Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରୁ ଉତ୍ପାଦନ ହେବ ଆନ୍ଥରାକ୍ସ ଓ ଇ.ଏନ୍‌.ଟି.ଭି ଟିକା, ସ୍ବାକ୍ଷରିତ ହେଲା ଚୁକ୍ତିନାମା
ଜାତୀୟ ଖବର

ଓଡିଶାରୁ ଉତ୍ପାଦନ ହେବ ଆନ୍ଥରାକ୍ସ ଓ ଇ.ଏନ୍‌.ଟି.ଭି ଟିକା, ସ୍ବାକ୍ଷରିତ ହେଲା ଚୁକ୍ତିନାମା

January 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରୁ ଉତ୍ପାଦନ ହେବ ଆନ୍ଥରାକ୍ସ ଓ ଇ.ଏନ୍‌.ଟି.ଭି ଟିକା, ସ୍ବାକ୍ଷରିତ ହେଲା ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ୫-‘ଟି’ ଉପକ୍ରମରେ ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓ ଇ.ଏନ୍‌.ଟି.ଭି ଟିକାର ଉତ୍ପାଦନ ନିମନ୍ତେ ଏକ ଅତ୍ୟାଧୁନିକ ଜି.ଏମ୍‌.ପି (ଗୁଡ଼୍‌ ମୁନୁଫାକ୍‌ଚରିଂ ପ୍ରାକଫିସେସ୍‌) ଲାବୋରେଟୋରୀ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରାଣୀସଂପଦ ବିକାଶ ବିଭାଗ ଏବଂ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ମଧ୍ୟରେ ଏହି ଚୁକ୍ତିନାମା ସମ୍ବଳିତ ନଥିପତ୍ର ବିନିମୟ ହୋଇଛି। ୩୬ ମାସ ମଧ୍ୟରେ ୫୨.୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଲାବୋରେଟୋରୀରେ ବାର୍ଷିକ ୫୦ ଲକ୍ଷ ଆନ୍ଥ୍ରାକ୍ସ ଓ ୨ କୋଟି ଇ.ଏନ୍‌.ଟି.ଭି ବିଜାଣୁ ଟିକା ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଚୁକ୍ତିନାମାରେ ପ୍ରାଣୀପାଳନ ଓ ପାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରମାଶିଷ ହାଜରା ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ସିନିୟର ଜେନେରାଲ୍‌ ମ୍ୟାନେଜର ଶ୍ରୀ ସୁନୀଲ ସିହ୍ନା ସ୍ୱାକ୍ଷର କରିଥିଲେ ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଫଳରେ ରାଜ୍ୟ ସବୁକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରାଣୀପାଳନ ରାଜ୍ୟର ଚାଷୀମାନଙ୍କ ରୋଜଗାର ଓ ଆୟବୃଦ୍ଧି ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ ସେମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରାଣଘାତୀ ରୋଗର ପ୍ରତିଷେଧକ ଟିକା ଉତ୍ପାଦନ ରାଜ୍ୟର ପ୍ରାଣୀସଂପଦ କଲ୍ୟାଣ କ୍ଷେତ୍ର୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

କୋଭିଡ୍‌-୧୯ ମହାମାରୀ ସମୟରେ ରାଜ୍ୟ ସରକାର ଅନ୍ୟ ରାଜ୍ୟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଅକ୍ସିଜେନ୍‌ ଯୋଗାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଏହି ଅତ୍ୟାଧୁନିକ ଟିକା ଉତ୍ପାଦନ କେନ୍ଦ୍ର ସ୍ଥାପନ ପରେ ଓଡ଼ିଶା ଟିକା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ରାଜ୍ୟକୁ ଟିକା ଯୋଗାଣ କରିବାରେ ସମର୍ଥ ହୋଇପାରିବ।

ଏହି ଜି.ଏମ୍‌.ପି କେନ୍ଦ୍ର ନିର୍ମାଣ କରିବାରେ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ପରାମର୍ଶଦାତା, ପର୍ଯ୍ୟବେକ୍ଷକ ତଥା ପରିଚାଳନାଗତ ସେବା ପ୍ରଦାନକାରୀ ସଂସ୍ଥା ରୂପେ ସହଯୋଗ କରିବା ସହିତ ଏହି ଲାବୋରେଟୋରୀକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପର୍ଯ୍ୟନ୍ତ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ଚୁକ୍ତିନାମା ହୋଇଛି।

ଏହି ଜି.ଏମ୍‌.ପି ଲାବୋରେଟୋରୀ ପ୍ରତିଷ୍ଠା ମାଧ୍ୟମରେ ପୂର୍ବୋକ୍ତ ଟିକା ଦୁଇଟିର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଭବିଷ୍ୟତରେ ପୂର୍ଣ୍ଣତଃ ଆତ୍ମନିର୍ଭରଶୀଳ ରାଜ୍ୟ ରୂପେ ଉଭା ହୋଇପାରିବ। ଏହା ଦ୍ୱାରା ପ୍ରାଣୀସଂପଦର ଉତ୍ତମ ରୋଗ ପ୍ରତିଷେଧକ ବ୍ୟବସ୍ଥା ତଥା ପ୍ରାଣିପାଳକଙ୍କର ଆର୍ଥିକ ମାନଦଣ୍ଡରେ ଉନ୍ନତି ହୋଇପାରିବ।

ଏହା ଉଲ୍ଲେଖନୀୟ ଯେ ଆନ୍ଥ୍ରାକ୍ସ ଓ ଇ.ଏନ୍‌.ଟି.ଭି ବିଜାଣୁ ରୋଗର ନିରାକରଣ ନିମନ୍ତେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ପ୍ରତିଷେଧକ ଟିକା ଉତ୍ପାଦନ ଲାବୋରେଟୋରୀ ଦେଶର ଏକ ଅନନ୍ୟ ଲାବୋରେଟୋରୀ ଭାବେ ପରିଗଣିତ ହେବ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ବରିଷ୍ଠ ଜେନେରାଲ ମ୍ୟାନେଜର ଶ୍ରୀ ସୁନୀଲ ସିହ୍ନା, ନାବାର୍ଡର ସିଜିଏମ୍‌ ଶ୍ରୀ ସୁଧାଂଶୁ କେ. କେ. ମିଶ୍ର ପ୍ରମୁଖ ନୂତନ ଜ୍ଞାନକୌଶଳରେ ପ୍ରତିଷେଧକ ଟିକା ଉତ୍ପାଦନ ପ୍ରାଣୀସଂପଦର ଉତ୍ତମ ପ୍ରତିଷେଧକ ବ୍ୟବସ୍ଥା ଓ ଏହା ପ୍ରାଣୀପାଳକମାନଙ୍କ ଆଥିକ ମାନଦଣ୍ଡର ଉନ୍ନତିରେ ସହାୟକ ହେବ ବୋଲି କହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ବାଇକକୁ ଧକ୍କା ଦେଲା ଆମ ବସ

April 25, 2026

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026
Latest News

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ତେହେରାନରୁ ଉଡିଲା ବିମାନ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.