Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦଯାପିତ ହେଲା ଶିଶିର ସରସ ମେଳା, ୧୦ ଦିନରେ ୧୪ କୋଟିରୁ ଅଧିକ କାରବାର
ଜାତୀୟ ଖବର

ଉଦଯାପିତ ହେଲା ଶିଶିର ସରସ ମେଳା, ୧୦ ଦିନରେ ୧୪ କୋଟିରୁ ଅଧିକ କାରବାର

January 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
SisirSaras
ଉଦଯାପିତ ହେଲା ଶିଶିର ସରସ ମେଳା, ୧୦ ଦିନରେ ୧୪ କୋଟିରୁ ଅଧିକ କାରବାର

ଭୁବନେଶ୍ୱର: ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଦ୍ୱାରା ଆୟୋଜିତ ଶିଶିର ସରସ ମେଳା-୨୦୨୪ ସୋମବାର ଉଦଯାପିତ ହୋଇଯାଇଛି। ସନ୍ଧ୍ୟାରେ ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଶିସିର ସରସ ମେଳା ସାଂସ୍କୃତିକ ମଞ୍ଚରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ୱ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହାନି ଏବଂ ଓରମାସର ନିର୍ଦ୍ଦେଶକ ତଥା ସି.ଇ.ଓ ଗୁହା ପୁନମ ତାପସ କୁମାର ଯୋଗଦେଇଥିଲେ।

ମହିଳା ସଶକ୍ତିକରଣ ଦିଗରେ ଶିଶିର ସରସ ଭଳି ଜାତୀୟସ୍ତରୀୟ ମେଳା ଗ୍ରାମୀଣ ମହିଳା କାରିଗରମାନଙ୍କ ପାଇଁ ଏକ ଭଲ ମାଧ୍ୟମ ବୋଲି ଅତିଥି ମାନେ ତାଙ୍କ ଅଭିଭାଷଣରେ କହିଥିଲେ। ଏହା ସେମାନଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ସୁଧାର ଆଣିବା ସହ, ସେମାନଙ୍କ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ନୂଆ ପରିଚୟ ଆଣିଦେବାର ସୁଯୋଗ ସୃଷ୍ଟି କରୁଛି।

ଚଳିତ ବର୍ଷ ଶିଶିର ସରସ ମେଳାରେ ୧୦ ଦିନରେ ମୋଟ୍ ୧୪ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିଲା । ଯାହା କି ଅଂଶଗ୍ରହଣକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଆଣିଦେଇଛି।

ଚଳିତ ବର୍ଷ ଶିଶିର ସରସ ମେଳାରେ (ରାଜ୍ୟ ଭିତର ବର୍ଗରେ) ଯାଜପୁରର ମଦନ ମୋହନ ହ୍ୟାଣ୍ଡଲୁମ ଉତ୍ପାଦକ ଗୋଷ୍ଠୀ ସର୍ବାଧିକ ୧୧ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ବେଳେ, (ବାହାର ରାଜ୍ୟ ବର୍ଗରେ) ଛତିଶଗଡ଼ର ନାରୀ ଶକ୍ତି (କୋଷା ସିଲ୍କ) ସର୍ବାଧିକ ୪ ଲକ୍ଷ ୯୩ ହଜାର ଟଙ୍କାର ବ୍ୟବସାୟ କରିଥିବାରୁ ଉଭୟଙ୍କୁ ଓରମାସ ତରଫରୁ ସର୍ବାଧିକ ବିକ୍ରେତା ଭାବେ ସମ୍ୱର୍ଦ୍ଧିତ କରାଯାଇଥିଲା।

ସେହିପରି ବେଷ୍ଟ ଇନୋଭେଟିଭ ପ୍ରଡକ୍ଟ, ଶ୍ରେଷ୍ଠ ଷ୍ଟଲ ସାଜସଜ୍ଜା (ଡିସପ୍ଲେ), ଶ୍ରେଷ୍ଠ ଅଂଶଗ୍ରହଣକାରୀ ଆଦି ବର୍ଗରେ ବିଭିନ୍ନ ଗୋଷ୍ଠୀ ଏବଂ ସେମାନଙ୍କୁ ପ୍ରତିନିଧିମାନଙ୍କୁ ଉଦଯାପନୀ ଉତ୍ସବରେ ଅତିଥି ବୃନ୍ଦ ସମ୍ୱର୍ଦ୍ଧିତ କରିଥିଲେ।

ସେହିପରି ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ କାର‌୍ୟ୍ୟକ୍ରମର ରୂପରେଖ , ସୂଚନା ଏବଂ ତଥ୍ୟ ଆଦିକୁ ନେଇ ହୋଇଥିବା ଆଇ.ଇ.ସି ଷ୍ଟଲ ମଧ୍ୟରୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ବସୁଧା ଯୋଜନା ଷ୍ଟଲ, ଯୋଜନା ଏବଂ ସମନ୍ୱୟ ବିଭାଗର ସସଟେନେବଲ ଡେଭେଲପମେଣ୍ଟ ଗୋଲସ୍ ଏବଂ ଭୁବନେଶ୍ୱର ମହାନଗର ନିଗମ (ବି.ଏମ.ସିର) ମୋ ଖତ ଏବଂ ସ୍ୱଚ୍ଛ ସହର ଏବଂ ଓମବାଡସି ଷ୍ଟଲ ଆଦିକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ଓରମାସର ସ୍ୱତନ୍ତ୍ର ଥିମ୍ ପାଭିଲିଅନରେ ଉତ୍ତମ ପ୍ରଦର୍ଶନ ବର୍ଗରେ ମୁଖ୍ୟମନ୍ତ୍ରୀ ମକା ମିଶନ ପାଇଁ ନବରଙ୍ଗପୁର, ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପାଇଁ ଗଂଜାମ, ରବର ପାଇଁ ମୟୂରଭଞ୍ଜ, ଲେମନ ଗ୍ରାସ୍ ପାଇଁ କୋରାପୁଟ, ସପୁରୀରୁ ପ୍ରସ୍ତୁତ ଖାଦ୍ୟ ଓ ପାନୀୟ ସାମଗ୍ରୀ ପାଇଁ ରାୟଗଡ଼ା ଓରମାସକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ସ୍ୱତନ୍ତ୍ର ଫୁଡ କୋଟର୍କୁ ସୁପରିଚାଳନା କରିବାରେ ସହଯୋଗ କରିଥିବାରୁ, କେରଳ କୁଡୁମ୍ୱଶ୍ରୀ ସଂସ୍ଥାକୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ୱର୍ଦ୍ଧିତ କରାଯାଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ଓରମାସ ତରଫରୁ ପ୍ରସ୍ତୁତ ମନ୍ଥନ ପୁସ୍ତିକାର ଉନ୍ମୋଚନ ମଧ୍ୟ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ଓରମାସ ଥିମ୍ ପାଭିଲିଅନ ଏବଂ ଆଇ.ଇ.ସି ଷ୍ଟଲ ବୁଲି ଦେଖିଥିଲେ।

ଚଳିତ ବର୍ଷ ଶିଶିର ସରସ ମେଳା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଜାନୁଆରୀ ୬ରୁ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଓଡ଼ିଶା ସମେତ ମୋଟ ୨୬ ରାଜ୍ୟ ଅଂଶଗ୍ରହଣ କରିଥିଲେ ଏବଂ ମେଳାରେ ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ଏବଂ ମସଲା ଆଦି ଜିନିଷ ବିକ୍ରିବଟା ପାଇଁ ୪୦୦ରୁ ଅଧିକ ଷ୍ଟଲ ଖୋଲିଥିଲା।

sisirsaras ଶିଶିର ସରସ
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.