍ଷ ଡ୍ରାଫ୍ଟ ତାଲିକାରେ ପୁରୁଷ ଭୋଟର ସଂଖ୍ୟା ଥିଲା ୧ କୋଟି ୬୬ ଲକ୍ଷ ୩୦ ହଜାର ୯୨୯ ଏବଂ ମହିଳା ଭୋଟର ସଂଖ୍ୟା ଥିଲା ୧ କୋଟି ୬୦ ଲକ୍ଷ ୨୦ ହଜାର ୮୭୮ ।

ଏହି ପରିସଂଖ୍ୟାନରୁ ଜଣାପଡିଛି ଯେ, ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ଡ୍ରାଫ୍ଟ ତାଲିକାଠାରୁ ଚୁଡାନ୍ତ ତାଲିକାରେ ବେଶ ବୃଦ୍ଧି ପାଇଛି। ହିସାବ ଅନୁସାରେ ଡ୍ରାଫ୍ଟ ତାଲିକାରେ ଯୁବ ଭୋଟର ସଂଖ୍ୟା ଥିଲା ୨୮୪୧୪୮। ତେବେ ଚୁଡାନ୍ତ ତାଲିକାରେ ଏହି ସଂଖ୍ୟା ୭୫୪୯୪୬। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ ଯୁବ ଭୋଟର ସଂଖ୍ୟା ୪୭୦୭୯୮ ଭୋଟର ବୃଦ୍ଧି ଘଟିଛି। ମୁଖ୍ୟତଃ ଯୁବ ଭୋଟରଙ୍କୁ ଯୋଡିବା ପାଇଁ ଯେଉଁ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା ସେଥିରେ ଏହି ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି।

ତେବେ ଭିନ୍ନକ୍ଷମ ଭୋଟର ଡ୍ରାଫ୍ଟ ତାଲିକାରୁ ଚୁଡାନ୍ତ ତାଲିକାରେ ହ୍ରାସ ପାଇଛି। ପୂର୍ବରୁ ୪ ଲକ୍ଷ ୬୫ ହଜାର ୩୫୬ ଥିବା ବେଳେ ଚୁଡାନ୍ତ ତାଲିକାରେ ଏହି ସଂଖ୍ୟା ୪ ଲକ୍ଷ ୫୭ ହଜାର ୮୨୧ ରହିଛି। ସେହିପରି ରାଜ୍ୟରେ ବରିଷ୍ଠ ନାଗିରକ ସଂଖ୍ୟା ମଧ୍ୟ ୬ ଲକ୍ଷ ୮୫ ହଜାର ୦୪୮। ଡ୍ରାଫଟ ତାଲିକାରେ ଏହି ସଂଖ୍ୟା ଅଧିକ ରହିଥିଲା। ସେଥିରେ ବରିଷ୍ଠ ନାଗରିକ ସଂଖ୍ୟା ୭ ଲକ୍ଷ ୮୭ ହଜାର ୧୦୨ ଥିଲା।

voter ଭୋଟର ଭୋଟର ତାଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

February 16, 2026

ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ, ଜନସେବା କ୍ଷେତ୍ରରେ ସେ ଥିଲେ ବେଶ ପରିଚିତ

February 16, 2026

ଭାରତ ମଣ୍ଡପମରେ ଆରମ୍ଭ ହେଲା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬

February 16, 2026

ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?

February 16, 2026
Latest News

ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

February 16, 2026

ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ, ଜନସେବା କ୍ଷେତ୍ରରେ ସେ ଥିଲେ ବେଶ ପରିଚିତ

February 16, 2026

ଭାରତ ମଣ୍ଡପମରେ ଆରମ୍ଭ ହେଲା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬

February 16, 2026

ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?

February 16, 2026

ଖୁବ୍ ଶୀଘ୍ର ରତ୍ନଭଣ୍ଡାରର ଗଣତି ମଣତି: SOP ସମ୍ପର୍କରେ ମୁଖ୍ୟମନ୍ତ୍ରୀ କଲେ ବିସ୍ତୃତ ଆଲୋଚନା

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.